୭ରୁ ୧୬ ବୁଲିବ 'ସୁଭଦ୍ରା' ସଚେତନତା ରଥ, ହିତାଧିକାରୀଙ୍କୁ ସୂଚନା ଓ ସଚେତନ ଲକ୍ଷ୍ୟ

ଭୁବନେଶ୍ବର ୬/୯:  ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ସଂପର୍କିତ ସୂଚନା ପ୍ରଦାନ ଓ ସଚେତନ ପାଇଁ କାଲିଠୁ ୧୬ ଯାଏ ଗଡ଼ିବ ସଚେତନତା ରଥ।  ଗୁରୁବାର ସୁଭଦ୍ରା ଯୋଜନାର କାର୍ଯ୍ୟ ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୭ ତାରିଖରେ ‘ସୁଭଦ୍ରା’ ଯୋଜନାର ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନର ଶୁଭାରମ୍ଭ ହେବ । ତେଣୁ ତା’ର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିଛନ୍ତି ଶ୍ରୀ ଆହୁଜା ।କିସ୍ତି ପ୍ରଦାନ ଶୁଭାରମ୍ଭର ସିଧା ପ୍ରସାରଣ ସହ ପଞ୍ଚାୟତ, ବ୍ଲକ୍‌, ଜିଲ୍ଲା, ପୌରାଞ୍ଚଳ, ମହାନଗର ନିଗମ ସ୍ତରରେ ପ୍ରଦର୍ଶନ ନିମନ୍ତେ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥି ସହ ‘ସୁଭଦ୍ରା’ ସମ୍ପର୍କିତ ସୂଚନା, ଶିକ୍ଷା ଓ ଯୋଗାଯୋଗ(ଆଇଇସି) ଉପରେ ଗୁରୁତ୍ବ ଦିଆଯାଇଥିଲା । ସଚେତନତା ରଥ କେଉଁ ରାସ୍ତାରେ ପରିଭ୍ରମଣ କରିବ, ତାହାର ନକ୍ସା ଅଂଚଳର ଜନପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ ଜଣାଯିବ। ଫଳରେ ଜନପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ।ସଚେତନତା ଭ୍ୟାନ ପରିକ୍ରମା ପାଇଁ ବ୍ଲକ, ଜିଲ୍ଲା ସହିତ କେବଳ ଭ୍ୟାନ ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ବରେ ରହିବେ। ନକଲି ୱେବ ସାଇଟରେ ଯେପରି ଆବେଦନକାରୀ ଆବେଦନ ନକରନ୍ତି, ତାହାକୁ ନିଶ୍ଚିତ କରିବା ସହ, ଏହା ଜଣା ପଡିଲେ ତୁରନ୍ତ ରାଜ୍ୟ କର୍ତ୍ତୃପକ୍

୭ରୁ ୧୬ ବୁଲିବ 'ସୁଭଦ୍ରା' ସଚେତନତା ରଥ, ହିତାଧିକାରୀଙ୍କୁ ସୂଚନା ଓ ସଚେତନ ଲକ୍ଷ୍ୟ

ଭୁବନେଶ୍ବର ୬/୯:  ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ସଂପର୍କିତ ସୂଚନା ପ୍ରଦାନ ଓ ସଚେତନ ପାଇଁ କାଲିଠୁ ୧୬ ଯାଏ ଗଡ଼ିବ ସଚେତନତା ରଥ।  ଗୁରୁବାର ସୁଭଦ୍ରା ଯୋଜନାର କାର୍ଯ୍ୟ ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୭ ତାରିଖରେ ‘ସୁଭଦ୍ରା’ ଯୋଜନାର ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନର ଶୁଭାରମ୍ଭ ହେବ । ତେଣୁ ତା’ର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିଛନ୍ତି ଶ୍ରୀ ଆହୁଜା ।

କିସ୍ତି ପ୍ରଦାନ ଶୁଭାରମ୍ଭର ସିଧା ପ୍ରସାରଣ ସହ ପଞ୍ଚାୟତ, ବ୍ଲକ୍‌, ଜିଲ୍ଲା, ପୌରାଞ୍ଚଳ, ମହାନଗର ନିଗମ ସ୍ତରରେ ପ୍ରଦର୍ଶନ ନିମନ୍ତେ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥି ସହ ‘ସୁଭଦ୍ରା’ ସମ୍ପର୍କିତ ସୂଚନା, ଶିକ୍ଷା ଓ ଯୋଗାଯୋଗ(ଆଇଇସି) ଉପରେ ଗୁରୁତ୍ବ ଦିଆଯାଇଥିଲା । ସଚେତନତା ରଥ କେଉଁ ରାସ୍ତାରେ ପରିଭ୍ରମଣ କରିବ, ତାହାର ନକ୍ସା ଅଂଚଳର ଜନପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ ଜଣାଯିବ। ଫଳରେ ଜନପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ।ସଚେତନତା ଭ୍ୟାନ ପରିକ୍ରମା ପାଇଁ ବ୍ଲକ, ଜିଲ୍ଲା ସହିତ କେବଳ ଭ୍ୟାନ ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ବରେ ରହିବେ। ନକଲି ୱେବ ସାଇଟରେ ଯେପରି ଆବେଦନକାରୀ ଆବେଦନ ନକରନ୍ତି, ତାହାକୁ ନିଶ୍ଚିତ କରିବା ସହ, ଏହା ଜଣା ପଡିଲେ ତୁରନ୍ତ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଏଥିସହ ଫର୍ମ ବିତରଣ, ପଞ୍ଜୀକରଣ ଓ ସଂଗ୍ରହ ଏବଂ ପୋର୍ଟାଲ୍‌ରେ ଅପ୍‌ଲୋଡ୍‌ ଉପରେ ସମୀକ୍ଷା କରାଯାଇଥିଲା । ସଂଗୃହୀତ ଫର୍ମ ଗ୍ରାମ ପଞ୍ଚାୟତ ୱାରୀ ଅଲଗା ଅଲଗା କରାଯାଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନ୍ୟାଦେଶ ପର୍ଯ୍ୟନ୍ତ ରହିବ । ଅଦ୍ୟାବଧି ରାଜ୍ୟରେ ପ୍ରାୟ ୪୦ ହଜାର କମନ୍‌ ସର୍ଭିସ୍‌ ସେଣ୍ଟର ଏବଂ ମୋ ସେବା କେନ୍ଦ୍ରରେ ଶିବିର କରାଯାଇ ତଦାରଖ ସହ ଫର୍ମ ସଂଗ୍ରହ କରାଯାଉଛି । ସୋସିଆଲ୍‌ ମିଡିଆରେ କିଛି ନକଲି ୱେବ୍‌ସାଇଟ୍‌ କରି ହିତାଧିକାରୀଙ୍କୁ ଭ୍ରମିତ କରୁଥିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ହୋଇଛି ।

ଏହାଛଡ଼ା "ସ୍ବଚ୍ଛତା ହିଁ ସେବା' ପକ୍ଷ ଆସନ୍ତା ୧୭ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଅକ୍ଟୋବର ୨ରେ "ସ୍ବଚ୍ଛ ଭାରତ ଦିବସ' ଉପଲକ୍ଷେ ଏହା ‘ସ୍ବଭିମାନ ସ୍ବଚ୍ଛତା- ସଂସ୍କାର ସ୍ବଚ୍ଛତା' ଥିମ୍‌ ଉପରେ ପର୍ଯ୍ୟବସିତ ହେବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏସବୁ ସମ୍ପର୍କରେ ରାଜସ୍ବ ଆୟୁକ୍ତ, ଜିଲ୍ଲାପାଳ ଏବଂ ସମସ୍ତ ମହାନଗର ନିଗମର କମିଶନରଙ୍କ ସହିତ ମୁଖ୍ୟ ଶାସନ ସଚିବ ଆଭାସୀ ବୈଠକ କରିଥିଲେ । ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ସମ୍ପୃକ୍ତ ବିଭାଗର କମିଶନର ଓ ସଚିବ, ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଆଇଟି ସଚିବ ମଧ୍ୟ ଯୋଡ଼ି ହୋଇଥିଲେ ।