ଲରେନ୍ସ ବିଷ୍ଣୋଇଙ୍କୁ ନେଇ କର୍ଣ୍ଣି ସେନାର ନୂଆ ଘୋଷଣା, ଜେଲ୍‌ରେ ହତ୍ୟା ପାଇଁ କଲେ ଅଫର

ମୁମ୍ଵାଇ ୨୮।୧୦: ଗୁଜରାଟର ସାବରମତି ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ବିଷୟରେ କ୍ଷତ୍ରିୟ କର୍ଣ୍ଣି ସେନା ମୁଖ୍ୟ ରାଜ ଶେଖାୱତ ପୁଣି ଥରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଯଦି କୌଣସି କଏଦୀ ପୋଲିସ ବଦଳରେ ଲରେନ୍ସ ବିଷ୍ଣୋଇଙ୍କୁ ହତ୍ୟା କରନ୍ତି, ତେବେ ତାଙ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ମଧ୍ୟ ମିଳିବ।ରାଜ ଶେଖାୱତ କହିଛନ୍ତି, "ମୁଁ ଘୋଷଣା କରିଥିବା ୧ କୋଟି ଟଙ୍କା ପୁରସ୍କାର ନିଶ୍ଚିତ ଭାବରେ ଲରେନ୍ସଙ୍କ ଏନକାଉଣ୍ଟରରେ ପୋଲିସ କର୍ମଚାରୀଙ୍କୁ ଦିଆଯିବ। ଏହା ସହିତ ମୁଁ ଆଉ ଏକ ଘୋଷଣା କରୁଛି ଯେ ଯଦି କୌଣସି କଏଦୀ ଲରେନ୍ସଙ୍କୁ ହତ୍ୟା କରନ୍ତି। ତେବେ ତାଙ୍କୁ କ୍ଷତ୍ରିୟ କର୍ଣ୍ଣି ସେନା ତରଫରୁ ୧କୋଟି ଟଙ୍କା ପୁରସ୍କାର ରାଶି ମଧ୍ୟ ଦିଆଯିବ। "କ୍ଷତ୍ରିୟ କର୍ଣ୍ଣି ସେନା ମୁଖ୍ୟ ରାଜ ଶେଖାୱତ ନିକଟରେ ଘୋଷଣା କରିଥିଲେ ଯେ ଯଦି କୌଣସି ପୋଲିସ ଲରେନ୍ସ ବିଷ୍ଣୋଇଙ୍କୁ ଏନକାଉଣ୍ଟର କରନ୍ତି। ତେବେ ତାଙ୍କ ସଂସ୍ଥା ତାଙ୍କୁ ୧ କୋଟି ଟଙ୍କା ପୁରସ୍କାର ଦେବ । ସେ ଏହା ମଧ୍ୟ କହିଛନ୍ତି ଯେ କ୍ଷତ୍ରିୟ କର୍ଣ୍ଣି ସେନା ସେହି ପୋଲିସର ପରିବାରର ସମ୍ପୂର୍ଣ୍ଣ ଯତ୍ନ ନେବେ ଏବଂ ସମସ୍ତ ଆବଶ୍ୟକତା ପୂରଣ କରିବେ। କ୍ଷତ୍ରିୟ କର୍ଣ୍ଣି ସେନା ସହ କୋଟି କୋଟି ଲୋକ ଜଡିତ ଅଛନ୍ତି। 

ଲରେନ୍ସ ବିଷ୍ଣୋଇଙ୍କୁ ନେଇ କର୍ଣ୍ଣି ସେନାର ନୂଆ ଘୋଷଣା, ଜେଲ୍‌ରେ ହତ୍ୟା ପାଇଁ କଲେ ଅଫର

ମୁମ୍ଵାଇ ୨୮।୧୦: ଗୁଜରାଟର ସାବରମତି ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ବିଷୟରେ କ୍ଷତ୍ରିୟ କର୍ଣ୍ଣି ସେନା ମୁଖ୍ୟ ରାଜ ଶେଖାୱତ ପୁଣି ଥରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଯଦି କୌଣସି କଏଦୀ ପୋଲିସ ବଦଳରେ ଲରେନ୍ସ ବିଷ୍ଣୋଇଙ୍କୁ ହତ୍ୟା କରନ୍ତି, ତେବେ ତାଙ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ମଧ୍ୟ ମିଳିବ।

ରାଜ ଶେଖାୱତ କହିଛନ୍ତି, "ମୁଁ ଘୋଷଣା କରିଥିବା ୧ କୋଟି ଟଙ୍କା ପୁରସ୍କାର ନିଶ୍ଚିତ ଭାବରେ ଲରେନ୍ସଙ୍କ ଏନକାଉଣ୍ଟରରେ ପୋଲିସ କର୍ମଚାରୀଙ୍କୁ ଦିଆଯିବ। ଏହା ସହିତ ମୁଁ ଆଉ ଏକ ଘୋଷଣା କରୁଛି ଯେ ଯଦି କୌଣସି କଏଦୀ ଲରେନ୍ସଙ୍କୁ ହତ୍ୟା କରନ୍ତି। ତେବେ ତାଙ୍କୁ କ୍ଷତ୍ରିୟ କର୍ଣ୍ଣି ସେନା ତରଫରୁ ୧କୋଟି ଟଙ୍କା ପୁରସ୍କାର ରାଶି ମଧ୍ୟ ଦିଆଯିବ। "

କ୍ଷତ୍ରିୟ କର୍ଣ୍ଣି ସେନା ମୁଖ୍ୟ ରାଜ ଶେଖାୱତ ନିକଟରେ ଘୋଷଣା କରିଥିଲେ ଯେ ଯଦି କୌଣସି ପୋଲିସ ଲରେନ୍ସ ବିଷ୍ଣୋଇଙ୍କୁ ଏନକାଉଣ୍ଟର କରନ୍ତି। ତେବେ ତାଙ୍କ ସଂସ୍ଥା ତାଙ୍କୁ ୧ କୋଟି ଟଙ୍କା ପୁରସ୍କାର ଦେବ । ସେ ଏହା ମଧ୍ୟ କହିଛନ୍ତି ଯେ କ୍ଷତ୍ରିୟ କର୍ଣ୍ଣି ସେନା ସେହି ପୋଲିସର ପରିବାରର ସମ୍ପୂର୍ଣ୍ଣ ଯତ୍ନ ନେବେ ଏବଂ ସମସ୍ତ ଆବଶ୍ୟକତା ପୂରଣ କରିବେ। କ୍ଷତ୍ରିୟ କର୍ଣ୍ଣି ସେନା ସହ କୋଟି କୋଟି ଲୋକ ଜଡିତ ଅଛନ୍ତି।