୭୫ ଲକ୍ଷର ସବୁଠୁ ଦାମୀ କୀଟ

ଲଣ୍ଡନ: ଲୋକମାନେ ସାଧାରଣତଃ ନିଜ ଘରୁ କୀଟଙ୍କୁ ମାରିବା ପାଇଁ ଅନେକ ପଦ୍ଧତି ଆପଣାଇଥାନ୍ତି। କିନ୍ତୁ ଷ୍ଟାଗ୍‌ ବିଟଲ ନାମକ ଏକ କୀଟକୁ ଅନେକ କେବଳ ନିଜ ଘରେ ରଖିବାକୁ ଚାହୁଁ ନାହାନ୍ତି ବରଂ ଏହାକୁ ଅଧିକ ମୂଲ୍ୟରେ କିଣିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରୁଛନ୍ତି। ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ କିଣା ଯାଉଥିବା ଷ୍ଟାଗ୍‌ ବିଟଲ ବିଶ୍ୱର ସବୁଠାରୁ ଦାମୀ କୀଟ ହୋଇପାରିଛି। କେତେକ ବିଶେଷତା ଯୋଗୁ ଲୋକମାନେ ଏହି କୀଟକୁ ମହଙ୍ଗା ମୂଲ୍ୟରେ […] The post ୭୫ ଲକ୍ଷର ସବୁଠୁ ଦାମୀ କୀଟ appeared first on Dharitri Odia News.

୭୫ ଲକ୍ଷର ସବୁଠୁ ଦାମୀ କୀଟ

ଲଣ୍ଡନ: ଲୋକମାନେ ସାଧାରଣତଃ ନିଜ ଘରୁ କୀଟଙ୍କୁ ମାରିବା ପାଇଁ ଅନେକ ପଦ୍ଧତି ଆପଣାଇଥାନ୍ତି। କିନ୍ତୁ ଷ୍ଟାଗ୍‌ ବିଟଲ ନାମକ ଏକ କୀଟକୁ ଅନେକ କେବଳ ନିଜ ଘରେ ରଖିବାକୁ ଚାହୁଁ ନାହାନ୍ତି ବରଂ ଏହାକୁ ଅଧିକ ମୂଲ୍ୟରେ କିଣିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରୁଛନ୍ତି। ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ କିଣା ଯାଉଥିବା ଷ୍ଟାଗ୍‌ ବିଟଲ ବିଶ୍ୱର ସବୁଠାରୁ ଦାମୀ କୀଟ ହୋଇପାରିଛି। କେତେକ ବିଶେଷତା ଯୋଗୁ ଲୋକମାନେ ଏହି କୀଟକୁ ମହଙ୍ଗା ମୂଲ୍ୟରେ କିଣିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି।
ଜଳବାୟୁରେ ବଢ଼ୁଥିବା ଏହି ବିରଳ ପ୍ରଜାତିର କୀଟଙ୍କୁ ଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। କେତେକ ବିଶ୍ୱାସ କରନ୍ତି ଯେ, ଏହି କୀଟକୁ ରଖିବା ଦ୍ୱାରା ଘରେ ରାତାରାତି ଧନ ବୃଦ୍ଧି ପାଇଥାଏ। ସେହିପରି ଷ୍ଟାଗ୍‌ ବିଟଲ ପ୍ରଜାତିର କୀଟଙ୍କୁ ଔଷଧ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଇଥାଏ। ତେଣୁ ଏହି କୀଟକୁ ଲୋକମାନେ ଅତ୍ୟଧିକ ମୂଲ୍ୟରେ କିଣିବାକୁ କୁଣ୍ଠାବୋଧ କରନ୍ତି ନାହିଁ।
ପ୍ରାକୃତିକ ଇତିହାସ ସଂଗ୍ରହାଳୟର ତଥ୍ୟ ଅନୁଯାୟୀ, ‘ଷ୍ଟାଗ୍‌ ବିଟଲ’ର ଓଜନ ୨ରୁ ୬ ଗ୍ରାମ୍‌ ହୋଇଥିବାବେଳେ ସେମାନଙ୍କର ହାରାହାରି ଆୟୁ ୩ରୁ ୭ ବର୍ଷ ହେବ। ପୁରୁଷ ଷ୍ଟାଗ୍‌ ବିଟଲଗୁଡିକର ଲମ୍ବ ୩୫ରୁ ୭୫ ମିଲିମିଟର ହୋଇଥିବାବେଳେ ମହିଳା ଷ୍ଟାଗ୍‌ ବିଟଲଙ୍କର ଲମ୍ବ ୩୦ରୁ ୫୫ ମିଲିମିଟର ହେବ। ସାଧାରଣତଃ ଷ୍ଟାଗ୍‌ ବିଟଲ ପ୍ରଜାତିର କୀଟ ଗରମ ପରିବେଶ ସହ ଖାପ ଖାଇପାରୁଥିବାବେଳେ ଏହା ଥଣ୍ଡା ଜଳବାୟୁ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ରହିଥାଏ। ଏହି କୀଟଗୁଡ଼ିକୁ ସାଧାରଣତଃ ଜଙ୍ଗଲରେ ଦେଖିବାକୁ ମିଳିଥାଏ। ତେବେ ସେମାନଙ୍କୁ ସହରାଞ୍ଚଳରେ ପ୍ରଚୁର ଶୁଖିଲା କାଠ ମହଜୁଦ ଥିବା ପାରମ୍ପରିକ ବଗିଚା ଓ ପାର୍କରେ ମଧ୍ୟ ଦେଖିବାକୁ ମିଳିଥାଏ। ଯେହେତୁ ଏହି ପ୍ରଜାତିର କୀଟ କେବଳ ମୃତ କାଠ ଖାଇଥାନ୍ତି, ତେଣୁ ଏହା କୌଣସି ଜୀବନ୍ତ ଗଛ ପାଇଁ ବିପଦ ସୃଷ୍ଟି କରି ନ ଥାନ୍ତି। ‘ଷ୍ଟାଗ୍‌ ବିଟଲ’ର ବିରଳତା, ଏହାର ପରିବେଶଗତ ଗୁରୁତ୍ୱ ଓ ସେମାନଙ୍କୁ ନେଇ ରହିଥିବା ସାଂସ୍କୃତିକ ବିଶ୍ୱାସର ମିଶ୍ରଣ ଯୋଗୁ ଏହି ପ୍ରଜାତିର କୀଟଙ୍କୁ ଅତ୍ୟନ୍ତ ମୂଲ୍ୟବାନ ମନେ କରାଯାଇଥାଏ, ଯାହାର ବଜାର ମୂଲ୍ୟ ୭୫ ଲକ୍ଷ ଟଙ୍କାରେ ପହଞ୍ଚିବାକୁ ସକ୍ଷମ ହୋଇଛି।

The post ୭୫ ଲକ୍ଷର ସବୁଠୁ ଦାମୀ କୀଟ appeared first on Dharitri Odia News.