୮୪ତମ ସର୍ବଭାରତୀୟ ସ୍ତରୀୟ ବାଚସ୍ପତି, ଉପବାଚସ୍ପତି ସମ୍ମିଳନୀରେ ଯୋଗ ଦେଲେ ଜି.ଉଦୟଗିରି ବିଧାୟକ
ଦାରିଙ୍ଗବାଡ଼ି,୨୮ା୧(ଅରୁଣ ସାହୁ): ମୁମ୍ବାଇଠାରେ ୮୪ତମ ସର୍ବ ଭାରତୀୟସ୍ତରରେ ୩ ଦିନିଆ ବାଚସ୍ପତି ଓ ଉପବାଚସ୍ପତିଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହା ଶନିବାର ଆରମ୍ଭ ହୋଇଥିବା ବେଳେ ସୋମବାର ଶେଷ ହେବ। ଏହି ସମ୍ମିଳନୀରେ ଜି. ଉଦୟଗିରି ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗଦାନ କରିଛନ୍ତି। ଏହି ସମ୍ମିଳନୀରେ ଲୋକ ସଭା ବାଚସ୍ପତି ଓମ୍ ବର୍ଲା ଏବଂ ମୁଖ୍ୟମନ୍ତ୍ରୀ ଏ. କେ ନାଥ ସିନ୍ଦେଙ୍କ ଉପସ୍ଥିତରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଶେଷକରି ବର୍ତ୍ତମାନ ପରିସ୍ଥିତିରେ […] The post ୮୪ତମ ସର୍ବଭାରତୀୟ ସ୍ତରୀୟ ବାଚସ୍ପତି, ଉପବାଚସ୍ପତି ସମ୍ମିଳନୀରେ ଯୋଗ ଦେଲେ ଜି.ଉଦୟଗିରି ବିଧାୟକ appeared first on Dharitri Odia News.
ଦାରିଙ୍ଗବାଡ଼ି,୨୮ା୧(ଅରୁଣ ସାହୁ): ମୁମ୍ବାଇଠାରେ ୮୪ତମ ସର୍ବ ଭାରତୀୟସ୍ତରରେ ୩ ଦିନିଆ ବାଚସ୍ପତି ଓ ଉପବାଚସ୍ପତିଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହା ଶନିବାର ଆରମ୍ଭ ହୋଇଥିବା ବେଳେ ସୋମବାର ଶେଷ ହେବ। ଏହି ସମ୍ମିଳନୀରେ ଜି. ଉଦୟଗିରି ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗଦାନ କରିଛନ୍ତି। ଏହି ସମ୍ମିଳନୀରେ ଲୋକ ସଭା ବାଚସ୍ପତି ଓମ୍ ବର୍ଲା ଏବଂ ମୁଖ୍ୟମନ୍ତ୍ରୀ ଏ. କେ ନାଥ ସିନ୍ଦେଙ୍କ ଉପସ୍ଥିତରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଶେଷକରି ବର୍ତ୍ତମାନ ପରିସ୍ଥିତିରେ ଗଣତନ୍ତ୍ରର ରକ୍ଷା କରିବ। ସମସ୍ତ ରାଜ୍ୟର ବାଚସ୍ପତି ଓ ଉପବାଚସ୍ପତିଙ୍କ ଗୁରୁଦାୟିତ୍ୱ ବୋଲି କୁହାଯାଇଥିଲା। ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବା ଓ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ସମସ୍ତେ ଯତ୍ନବାନ ହେବାକୁ କୁହାଯାଇଥିବା ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାଲୁଗା ପ୍ରଧାନ କହିଛନ୍ତି। ତାଙ୍କୁ ଏହି ସୁଯୋଗ ମିଳିଥିବାରୁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଛନ୍ତି। ସେହିପରି ଉପବାଚସ୍ପତି ସ୍ଥାନୀୟ ଅଞ୍ଚଳର ବିଧାୟକ ହୋଇଥିବାରୁ ଦାରିଙ୍ଗବାଡ଼ି ଅଞ୍ଚଳବାସୀ ଖୁସିବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
The post ୮୪ତମ ସର୍ବଭାରତୀୟ ସ୍ତରୀୟ ବାଚସ୍ପତି, ଉପବାଚସ୍ପତି ସମ୍ମିଳନୀରେ ଯୋଗ ଦେଲେ ଜି.ଉଦୟଗିରି ବିଧାୟକ appeared first on Dharitri Odia News.