ୱାର, ସିକନ୍ଦର ନା ଟକ୍ସିକ୍, ୨୦୨୫ ବକ୍ସଅଫିସ୍‌ରେ କିଏ ମାରିବ ବାଜି ?

ମୁମ୍ଵାଇ ୦୪।୧୧; ଯଦି ବ୍ଲକ୍‌ ବଷ୍ଟର ସିନେମା କଥା କୁହାଯାଏ ତେବେ   ୨୦୨୩ ଥିଲା ବଲିଉଡ ବାଦଶାହଙ୍କ ସମୟ ।   ଶାହରୁଖଙ୍କ ଲଗାତାର ଦୁଇଟି ଫିଲ୍ମ ହଜାର କୋଟି   କ୍ଲବ୍‌ରେ ନାଁ ଲେଖାଇ ପାରିଥିଲା । ବକ୍ସ ଅଫିସରେ  ‘ପଠାନ’ ଓ ‘ଯବାନ’ର ସାଫଲ୍ୟ ଆଜି ବି ସିନେପ୍ରେମୀ  ମନେ ରଖିଛନ୍ତି । ୨୦୨୩ ମସିହା ଭଳି ସଫଳତା  କିନ୍ତୁ ୨୦୨୪ ଭାଗ୍ୟରେ ନଥିଲା । ଚଳିତ ବର୍ଷ ହଜାର  କୋଟି କ୍ଲବ୍‌ରେ ନାଁ ଲେଖାଇଥିଲା  ଗୋଟିଏ ମାତ୍ର ଭାରତୀୟ  ସିନେମା । ଚଳିତ ବର୍ଷ  ମେ ମାସରେ ନାଗା   ଅଶ୍ୱିନଙ୍କ ନିର୍ଦ୍ଦେଶନାରେ   ପ୍ରେକ୍ଷାଳୟରେ ମୁକ୍ତି  ପାଇଥିଲା ସିନେମା ‘କଲ୍କି  ୨୮୯୮ ଏଡି’ । କମଲ ହାସନ,  ପ୍ରଭାସଙ୍କ ଭଳି ଖ୍ୟାତନାମା  ଅଭିନେତାଙ୍କ ପାଖାପାଖି ଏହି ଫିଲ୍ମରେ  ଅଭିନୟ କରିଥିଲେ ଅମିତାଭ ବଚ୍ଚନ,   ଦୀପିକା ପାଦୁକୋନଙ୍କ ଭଳି ବଲିଉଡ ଅଭିନେତା ।ତେବେ ଚଳିତ ବର୍ଷ ନଭେମ୍ବର ମାସରେ ରିଲିଜ ହେବାକୁ  ଥିବା ଫିଲ୍ମ ‘ସିଂହମ ଏଗେନ୍‌’ ବଲିଉଡରେ କମାଲ୍‌ କରିପାରେ ବୋଲି  ଆଶା କରାଯାଉଛି । ଅଜୟ ଦେବଗନ, ଦୀପିକା ପାଦୁକୋନ, ରଣବୀର ସିଂଙ୍କ  ଅଭିନୀତ ଏହି ସିନେମା ହୁଏତ ହଜାର କୋଟି କ୍ଲବ୍‌ରେ ସାମିଲ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।  ସେମିତି ଚଳିତ ବର୍ଷ ଡିସେମ୍ବର ମାସରେ ରିଲିଜ୍‌ ହେବାକୁ ଯାଉଛି ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ପୁଷ୍ପା ୨: ଦ  ଦୁଲ୍‌’ । ୫୦୦ କୋଟି ଟଙ୍କା ବଜେଟ୍‌ର ଏହି ଫିଲ୍ମ ବକ୍ସ ଅଫିସ ବାଜିମାତ

ୱାର, ସିକନ୍ଦର ନା ଟକ୍ସିକ୍, ୨୦୨୫ ବକ୍ସଅଫିସ୍‌ରେ କିଏ ମାରିବ ବାଜି ?

ମୁମ୍ଵାଇ ୦୪।୧୧; ଯଦି ବ୍ଲକ୍‌ ବଷ୍ଟର ସିନେମା କଥା କୁହାଯାଏ ତେବେ   ୨୦୨୩ ଥିଲା ବଲିଉଡ ବାଦଶାହଙ୍କ ସମୟ ।   ଶାହରୁଖଙ୍କ ଲଗାତାର ଦୁଇଟି ଫିଲ୍ମ ହଜାର କୋଟି   କ୍ଲବ୍‌ରେ ନାଁ ଲେଖାଇ ପାରିଥିଲା । ବକ୍ସ ଅଫିସରେ  ‘ପଠାନ’ ଓ ‘ଯବାନ’ର ସାଫଲ୍ୟ ଆଜି ବି ସିନେପ୍ରେମୀ  ମନେ ରଖିଛନ୍ତି । ୨୦୨୩ ମସିହା ଭଳି ସଫଳତା  କିନ୍ତୁ ୨୦୨୪ ଭାଗ୍ୟରେ ନଥିଲା । ଚଳିତ ବର୍ଷ ହଜାର  କୋଟି କ୍ଲବ୍‌ରେ ନାଁ ଲେଖାଇଥିଲା  ଗୋଟିଏ ମାତ୍ର ଭାରତୀୟ  ସିନେମା । ଚଳିତ ବର୍ଷ  ମେ ମାସରେ ନାଗା   ଅଶ୍ୱିନଙ୍କ ନିର୍ଦ୍ଦେଶନାରେ   ପ୍ରେକ୍ଷାଳୟରେ ମୁକ୍ତି  ପାଇଥିଲା ସିନେମା ‘କଲ୍କି  ୨୮୯୮ ଏଡି’ । କମଲ ହାସନ,  ପ୍ରଭାସଙ୍କ ଭଳି ଖ୍ୟାତନାମା  ଅଭିନେତାଙ୍କ ପାଖାପାଖି ଏହି ଫିଲ୍ମରେ  ଅଭିନୟ କରିଥିଲେ ଅମିତାଭ ବଚ୍ଚନ,   ଦୀପିକା ପାଦୁକୋନଙ୍କ ଭଳି ବଲିଉଡ ଅଭିନେତା ।

ତେବେ ଚଳିତ ବର୍ଷ ନଭେମ୍ବର ମାସରେ ରିଲିଜ ହେବାକୁ  ଥିବା ଫିଲ୍ମ ‘ସିଂହମ ଏଗେନ୍‌’ ବଲିଉଡରେ କମାଲ୍‌ କରିପାରେ ବୋଲି  ଆଶା କରାଯାଉଛି । ଅଜୟ ଦେବଗନ, ଦୀପିକା ପାଦୁକୋନ, ରଣବୀର ସିଂଙ୍କ  ଅଭିନୀତ ଏହି ସିନେମା ହୁଏତ ହଜାର କୋଟି କ୍ଲବ୍‌ରେ ସାମିଲ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।  ସେମିତି ଚଳିତ ବର୍ଷ ଡିସେମ୍ବର ମାସରେ ରିଲିଜ୍‌ ହେବାକୁ ଯାଉଛି ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ପୁଷ୍ପା ୨: ଦ  ଦୁଲ୍‌’ । ୫୦୦ କୋଟି ଟଙ୍କା ବଜେଟ୍‌ର ଏହି ଫିଲ୍ମ ବକ୍ସ ଅଫିସ ବାଜିମାତ କରିପାରେ ବୋଲି ସିନେ ସମୀକ୍ଷକମାନେ ପୂର୍ବାନୁମାନ  କରିଛନ୍ତି । ତେବେ ଚଳିତ ବର୍ଷ ଅପେକ୍ଷା ଆସନ୍ତା ବର୍ଷ ରିଲିଜ୍‌ ହେବାକୁ ଥିବା ସିନେମାକୁ ନେଇ ସିନେ ସମୀକ୍ଷକମାନେ ଏବେଠାରୁ ଆକଳନ  ଆରମ୍ଭ କରିଦେଇଛନ୍ତି । ସେହି ସିନେମା ମଧ୍ୟରେ ସଲମାନ ଖାନ ଓ ହ୍ରିତ୍ୱିକ ରୋଶନଙ୍କ ସିନେମାକୁ ନେଇ ଏବେଠାରୁ ଚର୍ଚ୍ଚା ଯଥେଷ୍ଟ । ବଲିଉଡ ସୂତ୍ର ଅନୁସାରେ, ୨୦୨୫ ମସିହା ଇଦ୍‌ ଉପଲକ୍ଷେ ପ୍ରେକ୍ଷାଳୟରେ ମୁକ୍ତିଲାଭ ହୋଇପାରେ ଭାଇଜାନଙ୍କ ସିନେମା ‘ସିକନ୍ଦର’ । 

ଏହି ଫିଲ୍ମରେ ସଲମାନଙ୍କ ବିପକ୍ଷରେ   ନାୟିକା ଭାବେ ଦକ୍ଷିଣୀ ସୁନ୍ଦରୀ ରଶ୍ମିକା ମନ୍ଦାନା ଦେଖିବାକୁ ମିଳିପାରନ୍ତି ।  ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରି ହଜାର କୋଟି  କ୍ଲବ୍‌ରେ ସାମିଲ ହେବାର ସବୁ ପ୍ରକାର ଯୋଗ୍ୟତା ରଖିଛି ବୋଲି କିଛି  ସିନେ ସମୀକ୍ଷକ ଏବେଠାରୁ ପୂର୍ବାନୁମାନ କରିଛନ୍ତି । ଫିଲ୍ମ ‘ପଠାନ’ ଓ  ‘ଟାଇଗର’ ପରେ ଯଶରାଜ ଫିଲ୍ମସର ‘ସ୍ପାଇ ୟୁନିଭର୍ସ’ର ପରବର୍ତ୍ତୀ ଫିଲ୍ମ  ‘ୱାର ୨’ ମୁକ୍ତି ଅପେକ୍ଷାରେ ଦିନ ଗଣୁଛନ୍ତି ସିନେପ୍ରେମୀ । ଏହି ଫିଲ୍ମର   ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି । ଅୟାନ ମୁଖାର୍ଜିଙ୍କ ନିର୍ଦ୍ଦେଶନାରେ ‘ୱାର ୨’ ଫିଲ୍ମରେ ମୁଖ୍ୟ ଚରିତ୍ରରେ  ଦେଖିବାକୁ ମିଳିବେ ହ୍ରିତ୍ୱିକ ରୋଶନ, କିଆରା ଆଡଭାନି  ଏବଂ ଦକ୍ଷିଣୀ ତାରକା ଜୁନିଅର୍‌ ଏନ୍‌ଟିଆର୍‌।

  

ବଲିଉଡର ଅଧିକାଂଶଙ୍କ ଦାବି, ‘ୱାର ୨’ ଫିଲ୍ମଟି   ବିଶ୍ୱବ୍ୟାପି ବକ୍ସ ଅଫିସରେ ହଜାର କୋଟି ଟଙ୍କାରୁ  ଅଧିକ ରୋଜଗାର କରିପାରିବ ।ସେହିପରି  ୨୦୨୫ ମସିହାରେ ମୁକ୍ତି ଲାଭ ହୋଇପାରେ ଏକ ଦକ୍ଷିଣୀ  ସିନେମା ଯାହାର ଶୀର୍ଷକ ରହିଛି ‘ଟକ୍ସିକ’ ।  ଦକ୍ଷିଣୀ ସିନେ ଜଗତର ଲୋକପ୍ରିୟ ତାରକା  ୟଶଙ୍କ ବିପରୀତରେ ଏହି ସିନେମାରେ ଅଭିନୟ  କରିପାରନ୍ତି ନୟନତାରା । ଫିଲ୍ମ ‘କେଜିଏଫ୍‌’ ଫେମ ୟଶ ଏବଂ ନୟନତାରାଙ୍କ ବ୍ୟତୀତ ‘ଟକ୍ସିକ’ରେ  ଦେଖିବାକୁ ମିଳିପାରନ୍ତି ଶ୍ରୁତି ହାସନ, କିଆରା  ଆଡଭାନି, ହୁମା କ୍ୟୁରେଶି ଏବଂ ତାରା ସୁତାରିଆଙ୍କ ଭଳି ଅଭିନେତ୍ରୀମାନେ । ଯଦିଓ ‘ଟକ୍ସିକ’ କେବେ ମୁକ୍ତି ପାଇବ ତାହାର  ଦିନ କାଳ ଏପର୍ଯ୍ୟନ୍ତ ସ୍ଥିର କରାଯାଇନି । ସିନେ ସମୀକ୍ଷକମାନେ ଦାବି   କରିଛନ୍ତି ତାରକାଖଚିତ ଏହି ସିନେମାଟି ନିଶ୍ଚିତ ଭାବେ ହଜାର କୋଟି  କ୍ଲବ୍‌ରେ ସାମିଲ ହୋଇପାରିବ ।