ପୋଲିସ ଘରେ କଳାକନା ବୁଲାଇଲେ ଚୋର, ଲୁଟିନେଲେ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା
ପାରଳାଖେମୁଣ୍ଡି,୧୪ା୩(ଗିରିଧାରୀ ପରିଚ୍ଛା): ଲୋକଙ୍କ ଭିତରେ ଏବେ କୋକୁଆ ଭୟ। ସହରରେ ଚୋରି ଘଟଣାରେ ରୋକ୍ ଲଗାଇ ପାରୁନି ପୋଲିସ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୦ରୁ ଊଦ୍ଧର୍ବ ଚୋରି ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। କିଛି ଚୋରି ଘଟଣାର ଫର୍ଦ୍ଦାଫାଶ କରିଛି ପୋଲିସ। କାଲି ପୁଣି ଥରେ ଶ୍ରୀଧର ନଗର ସେକେଣ୍ଡ୍ ଲେନ୍ରେ ଜଣେ ପୋଲିସ କର୍ମଚାରୀଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି। ଘରେ କେହି ନଥିବା ସୁଯୋଗ ନେଇ ଘରୁ ତାଲା […] The post ପୋଲିସ ଘରେ କଳାକନା ବୁଲାଇଲେ ଚୋର, ଲୁଟିନେଲେ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା appeared first on Dharitri Odia News.
ପାରଳାଖେମୁଣ୍ଡି,୧୪ା୩(ଗିରିଧାରୀ ପରିଚ୍ଛା): ଲୋକଙ୍କ ଭିତରେ ଏବେ କୋକୁଆ ଭୟ। ସହରରେ ଚୋରି ଘଟଣାରେ ରୋକ୍ ଲଗାଇ ପାରୁନି ପୋଲିସ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୦ରୁ ଊଦ୍ଧର୍ବ ଚୋରି ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। କିଛି ଚୋରି ଘଟଣାର ଫର୍ଦ୍ଦାଫାଶ କରିଛି ପୋଲିସ। କାଲି ପୁଣି ଥରେ ଶ୍ରୀଧର ନଗର ସେକେଣ୍ଡ୍ ଲେନ୍ରେ ଜଣେ ପୋଲିସ କର୍ମଚାରୀଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି। ଘରେ କେହି ନଥିବା ସୁଯୋଗ ନେଇ ଘରୁ ତାଲା କାଟି କଳାକନା ବୁଲାଇଛନ୍ତି ଚୋର। ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ଓ ଟଙ୍କା ମୂଲ୍ୟବାନ ଆସବାବପତ୍ର ଚୋରି ହୋଇଥିବା ପ୍ରାଥମିକ ସ୍ତରରୁ ଜଣାପଡ଼ିଛି। ଉକ୍ତ ସାହିରେ ରହୁଥିବା ପୋଲିସ କର୍ମଚାରୀ ପୁଷ୍ପଲତା ମାଝୀଙ୍କ ଘରୁ ତିନି ଭରି ସୁନା ସହ ମୂଲ୍ୟବାନ ଆସବାବପତ୍ର ଚୋରି ହୋଇଥିବା ଜଣାପଡ଼ିଛ। ଘରେ ଉଭୟ ସ୍ବାମୀ ସ୍ତ୍ରୀ ପୋଲିସ ବିଭାଗରେ କର୍ମରତ ଥିବା ବେଳେ ଅଧିକାଂଶ ସମୟରେ କେବଳ ଘରେ ତାଲା ଯାହାର ସୁଯୋଗ ନେଇ ଚୋର ଘରେ ପଶିଥିବା ଅନୁମାନ କରାଯାଉଛି। ଚୋରି ନେଇ ଥାନାରେ ଲିଖିତ ଅଭିଯୋଗ ପରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ଏଠାକୁ ମାତ୍ର କିଛି ମିଟର ଦୂର ଦାମୋଦର ବିହାର ସାହିରେ ଗତ ଶିବରାତ୍ରି ସମୟରେ ଲୋକେ ଘରେ ତାଲା ଦେଇ ବିଭିନ୍ନ ସ୍ଥାନକୁ ଯାଇଥିବା ସୁଯୋଗ ନେଇ ଏକାଥରକେ ଚାରୋଟି ଘରୁ ଲକ୍ଷାଧିକ ମୂଲ୍ୟର ସୁନାଗହଣା ଓ ଟଙ୍କା ଚୋରି କରି ଖସି ପଳାଇବାରେ ସକ୍ଷମ ହୋଇଛି ଚୋର। ତେବେ ମାତ୍ର କିଛି ଦିନ ବ୍ୟବଧାନରେ ଏହି ଅଞ୍ଚଳରୁ ପୁଣି ଚୋରି ହୋଇଥିବା ଜଣାପଡ଼ିଛି। ତେବେ ଏକ ବଡ଼ଧରଣର ଚୋରି ଗ୍ୟାଙ୍ଗ ଏଭଳି କାଣ୍ଡ ଭିଆଉ ଥିବା ଅନୁମାନ କରାଯାଉଛି। ଜିଲାରେ ବିଭିନ୍ନ ସ୍ଥାନରୁ କ୍ରମାଗତ ଭାବେ ଚୋରି ହେଉଥିବା ବେଳେ ଏକ ଚୋର ଗ୍ୟାଙ୍ଗ ସୁଚିନ୍ତିତ ଭାବେ ଚୋରି କରି ଫେରାଇ ହେବାରେ ସଫଳ ହେଉଛନ୍ତି।
The post ପୋଲିସ ଘରେ କଳାକନା ବୁଲାଇଲେ ଚୋର, ଲୁଟିନେଲେ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା appeared first on Dharitri Odia News.