ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର: ଆଇପିଏଲ୍‌ ପୂର୍ବରୁ ବିସ୍ପୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୯।୨: ଆଇପିଏଲ୍‌ ୨୦୨୪ ଆରମ୍ଭ ପାଇଁ କେବଳ କିଛି ଦିନ ବାକି ଅଛି। ଏହି ସିଜିନର ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ମ୍ୟାଚ ଗୁଜରାଟ ଟାଇଟାନ୍ସ ବିପକ୍ଷରେ। ଏହି ମ୍ୟାଚ ୨୪ ମାର୍ଚ୍ଚରେ ଅହମ୍ମଦାବାଦରେ ଖେଳାଯିବ। ଟୁର୍ନାମେଣ୍ଟ ପୂର୍ବରୁ ମୁମ୍ବାଇ ଖେଳାଳି ତିଳକ ବର୍ମା ଏକ ଦଢ ପ୍ରଦର୍ଶନ କରିଛନ୍ତି। ସେ ଡିଓ୍ବାଇ ପାଟିଲ ଟି-୨୦ କପ ମ୍ୟାଚରେ ଏକ […] The post ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର: ଆଇପିଏଲ୍‌ ପୂର୍ବରୁ ବିସ୍ପୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍‌ appeared first on Dharitri Odia News.

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର: ଆଇପିଏଲ୍‌ ପୂର୍ବରୁ ବିସ୍ପୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୯।୨: ଆଇପିଏଲ୍‌ ୨୦୨୪ ଆରମ୍ଭ ପାଇଁ କେବଳ କିଛି ଦିନ ବାକି ଅଛି। ଏହି ସିଜିନର ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ମ୍ୟାଚ ଗୁଜରାଟ ଟାଇଟାନ୍ସ ବିପକ୍ଷରେ। ଏହି ମ୍ୟାଚ ୨୪ ମାର୍ଚ୍ଚରେ ଅହମ୍ମଦାବାଦରେ ଖେଳାଯିବ। ଟୁର୍ନାମେଣ୍ଟ ପୂର୍ବରୁ ମୁମ୍ବାଇ ଖେଳାଳି ତିଳକ ବର୍ମା ଏକ ଦଢ ପ୍ରଦର୍ଶନ କରିଛନ୍ତି। ସେ ଡିଓ୍ବାଇ ପାଟିଲ ଟି-୨୦ କପ ମ୍ୟାଚରେ ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି। ତିଳକଙ୍କ ଭିଡିଓକୁ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଶେୟାର କରିଛି।
ସେଣ୍ଟ୍ରାଲ ରେଲଓ୍ବେ ଦଳ ବିପକ୍ଷରେ ତିଳକ ଚମତ୍କାର ପ୍ରଦର୍ଶନ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୪ ବଲରେ ୯୧ ରନ ସଂଗ୍ରହ କରିଥିଲେ। ଏହି ଅବଧିରେ ସେ ଶ୍ୱାଲିକ ଶର୍ମାଙ୍କ ସହ ୧୨୨ ରନର ଭାଗିଦାରୀ ମଧ୍ୟ କରିଥିଲେ। ଏହି ମ୍ୟାଚରେ ତିଳକଙ୍କ ଦଳ ୨୨୦ ରନ ସଂଗ୍ରହ କରିଥିଲା। ବ୍ୟାଟିଂ ପରେ ସେ ବୋଲିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ତିଳକ ମଧ୍ୟ ୧୬ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ।
ତିଳକ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳନ୍ତି। ସେ ଏହି ଟୁର୍ନାମେଣ୍ଟରେ ମଧ୍ୟ ଅନେକ ଥର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ୨୫ ଆଇପିଏଲ ମ୍ୟାଚରେ ତିଳକ ୭୪୦ ରନ ସଂଗ୍ରହ କରିଛନ୍ତି। ଏହି ଅବଧି ମଧ୍ୟରେ ସେ ୩ ଅର୍ଦ୍ଧଶତକ ହାସଲ କରିଛନ୍ତି। ତିଳକଙ୍କ ସର୍ବଶ୍ରେଷ୍ଠ ଆଇପିଏଲ ସ୍କୋର ୮୪ ରନ। ତାଙ୍କର ସାମଗ୍ରିକ ଟି-୨୦ ରେକର୍ଡ ମଧ୍ୟ ଭଲ ରହିଛି। ୭୦ ଟି-୨୦ ମ୍ୟାଚରେ ତିଳକ ୨୦୨୪ ରନ ସ୍କୋର କରିଛନ୍ତି। ଏହି ଅବଧି ମଧ୍ୟରେ ସେ ୧ ଶତକ ଏବଂ ୧୩ ଅର୍ଦ୍ଧଶତକ ହାସଲ କରିଛନ୍ତି।