ରୌଫଙ୍କ ନାମରେ ବଲ୍ ଟାମ୍ପରିଂ ଅଭିଯୋଗ ଆଣିଲେ ଆମେରିକା ବୋଲର

ନୂଆଦିଲ୍ଲୀ: ଡାଲସ୍ରେ ଖେଳାଯାଇଥିବା ପାକିସ୍ତାନ-ଆମେରିକା ଟ୍ବେଣ୍ଟି-୨୦ ବିଶ୍ବକପ୍ ମ୍ୟାଚ୍ରେ ବଲ୍ ଟାମ୍ପରିଂ ହୋଇଥିବା ଅଭିଯୋଗ ଆସିଛି। ପାକିସ୍ତାନର ଦ୍ରୁତ ବୋଲର ହାରିସ୍ ରୌଫ୍ଙ୍କ ନାମରେ ଏଭଳି ଅଭିଯୋଗ କରିଛନ୍ତି ଆମେରିକା ବୋଲର ରଷ୍ଟି ଥେରନ୍। ବିଶ୍ବକପ୍ ଦଳରେ ସ୍ଥାନ ପାଇ ନଥିବା ଥେରନ୍ କହିଛନ୍ତି ଦୁଇ ଓଭର ପରେ ରୌଫ ବଲ୍କୁ ନଖରେ ରାମ୍ପିଥିବାରୁ ତାହା ରିଭର୍ସ ସୁଇଙ୍ଗ କରୁଥିଲା। ଆଇସିସି ଏହି ଘଟଣାକୁ ଅଣଦେଖା କରିଥିବାରୁ ୩୮ ବର୍ଷୀୟ ଥେରନ୍ କଡ଼ା ସମାଲୋଚନା କରିଛନ୍ତି। ପୂର୍ବରୁ […]

ରୌଫଙ୍କ ନାମରେ ବଲ୍ ଟାମ୍ପରିଂ ଅଭିଯୋଗ ଆଣିଲେ ଆମେରିକା ବୋଲର

ନୂଆଦିଲ୍ଲୀ: ଡାଲସ୍ରେ ଖେଳାଯାଇଥିବା ପାକିସ୍ତାନ-ଆମେରିକା ଟ୍ବେଣ୍ଟି-୨୦ ବିଶ୍ବକପ୍ ମ୍ୟାଚ୍ରେ ବଲ୍ ଟାମ୍ପରିଂ ହୋଇଥିବା ଅଭିଯୋଗ ଆସିଛି। ପାକିସ୍ତାନର ଦ୍ରୁତ ବୋଲର ହାରିସ୍ ରୌଫ୍ଙ୍କ ନାମରେ ଏଭଳି ଅଭିଯୋଗ କରିଛନ୍ତି ଆମେରିକା ବୋଲର ରଷ୍ଟି ଥେରନ୍। ବିଶ୍ବକପ୍ ଦଳରେ ସ୍ଥାନ ପାଇ ନଥିବା ଥେରନ୍ କହିଛନ୍ତି ଦୁଇ ଓଭର ପରେ ରୌଫ ବଲ୍କୁ ନଖରେ ରାମ୍ପିଥିବାରୁ ତାହା ରିଭର୍ସ ସୁଇଙ୍ଗ କରୁଥିଲା। ଆଇସିସି ଏହି ଘଟଣାକୁ ଅଣଦେଖା କରିଥିବାରୁ ୩୮ ବର୍ଷୀୟ ଥେରନ୍ କଡ଼ା ସମାଲୋଚନା କରିଛନ୍ତି। ପୂର୍ବରୁ ଦକ୍ଷିଣ ଆଫ୍ରିକା ପାଇଁ ଖେଳିଥିବା ଥେରନ ‘ଏକ୍ସ’ରେ ଲେଖିଛନ୍ତି ଆପଣ ଯଦି ଲକ୍ଷ୍ୟ କରିବେ ରୌଫ ତାଙ୍କ ବୁଢ଼ା ଆଙ୍ଗୁଠି ନଖରେ ବଲ୍କୁ ରାମ୍ପୁଥିଲେ। ସୂଚନାଯୋଗ୍ୟ, ଏହି ମ୍ୟାଚ୍ରେ ପାକିସ୍ତାନର ପରାଜୟରେ ସବୁଠାରୁ ଅଧିକ ୩୭ ରନ୍ ବ୍ୟୟ କରିଥିଲେ ରୌଫ।