ଶରଧାବାଲି ଦଳାଚକଟାର ଭିଡିଓ ମାଗିଲେ ଅନୁ ଗର୍ଗ

  ଭୁବନେଶ୍ୱର,୪।୭: ପୁରୀ ଶରଧାବାଲିରେ ଘଟିଥିବା ଦଳାଚକଟା ସମୟର ଭିଡିଓ କିମ୍ବା ତଥ୍ୟ ଯାହା ପାଖରେ ଅଛି ଦେବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି। ଶରଧାବାଲି ଦଳାଚକଟାର ତଦନ୍ତକାରୀ ଅଧିକାରୀ ଅନୁ ଗର୍ଗଙ୍କ ଏହି ଅପିଲ କରିଛନ୍ତି। ଲୋକଙ୍କ ପାଖରେ ତଥ୍ୟ ଏବଂ ଭିଡିଓ ଥିଲେ puritragedy.inquiry@odisha.gov.in ମେଲ୍‌ରେ ପଠାଇବାକୁ ଅନୁରୋଧ କରିଛନ୍ତି। ତଦନ୍ତକାରୀ ଅଧିକାରୀ ଗର୍ଗ କହିଛନ୍ତି, ଅନେକ ଲୋକ ଦଳାଚକଟା ସମୟର ଭିଡିଓ କରିଥିଲେ। ଯେ କେହି ଭେଟି ତଥ୍ୟ ଦେବାକୁ ଚାହୁଁଛନ୍ତି ରାଜ୍ୟ ଅତିଥି […] The post ଶରଧାବାଲି ଦଳାଚକଟାର ଭିଡିଓ ମାଗିଲେ ଅନୁ ଗର୍ଗ appeared first on Dharitri Odia News.

ଶରଧାବାଲି ଦଳାଚକଟାର ଭିଡିଓ ମାଗିଲେ ଅନୁ ଗର୍ଗ

 

ଭୁବନେଶ୍ୱର,୪।୭: ପୁରୀ ଶରଧାବାଲିରେ ଘଟିଥିବା ଦଳାଚକଟା ସମୟର ଭିଡିଓ କିମ୍ବା ତଥ୍ୟ ଯାହା ପାଖରେ ଅଛି ଦେବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି। ଶରଧାବାଲି ଦଳାଚକଟାର ତଦନ୍ତକାରୀ ଅଧିକାରୀ ଅନୁ ଗର୍ଗଙ୍କ ଏହି ଅପିଲ କରିଛନ୍ତି। ଲୋକଙ୍କ ପାଖରେ ତଥ୍ୟ ଏବଂ ଭିଡିଓ ଥିଲେ puritragedy.inquiry@odisha.gov.in ମେଲ୍‌ରେ ପଠାଇବାକୁ ଅନୁରୋଧ କରିଛନ୍ତି।

ତଦନ୍ତକାରୀ ଅଧିକାରୀ ଗର୍ଗ କହିଛନ୍ତି, ଅନେକ ଲୋକ ଦଳାଚକଟା ସମୟର ଭିଡିଓ କରିଥିଲେ। ଯେ କେହି ଭେଟି ତଥ୍ୟ ଦେବାକୁ ଚାହୁଁଛନ୍ତି ରାଜ୍ୟ ଅତିଥି ଭବନ ଭୁବନେଶ୍ବର ଓ ପୁରୀ ସ୍ପେଶାଲ ସର୍କିଟ ହାଉସରେ ଦେଇପାରିବେ ବୋଲି ଗର୍ଗ କହିଛନ୍ତି। ଏସବୁ ଭିଡିଓ ତଦନ୍ତରେ ସହଯୋଗ କରିବ। ବର୍ତ୍ତମାନ ତଦନ୍ତକୁ ନେଇ ଏବେଠୁ କହିହେବ ନାହିଁ ବୋଲି ସେ କହିଛନ୍ତି।

The post ଶରଧାବାଲି ଦଳାଚକଟାର ଭିଡିଓ ମାଗିଲେ ଅନୁ ଗର୍ଗ appeared first on Dharitri Odia News.