ସୁରଥ ନାୟକ ନିଖୋଜ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୁବର୍ଣ୍ଣପୁର : ବୀରମହାରାଜପୁରରେ ରାଜନୈତିକ ହିଂସା ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଫୁଲଚରା ଗାଁର ବିଜେପି ସମର୍ଥିତ ଯୁବକ ସୁରଥ ନାଏକଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ବିଜେଡି କର୍ମୀ ମାରି ଦେଇଥିବା ଅଭିଯୋଗରେ ବୀରମହାରାଜପୁର ମୁଖ୍ୟ ଛକରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ। ତେବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସୀଂସଦ ସଙ୍ଗୀତା ସିଂହଦେଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା […]

ସୁରଥ ନାୟକ ନିଖୋଜ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ସୁବର୍ଣ୍ଣପୁର : ବୀରମହାରାଜପୁରରେ ରାଜନୈତିକ ହିଂସା ଅଭିଯୋଗ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଫୁଲଚରା ଗାଁର ବିଜେପି ସମର୍ଥିତ ଯୁବକ ସୁରଥ ନାଏକଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ବିଜେଡି କର୍ମୀ ମାରି ଦେଇଥିବା ଅଭିଯୋଗରେ ବୀରମହାରାଜପୁର ମୁଖ୍ୟ ଛକରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ। ତେବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସୀଂସଦ ସଙ୍ଗୀତା ସିଂହଦେଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି। ସୁରଥ ନାଏକ ଗତକାଲିଠାରୁ ନିଖୋଜ ଥିବା ବେଳେ ଜୋର ନିକଟରୁ ତାଙ୍କ ଚପଲ ମିଳିଛି। ଏଥିସହ ତାଙ୍କୁ ଘୋଷାଡି ନେଇଥିବା ଚିହ୍ନ ମଧ୍ୟ ରହିଛି । ପୁଲିସ ପ୍ରଥମେ ଏତଲା ରଖୁ ନଥିବା ବେଳେ ବିଧାୟକ ରଘୁନାଥ ଜଗଦଲାଙ୍କ ହସ୍ତକ୍ଷେପ ପରେ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଛି । ଯଦି ସୁରଥଙ୍କୁ ହତ୍ୟା କରାଯାଇଥାଏ ତେବେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପରିବାର ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି ବିଧାୟକ । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏପର୍ୟ୍ୟନ୍ତ ମୃତଦେହ ମିଳିନାହିଁ।

ସୁବର୍ଣ୍ଣପୁର : ବୀରମହାରାଜପୁରରେ ରାଜନୈତିକ ହିଂସା ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଫୁଲଚରା ଗାଁର ବିଜେପି ସମର୍ଥିତ ଯୁବକ ସୁରଥ ନାଏକଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ବିଜେଡି କର୍ମୀ ମାରି ଦେଇଥିବା ଅଭିଯୋଗରେ ବୀରମହାରାଜପୁର ମୁଖ୍ୟ ଛକରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ। ତେବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସୀଂସଦ ସଙ୍ଗୀତା ସିଂହଦେଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି।

ସୁରଥ ନାଏକ ଗତକାଲିଠାରୁ ନିଖୋଜ ଥିବା ବେଳେ ଜୋର ନିକଟରୁ ତାଙ୍କ ଚପଲ ମିଳିଛି। ଏଥିସହ ତାଙ୍କୁ ଘୋଷାଡି ନେଇଥିବା ଚିହ୍ନ ମଧ୍ୟ ରହିଛି । ପୁଲିସ ପ୍ରଥମେ ଏତଲା ରଖୁ ନଥିବା ବେଳେ ବିଧାୟକ ରଘୁନାଥ ଜଗଦଲାଙ୍କ ହସ୍ତକ୍ଷେପ ପରେ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଛି । ଯଦି ସୁରଥଙ୍କୁ ହତ୍ୟା କରାଯାଇଥାଏ ତେବେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପରିବାର ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି ବିଧାୟକ । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏପର୍ୟ୍ୟନ୍ତ ମୃତଦେହ ମିଳିନାହିଁ ।