ହୋଲିରେ ଘରକୁ କ’ଣ ଆଣିବା ଶୁଭ

ରଙ୍ଗର ପର୍ବ ହୋଲି ସଭିଙ୍କ ମନରେ ଖୁସି ଭରିଦିଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପବିତ୍ର ଦିନରେ କିଛି ଖାସ୍‌ ଜିନିଷ ଘରକୁ ଆଣିବା ବି ଶୁଭ ହୋଇଥାଏ। ଯେମିତି କି… * ବାମ୍ବୋ ପ୍ଲାଣ୍ଟକୁ ସକାରାତ୍ମକ ଊର୍ଜାର ପ୍ରତୀକ ବୋଲି କୁହାଯାଇଥାଏ। ଯେଉଁ ଘରେ ଏହି ଗଛ ଥାଏ, ସେଠି ସୁଖଶାନ୍ତି ବୃଦ୍ଧିପାଏ ବୋଲି ବିଶ୍ୱାସ କରାଯାଏ। ହୋଲି ଅବସରରେ ଘରକୁ ବାମ୍ବୋ ପ୍ଲାଣ୍ଟ ଆଣିବା ଶୁଭ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। * ବାସ୍ତୁଶାସ୍ତ୍ର ଅନୁଯାୟୀ, […] The post ହୋଲିରେ ଘରକୁ କ’ଣ ଆଣିବା ଶୁଭ appeared first on Dharitri Odia News.

ହୋଲିରେ ଘରକୁ କ’ଣ ଆଣିବା ଶୁଭ

ରଙ୍ଗର ପର୍ବ ହୋଲି ସଭିଙ୍କ ମନରେ ଖୁସି ଭରିଦିଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପବିତ୍ର ଦିନରେ କିଛି ଖାସ୍‌ ଜିନିଷ ଘରକୁ ଆଣିବା ବି ଶୁଭ ହୋଇଥାଏ। ଯେମିତି କି…
* ବାମ୍ବୋ ପ୍ଲାଣ୍ଟକୁ ସକାରାତ୍ମକ ଊର୍ଜାର ପ୍ରତୀକ ବୋଲି କୁହାଯାଇଥାଏ। ଯେଉଁ ଘରେ ଏହି ଗଛ ଥାଏ, ସେଠି ସୁଖଶାନ୍ତି ବୃଦ୍ଧିପାଏ ବୋଲି ବିଶ୍ୱାସ କରାଯାଏ। ହୋଲି ଅବସରରେ ଘରକୁ ବାମ୍ବୋ ପ୍ଲାଣ୍ଟ ଆଣିବା ଶୁଭ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
* ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ମୁଖ୍ୟଦ୍ୱାରରେ ଆମ୍ବପତ୍ରର ମାଳ ଲଗାଇବା ଶୁଭ ହୋଇଥାଏ। ଖାସ୍‌ କରି ହୋଲି ଅବସରରେ ଘରର ମୁଖ୍ୟଦ୍ୱାରରେ ଆମ୍ବପତ୍ରର ମାଳ ଲଗାଇଲେ ମହାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
* ହୋଲି ଅବସରରେ ଘରକୁ ରୁପା କଏନ୍‌ ଆଣିବା ବି ଶୁଭ ହୋଇଥାଏ। ଏହି କଏନ୍‌କୁ ପୂଜା କରି ନାଲି କିମ୍ବା ହଳଦିଆ ରଙ୍ଗର କପଡ଼ାରେ ଗୁଡ଼ାଇ ଆଲମାରୀରେ ରଖିଲେ ଆର୍ଥିକାବସ୍ଥା ସୁଧୁରିଥାଏ ବୋଲି ବିଶ୍ୱାସ ରହିଛି।
* ଘରେ କଇଁଛ ପ୍ରତୀମା ରଖିବା ବି ଶୁଭଫଳ ଦେଇଥାଏ। ବିଶେଷକରି ହୋଲି ଅବସରରେ ଘରକୁ ଏମିତି କଇଁଛ ପ୍ରତୀମା ଆଣିବା ଦରକାର; ଯାହାର ପିଠିରେ ଶ୍ରୀଯନ୍ତ୍ର ଅବା କୁବେର ଯନ୍ତ୍ରର ଚିହ୍ନ ଥିବ। କୁହାଯାଏ, ଏଭଳି ପ୍ରତୀମାକୁ ଘରକୁ ଆଣିଲେ ମାତା ଲକ୍ଷ୍ମୀ କୃପା କରିଥାନ୍ତି।
* ହୋଲି ଅବସରରେ ଘରର ଠାକୁରଙ୍କ ପାଇଁ ନୂତନବସ୍ତ୍ର ହେଉ ଅଥବା କିଛି ପୂଜା ସାମଗ୍ରୀ କିଣିଲେ ବି ପ୍ରଭୁ କୃପା ମିଳିଥାଏ ବୋଲି ବିଶ୍ୱାସ କରାଯାଏ।

 

The post ହୋଲିରେ ଘରକୁ କ’ଣ ଆଣିବା ଶୁଭ appeared first on Dharitri Odia News.