AI-୧୭୧କୁ ଅବସର ଦେବ ଏୟାର ଇଣ୍ଡିଆ, ବଦଳରେ ଲଣ୍ଡନ ଯିବ AI-୧୫୯!
ନୂଆଦିଲ୍ଲୀ,୧୫।୬: ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା AI-୧୭୧ ବିମାନକୁ ଆଉ ଏୟାର ଇଣ୍ଡିଆ ବ୍ୟବହାର କରିବ ନାହିଁ। ଏୟାର ଇଣ୍ଡିଆ ଏହି ଫ୍ଲାଇଟ ନମ୍ବରକୁ ଅବସର ଦେବାକୁ ଯାଉଛି। ଏହା ବଦଳରେ ଆଉ ଏକ ଫ୍ଲାଇଟ ନମ୍ବର ବ୍ୟବହାର କରାଯିବ। ଜୁନ ୧୨ ତାରିଖରେ ଲଣ୍ଡନ ପାଇଁ ଉଡ଼ାଣ ଭରିବା ମାତ୍ରେ AI-୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଗୁରୁବାର ଏୟାର ଇଣ୍ଡିଆ ବିମାନର ଭୟଙ୍କର ଦୁର୍ଘଟଣା ପରେ, ଏୟାର ଇଣ୍ଡିଆ ଏବଂ ଏୟାର […] The post AI-୧୭୧କୁ ଅବସର ଦେବ ଏୟାର ଇଣ୍ଡିଆ, ବଦଳରେ ଲଣ୍ଡନ ଯିବ AI-୧୫୯! appeared first on Dharitri Odia News.
ନୂଆଦିଲ୍ଲୀ,୧୫।୬: ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା AI-୧୭୧ ବିମାନକୁ ଆଉ ଏୟାର ଇଣ୍ଡିଆ ବ୍ୟବହାର କରିବ ନାହିଁ। ଏୟାର ଇଣ୍ଡିଆ ଏହି ଫ୍ଲାଇଟ ନମ୍ବରକୁ ଅବସର ଦେବାକୁ ଯାଉଛି। ଏହା ବଦଳରେ ଆଉ ଏକ ଫ୍ଲାଇଟ ନମ୍ବର ବ୍ୟବହାର କରାଯିବ। ଜୁନ ୧୨ ତାରିଖରେ ଲଣ୍ଡନ ପାଇଁ ଉଡ଼ାଣ ଭରିବା ମାତ୍ରେ AI-୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା।
ଗୁରୁବାର ଏୟାର ଇଣ୍ଡିଆ ବିମାନର ଭୟଙ୍କର ଦୁର୍ଘଟଣା ପରେ, ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ (AI) ଏକ୍ସପ୍ରେସ ’୧୭୧’ ଫ୍ଲାଇଟ ନମ୍ବର ବ୍ୟବହାର କରିବେ ନାହିଁ। ସୂତ୍ରଗୁଡ଼ିକ ଏହି ସୂଚନା ଦେଇଛନ୍ତି। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ଅହମ୍ମଦାବାଦରୁ ଲଣ୍ଡନ ଗାଟୱିକ ପାଇଁ ଉଡ଼ାଣ ନମ୍ବର ’AI ୧୭୧’ ବ୍ୟବହାର କରୁଥିଲା।
ତେବେ ବିମାନ ଦୁର୍ଘଟଣା ପରେ ବିମାନ କମ୍ପାନୀଗୁଡ଼ିକ ସ୍ବତନ୍ତ୍ର ଫ୍ଲାଇଟ ନମ୍ବର ବ୍ୟବହାର କରିବା ବନ୍ଦ କରିଦେଇଥାନ୍ତି। ଏଣୁ ଏବେ ଜୁନ ୧୭ ତାରିଖରୁ ଅହମ୍ମଦାବାଦ-ଲଣ୍ଡନ ଗାଟୱିକର ଫ୍ଲାଇଟ ନମ୍ବର ’AI ୧୭୧’ ବଦଳରେ ’AI ୧୫୯’ ହେବ। ଶୁକ୍ରବାର ଦିନ ବୁକିଂ ସିଷ୍ଟମରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଛି।
ଅନ୍ୟ ଏକ ରିପୋର୍ଟ ମୁତାବକ ଏୟାର ଇଣ୍ଡିଆ ଏକ୍ସପ୍ରେସ ମଧ୍ୟ ଏହାର ଉଡ଼ାଣ ନମ୍ବର ‘IX ୧୭୧’ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ସେ କହିଥିଲେ ଯେ ଉଡ଼ାଣ ନମ୍ବର ’୧୭୧’ ବନ୍ଦ କରିବା ସ୍ବର୍ଗତ ଆତ୍ମାଙ୍କ ପ୍ରତି ସମ୍ମାନ। ପୂର୍ବରୁ ୨୦୨୦ ମସିହାରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ମଧ୍ୟ କୋଝିକୋଡରେ ଦୁର୍ଘଟଣାଗ୍ରସ୍ତ ବିମାନର ଉଡ଼ାଣ ନମ୍ବର ବ୍ୟବହାର ବନ୍ଦ କରିଦେଇଥିଲା। ଏହି ଦୁର୍ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା।
The post AI-୧୭୧କୁ ଅବସର ଦେବ ଏୟାର ଇଣ୍ଡିଆ, ବଦଳରେ ଲଣ୍ଡନ ଯିବ AI-୧୫୯! appeared first on Dharitri Odia News.