AICC ନିଷ୍ପତ୍ତି ଆମକୁ ଲଜ୍ଜିତ କରୁଛି, ଟିକେଟ୍ ଦେଇ ପୁଣି କାଟୁଛି ଦଳ : ମୋହନ ହେମ୍ବ୍ରମ
ଭୁବନେଶ୍ବର ୨୭।୪: ଟିକେଟ୍ କଟିଲା ପରେ କଂଗ୍ରେସ ଦଳ ଉପରେ ବର୍ଷିଛନ୍ତି ମୋହନ କୁମାର ହେମ୍ବ୍ରମ ଏବଂ ତାଙ୍କ ପତ୍ନୀ ଝୁନା ପଟ୍ଟନାୟକ । ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ଉପରେ ବର୍ଷିଛନ୍ତି ଉଭୟ ସ୍ୱାମୀ ଏବଂ ସ୍ତ୍ରୀ । କାନ୍ଦି କାନ୍ଦି କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ଉଭୟ । ମୋହନ କହିଛନ୍ତି ଏଆଇସିସି ନିଷ୍ପତ୍ତି ଆମକୁ ଲଜ୍ଜିତ କରୁଛି । ପ୍ରଥମେ ଟିକେଟ ଦେବା ପରେ ଟିକେଟ କାଟିଦେଉଛି ଦଳ । ୨୦୧୯ରେ ଯେତେବେଳେ ତେଲକୋଇ ବିଧାନସଭା ପାଇଁ ମୁଁ ପ୍ରସ୍ତୁତ ହେଉଥିଲି ସେତେବେଳେ ମଧ୍ୟ ମୋତେ ହଠାତ ଲୋକସଭା ପାଇଁ ଲଢ଼ିବାକୁ କୁହାଯାଇଥିଲା । ସେତେବେଳେ ମଧ୍ୟ ମୁଁ ନିର୍ବାଚନ ଲଢ଼ି ୧ ଲକ୍ଷ ୨୮ ହଜାର ପାଖାପାଖି ଭୋଟ ପାଇଥିଲି । ଏବେ ୨୦୨୪ରେ ମଧ୍ୟ ସମାନ ସ୍ଥିତି ହୋଇଛି ମୁଁ ବିଧାନସଭା ପାଇଁ ପ୍ରସ୍ତୁତ ଥିଲି । ପିସିସି ତରଫରୁ ପୁରୀ ଡକାଯାଇ ବିଧାୟକ ଭାବରେ ଲଢ଼ିବା ପାଇଁ ମୋତେ କୁହାଯାଇଥିଲା । ମୁଁ ଦଳ ନିୟମ ଅନୁଯାୟୀ ୫୦ ହଜାର ଟଙ୍କା ମଧ୍ୟ ପୈଠ କରିଥିଲି । ମୋତେ ବିଧାୟକ ନୁହେଁ କେଉଁଝର ସାଂସଦ ଭାବରେ ଲଢ଼ିବା ପାଇଁ ନାମ ଘୋଷଣା କରାଯାଇଥିଲା । କିନ୍ତୁ ପରବର୍ତୀ ମୁହୂର୍ତ୍ତରେ ମୋର ଟିକେଟ୍ କାଟିଦେଇଥିଲା ଦଳ । ଏଠି ପ୍ରଶ୍ନ ଉଠୁଛି ଯଦି ମୋର ଯୋଗ୍ୟତା ନାହିଁ ତେବେ କାହିଁକି ମୋତେ ଟିକେଟ ଦେଉଥିଲେ । ଯେଉଁଠାରେ କଂଗ୍ରେସ କର୍ମୀ ହିଁ ନ୍ୟାୟ ପାଉନାହାନ୍ତି ସେଠା
ଭୁବନେଶ୍ବର ୨୭।୪: ଟିକେଟ୍ କଟିଲା ପରେ କଂଗ୍ରେସ ଦଳ ଉପରେ ବର୍ଷିଛନ୍ତି ମୋହନ କୁମାର ହେମ୍ବ୍ରମ ଏବଂ ତାଙ୍କ ପତ୍ନୀ ଝୁନା ପଟ୍ଟନାୟକ । ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ଉପରେ ବର୍ଷିଛନ୍ତି ଉଭୟ ସ୍ୱାମୀ ଏବଂ ସ୍ତ୍ରୀ । କାନ୍ଦି କାନ୍ଦି କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ଉଭୟ । ମୋହନ କହିଛନ୍ତି ଏଆଇସିସି ନିଷ୍ପତ୍ତି ଆମକୁ ଲଜ୍ଜିତ କରୁଛି । ପ୍ରଥମେ ଟିକେଟ ଦେବା ପରେ ଟିକେଟ କାଟିଦେଉଛି ଦଳ । ୨୦୧୯ରେ ଯେତେବେଳେ ତେଲକୋଇ ବିଧାନସଭା ପାଇଁ ମୁଁ ପ୍ରସ୍ତୁତ ହେଉଥିଲି ସେତେବେଳେ ମଧ୍ୟ ମୋତେ ହଠାତ ଲୋକସଭା ପାଇଁ ଲଢ଼ିବାକୁ କୁହାଯାଇଥିଲା । ସେତେବେଳେ ମଧ୍ୟ ମୁଁ ନିର୍ବାଚନ ଲଢ଼ି ୧ ଲକ୍ଷ ୨୮ ହଜାର ପାଖାପାଖି ଭୋଟ ପାଇଥିଲି । ଏବେ ୨୦୨୪ରେ ମଧ୍ୟ ସମାନ ସ୍ଥିତି ହୋଇଛି ମୁଁ ବିଧାନସଭା ପାଇଁ ପ୍ରସ୍ତୁତ ଥିଲି । ପିସିସି ତରଫରୁ ପୁରୀ ଡକାଯାଇ ବିଧାୟକ ଭାବରେ ଲଢ଼ିବା ପାଇଁ ମୋତେ କୁହାଯାଇଥିଲା । ମୁଁ ଦଳ ନିୟମ ଅନୁଯାୟୀ ୫୦ ହଜାର ଟଙ୍କା ମଧ୍ୟ ପୈଠ କରିଥିଲି । ମୋତେ ବିଧାୟକ ନୁହେଁ କେଉଁଝର ସାଂସଦ ଭାବରେ ଲଢ଼ିବା ପାଇଁ ନାମ ଘୋଷଣା କରାଯାଇଥିଲା । କିନ୍ତୁ ପରବର୍ତୀ ମୁହୂର୍ତ୍ତରେ ମୋର ଟିକେଟ୍ କାଟିଦେଇଥିଲା ଦଳ । ଏଠି ପ୍ରଶ୍ନ ଉଠୁଛି ଯଦି ମୋର ଯୋଗ୍ୟତା ନାହିଁ ତେବେ କାହିଁକି ମୋତେ ଟିକେଟ ଦେଉଥିଲେ । ଯେଉଁଠାରେ କଂଗ୍ରେସ କର୍ମୀ ହିଁ ନ୍ୟାୟ ପାଉନାହାନ୍ତି ସେଠାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା କାହା ପାଇଁ ବୋଲି ପ୍ରଶ୍ନ କରିଛନ୍ତି ମୋହନ । ଏହାସହ ସେ କହିଛନ୍ତି ମୋ ଟିକେଟ କାଟିବା ନେଇ ମୁଁ ପିସିସି ସଭାପତିଙ୍କୁ ପଚାରିବାରୁ ସିଏ ମୋତେ କହିଥିଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଜୟଦେବ ଜେନା ଜିଦ କରୁଛନ୍ତି କି ମୋହନକୁ ଟିକେଟ ମିଳିଲେ ଆମେ ନିର୍ବାଚନ ଲଢ଼ିବୁନାହିଁ । ଏହା କି ପ୍ରକାର ନ୍ୟାୟ । ତେଣୁ ମୁଁ ପିସିସିକୁ ଦେଇଥିବା ୫୦ ହଜାର ଟଙ୍କା ସହ ମୋ ନା’ ଘୋଷଣା ପରେ ମୁଁ ଖର୍ଚ୍ଚ କରିଥିବା ୭ ଲକ୍ଷ ଟଙ୍କା ମୋତେ ୪୮ ଘଣ୍ଟା ମଧ୍ୟରେ ଫେରସ୍ତ ନକଲେ ମୁଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି ବୋଲି ଚେତାବନୀ ଦେଇଛନ୍ତି ମୋହନ । ମୋହନଙ୍କ ପତ୍ନୀ ଖୋର୍ଦ୍ଧା ଜିଲ୍ଲାର ମହିଳା ସଭାପତି ଭାବରେ କାର୍ଯ୍ୟ କରିଆସୁଥିଲେ ।
You Can Read :
ଦନ୍ତେୱାଡାରେ କଂଗ୍ରେସ ନେତାଙ୍କୁ ହତ୍ୟା କଲେ ମାଓବାଦୀ, ୨୦୧୪ରେ ପୁଅକୁ ମାରିଥିଲେ