Canada Hindu Temple Attack: କାନାଡ଼ାରେ ପୁଣି ହିନ୍ଦୁ ମନ୍ଦିରକୁ ଖଲିସ୍ତାନୀଙ୍କ ଆକ୍ରମଣ; ଶ୍ରଦ୍ଧାଳୁଙ୍କୁ କଲେ ମାରପିଟ୍...
ବ୍ରାମ୍ପଟନ ଓ ସରେରେ ହିନ୍ଦୁ ସଭା ମନ୍ଦିର ଉପରେ ହମଲା କରିଛନ୍ତି ଖଲିସ୍ତାନ ସମର୍ଥକ । ବହୁ ସଂଖ୍ୟାରେ ଖଲିସ୍ତାନୀ ସମର୍ଥକ ମାନେ ପହଞ୍ଚି ହିନ୍ଦୁ ମନ୍ଦିର ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ।
କାନାଡାରେ ପୁଣି ହିନ୍ଦୁ ମନ୍ଦିରକୁ ଖଲିସ୍ତାନୀଙ୍କ ଆକ୍ରମଣ । ବ୍ରାମ୍ପଟନ ଓ ସରେରେ ହିନ୍ଦୁ ସଭା ମନ୍ଦିର ଉପରେ ହମଲା କରିଛନ୍ତି ଖଲିସ୍ତାନ ସମର୍ଥକ । ବହୁ ସଂଖ୍ୟାରେ ଖଲିସ୍ତାନୀ ସମର୍ଥକ ମାନେ ପହଞ୍ଚି ହିନ୍ଦୁ ମନ୍ଦିର ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏପରିକି, ଶ୍ରଦ୍ଧାଳୁଙ୍କୁ ମଧ୍ୟ ମାରପିଟ୍ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା ଦେବା ପରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ ହୋଇଛି । ପୋଲିସ୍ ମଧ୍ୟ ହିନ୍ଦୁଙ୍କୁ ମାଡ଼ ମାରୁଥିବାର ମଧ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି ।
ଅଧିକ ପଢ଼ନ୍ତୁ: Special Story: ବାଂଲାଦେଶରେ ହିନ୍ଦୁଙ୍କ ଅବସ୍ଥା ଶୋଚନୀୟ; ବଳି ପଡ଼ୁଛନ୍ତି ଶିକ୍ଷକ...
ଭାରତ-କାନାଡ଼ା ସମ୍ପର୍କ ଖରାପ ହେବା ପରେ ହିନ୍ଦୁ ମନ୍ଦିରକୁ ଖଲିସ୍ତାନୀ ଏଭଳି ଆକ୍ରମଣ କରିଛନ୍ତି । ପୂର୍ବରୁ ୨୦୨୨ ପରେ ମଧ୍ୟ ୨୦ରୁ ଅଧିକ ମନ୍ଦିରକୁ ଟାର୍ଗେଟ କରାଯାଇଛି । କାନାଡ଼ାରେ ବହୁ ପରିମାଣରେ ହିନ୍ଦୁ ବର୍ଷ ବର୍ଷ ଧରି ବସବାସ କରନ୍ତି । ଏପରିକି ଭାରତୀୟ ବଂଶୋଦ୍ଧବ ଓ ହିନ୍ଦୁ ସାଂସଦ ବି ରହିଛନ୍ତି । ଏଭଳି ସ୍ଥଳେ ହିନ୍ଦୁ ମନ୍ଦିରକୁ ଆକ୍ରମଣ ଉଭୟ ରାଷ୍ଟ୍ରର ସମ୍ପର୍କକୁ ଅଧିକ ତିକ୍ତ କରିଛି । ଅପରପକ୍ଷେ, ଘଟଣାକୁ ନିନ୍ଦା କରିଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ।
#ଶ୍ରଦ୍ଧାଳୁଙ୍କୁ_ମାରପିଟ୍
କାନାଡ଼ାରେ ପୁଣି ହିନ୍ଦୁ ମନ୍ଦିରକୁ ଖଲିସ୍ତାନୀଙ୍କ ଆକ୍ରମଣ । ବ୍ରାମ୍ପଟନ ଓ ସରେରେ ହିନ୍ଦୁ ସଭା ମନ୍ଦିରରେ ହମଲା । ମନ୍ଦିର ଭିତରେ ଧସେଇ ପଶିଲେ ଖଲିସ୍ତାନ ସମର୍ଥକ । ଶ୍ରଦ୍ଧାଳୁଙ୍କୁ ମଧ୍ୟ କଲେ ମାରପିଟ୍ ।#Canadacops #Hindus #Temple #OTV pic.twitter.com/sLJapJs4KD — ଓଟିଭି (@otvkhabar) November 4, 2024
ସେପଟେ ବ୍ରାମ୍ପଟନର ମେୟର ପ୍ୟାଟ୍ରିକ୍ ବ୍ରାଉପ ଏହି ପୂରା ଘଟଣାକୁ ନେଇ ନିରାଶ ଥିବା କହିଛନ୍ତି । ଧାର୍ମିକ ସ୍ୱାଧୀନତା କାନାଡାର ଏକ ମୌଳିକ ମୂଲ୍ୟ ରହିଛି । ପ୍ରତ୍ୟେକ ବ୍ୟକ୍ତି ତାଙ୍କ ପୂଜା ସ୍ଥାନରେ ନିଜକୁ ସୁରକ୍ଷିତ ଅନୁଭବ କରିବା ଉଚିତ୍ । ପୂଜା ସ୍ଥାନ ବାହାରେ କୌଣସି ହିଂସା କାର୍ଯ୍ୟକୁ ମୁଁ ଦୃଢ଼ ନିନ୍ଦା କରୁଛି । ଯେଉଁମାନେ ଦୋଷୀ ସେମାନଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡରେ ଦଣ୍ଡିତ କରାଯିବା ଉଚିତ୍ ବୋଲି ସେ କହିଛନ୍ତି ।
ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିର କମ୍ପ୍ଲେକ୍ସର ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାକୁ ଦେଖିବା ପରି ଲାଗୁଛି ଯେ କାନାଡାରେ ଆଇନ ଓ ଶୃଙ୍ଖଳା ଭଳି କିଛି ନାହିଁ । ଖଲିସ୍ତାନୀମାନେ ମନ୍ଦିର ଭିତରେ ହଙ୍ଗାମା କରିବା ବେଳେ ସେଠାରେ କୌଣସି ସୁରକ୍ଷାକର୍ମୀ କିମ୍ବା ପୋଲିସ ଦୃଶ୍ୟମାନ ହେଉନାହାଁନ୍ତି । ଏଭଳି ପରିସ୍ଥିତିରେ କାନାଡା ପୋଲିସ ଖଲିସ୍ତାନୀଙ୍କୁ ସୁରକ୍ଷା ଦେଇଥିବା ନେଇ ଅଭିଯୋଗ ହୋଇଛି । ପ୍ରଶ୍ନ ଉଠିଛି ଯେ ଏତେ ବଡ ଘଟଣା ସତ୍ତ୍ୱେ ପୁଲିସ କାହାକୁ ଗିରଫ କରିନାହିଁ । ଭିଡିଓ ସାମ୍ନାକୁ ଆସିବା ପରେ ମଧ୍ୟ ଅଭିଯୁକ୍ତକୁ ଚିହ୍ନଟ କରିବାରେ ପୋଲିସ ସକ୍ଷମ ହୋଇପାରି ନାହିଁ।
The acts of violence at the Hindu Sabha Mandir in Brampton today are unacceptable. Every Canadian has the right to practice their faith freely and safely.
Thank you to the Peel Regional Police for swiftly responding to protect the community and investigate this incident. — Justin Trudeau (@JustinTrudeau) November 3, 2024
ଅଧିକ ପଢ଼ନ୍ତୁ: ପଛରେ ପଡିଯିବ ବୁର୍ଜ ଖଲିଫା; ସାଉଦିରେ ନିର୍ମାଣ ହେଉଛି ଦୁନିଆର ସବୁଠୁ ବଡ଼ ବିଲ୍ଡିଂ