Champions Trophy 2025: ଦୁନିଆକୁ ବୁଝାଇବା ପାଇଁ ୨୯ ବର୍ଷ ଲାଗିଗଲା…କାହିଁକି ଏମିତି କହିଲେ ପାକିସ୍ତାନୀ ଖେଳାଳି

ଇସଲାମାବାଦ୍‌,୧୮।୨: ପାକିସ୍ତାନ ପ୍ରାୟ ୩୦ ବର୍ଷ ପରେ ICC ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଆସୁଛି। ପୂର୍ବରୁ, ପାକିସ୍ତାନ ୧୯୯୬ରେ ବିଶ୍ୱକପ ଆୟୋଜନ କରିଥିଲା। ପାକିସ୍ତାନ ବ୍ୟତୀତ, ସେହି ବିଶ୍ୱକପର ଆୟୋଜକ ଭାରତ ଏବଂ ଶ୍ରୀଲଙ୍କା ଥିଲେ। ଏବେ ପୂର୍ବତନ ପାକିସ୍ତାନୀ ଖେଳାଳି ରମିଜ ରାଜା ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ରମିଜ ରାଜା କହିଛନ୍ତି, ପାକିସ୍ତାନ ସୁରକ୍ଷିତ ଏବଂ ବଡ଼ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ବୋଲି ବିଶ୍ୱକୁ ବୁଝାଇବାକୁ ୨୯ ବର୍ଷ ଲାଗିଗଲା। ଏଥିପାଇଁ […] The post Champions Trophy 2025: ଦୁନିଆକୁ ବୁଝାଇବା ପାଇଁ ୨୯ ବର୍ଷ ଲାଗିଗଲା…କାହିଁକି ଏମିତି କହିଲେ ପାକିସ୍ତାନୀ ଖେଳାଳି appeared first on Dharitri Odia News.

Champions Trophy 2025: ଦୁନିଆକୁ ବୁଝାଇବା ପାଇଁ ୨୯ ବର୍ଷ ଲାଗିଗଲା…କାହିଁକି ଏମିତି କହିଲେ ପାକିସ୍ତାନୀ ଖେଳାଳି

ଇସଲାମାବାଦ୍‌,୧୮।୨: ପାକିସ୍ତାନ ପ୍ରାୟ ୩୦ ବର୍ଷ ପରେ ICC ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଆସୁଛି। ପୂର୍ବରୁ, ପାକିସ୍ତାନ ୧୯୯୬ରେ ବିଶ୍ୱକପ ଆୟୋଜନ କରିଥିଲା। ପାକିସ୍ତାନ ବ୍ୟତୀତ, ସେହି ବିଶ୍ୱକପର ଆୟୋଜକ ଭାରତ ଏବଂ ଶ୍ରୀଲଙ୍କା ଥିଲେ। ଏବେ ପୂର୍ବତନ ପାକିସ୍ତାନୀ ଖେଳାଳି ରମିଜ ରାଜା ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ରମିଜ ରାଜା କହିଛନ୍ତି, ପାକିସ୍ତାନ ସୁରକ୍ଷିତ ଏବଂ ବଡ଼ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ବୋଲି ବିଶ୍ୱକୁ ବୁଝାଇବାକୁ ୨୯ ବର୍ଷ ଲାଗିଗଲା। ଏଥିପାଇଁ ପ୍ରଶାସନିକ ଦୃଷ୍ଟିକୋଣରୁ ବହୁତ କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତା କରିବାକୁ ପଡିଲା। କିନ୍ତୁ ଏହା ଭଲ କଥା ଯେ ବିଶ୍ୱ ଆମର ଦୃଷ୍ଟିକୋଣକୁ ବୁଝିପାରିଲା।
ରମିଜ ରାଜା ଆହୁରି ମଧ୍ୟ କହିଛନ୍ତି, ପ୍ରାୟ ୪ ବର୍ଷ ପୂର୍ବେ ୨୦୨୧ ମସିହାରେ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଥିବା ସମୟରେ ପାକିସ୍ତାନକୁ ଏହି ଟୁର୍ନାମେଣ୍ଟର ଆୟୋଜନ ମିଳିଥିଲା। ଚାମ୍ପିଅନ୍ସ ଟ୍ରଫି ଆୟୋଜନ ପାକିସ୍ତାନରେ କ୍ରିକେଟ ପରିସ୍ଥିତିକୁ ସ୍ବାଭାବିକ କରିବାରେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବ। ଏହା ଆମ ଦେଶ ପାଇଁ ଗର୍ବର ବିଷୟ। ଏହା ବ୍ୟତୀତ, ଆମେ ବିଶ୍ୱକୁ ଆମର ବାର୍ତ୍ତା ପହଞ୍ଚାଇବାରେ ସଫଳ ହୋଇଛୁ। ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବା ଯୁବପିଢ଼ିଙ୍କ ଅଂଶଗ୍ରହଣ ବ୍ୟତୀତ ଦେଶର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ବିଶ୍ୱ ସ୍ତରରେ ପାକିସ୍ତାନ ପ୍ରତି ଧାରଣାକୁ ପରିବର୍ତ୍ତନ କରିବା ପାଇଁ ଏକ ଭଲ ସୁଯୋଗ।

ସୂଚନାଯୋଗ୍ୟ, ଏଥର ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଛି, କିନ୍ତୁ ସୁରକ୍ଷା କାରଣରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଛି। ଏହା ପରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ହାଇବ୍ରିଡ ମଡେଲ ଅନୁଯାୟୀ ଦୁବାଇରେ ଏହାର ମ୍ୟାଚ ଖେଳିବ।

The post Champions Trophy 2025: ଦୁନିଆକୁ ବୁଝାଇବା ପାଇଁ ୨୯ ବର୍ଷ ଲାଗିଗଲା…କାହିଁକି ଏମିତି କହିଲେ ପାକିସ୍ତାନୀ ଖେଳାଳି appeared first on Dharitri Odia News.