‘Don-3’ ରେ ଶୋଭିତା ଧୂଲିପାଲା, ଆଇଟମ୍‌ ନମ୍ଵରରେ ଆସିବେ ନଜର

ମୁମ୍ଵାଇ ୨୩।୦୮: ସାଉଥ୍‌ ଷ୍ଟାର ନାଗା ଚୈତନ୍ୟଙ୍କ ସହ ନିର୍ବନ୍ଧ ହେବା ପରଠୁ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ଶୋଭିତା ଧୂଲିପାଲା । ଏ ଥର ନୂଆ ପ୍ରୋଜେକ୍ଟକୁ ନେଇ । ରଣବୀର ସିଂହ ଓ କିଆରା ଆଡ଼ଭାନି ଷ୍ଟାରର୍‌ ଅପ୍‌କମିଙ୍ଗ ଫିଲ୍ମ ‘ଡନ୍‌-୩’ରେ ତାଙ୍କୁ କାଷ୍ଟ୍‌ କରାଯାଇଥିବା ଚର୍ଚ୍ଚା ହେଉଛି । ଫିଲ୍ମରେ ଏକ ଆଇଟମ୍‌ ନମ୍ବରରେ ଶୋଭିତା ନଜର ଆସିପାରନ୍ତି । ବହୁମୁଖୀ ପ୍ରତିଭା ଜରିଆରେ ଦର୍ଶକଙ୍କ ମନ ଜିଣିଥିବା ଶୋଭିତା ପୂର୍ବରୁ କେବେ କରିନଥିବା କାମ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ‘ଡନ୍‌-୩’ ସାଇନ୍‌ କରିଛନ୍ତି । ନିଜର ଗ୍ଲାମ୍‌ ଲୁକ୍‌ ଓ ହଟ୍‌କେ ଅନ୍ଦାଜ୍‌ ଜରିଆରେ ସେ ଫିଲ୍ମର ଅନ୍ୟତମ ମୁଖ୍ୟ ଆକର୍ଷଣ ହେବେ । ଫିଲ୍ମର ନିର୍ଦ୍ଦେଶକ ଫରହାନ ଅଖତର ଶୋଭିତାଙ୍କୁ ଆଇଟମ୍‌ ନମ୍ବର ପାଇଁ ଅନୁରୋଧ କରିଛନ୍ତି । ସେ ଭଲଭାବେ ଜାଣନ୍ତି ଯେ ଅନ୍ୟ ଅଭିନେତ୍ରୀଙ୍କ ତୁଳନାରେ ଶୋଭିତା ବେଶ ଭଲ ପ୍ରଦର୍ଶନ କରିବେ । ଏ ନେଇ ଶୋଭିତା-ଫରହାନଙ୍କ ମଧ୍ୟରେ ଅନେକ ଥର ସାକ୍ଷାତକାର ହୋଇଥିଲେ ହେଁ, ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ଖୁବ୍‌ଶୀଘ୍ର ଏ ନେଇ ଘୋଷଣା ହୋଇପାରେ । ରିତେଶ ସିଧୱାନିଙ୍କ ପ୍ରଯୋଜନାରେ ନିର୍ମାଣାଧୀନ ‘ଡନ୍‌-୩’ରେ ରଣବୀରଙ୍କୁ କାଷ୍ଟ୍‌ କରିବା ବିଷୟରେ ଫରହାନ ପୂର୍ବରୁ କହିଥିଲେ, ଫିଲ୍ମ ପାଇଁ ଜଣେ ଭିନ୍ନ ଧରଣର, ଆଗାମି ପିଢ଼ିର କଳାକାର ଆବଶ୍ୟକ ଥିଲା । ରଣବୀର ସେଥିପାଇଁ ଉପଯୁକ୍ତ ଚରିତ୍ର । ତାଙ୍କ ଏନର୍ଜି ଫିଲ

‘Don-3’ ରେ ଶୋଭିତା ଧୂଲିପାଲା, ଆଇଟମ୍‌ ନମ୍ଵରରେ ଆସିବେ ନଜର

ମୁମ୍ଵାଇ ୨୩।୦୮: ସାଉଥ୍‌ ଷ୍ଟାର ନାଗା ଚୈତନ୍ୟଙ୍କ ସହ ନିର୍ବନ୍ଧ ହେବା ପରଠୁ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ଶୋଭିତା ଧୂଲିପାଲା । ଏ ଥର ନୂଆ ପ୍ରୋଜେକ୍ଟକୁ ନେଇ । ରଣବୀର ସିଂହ ଓ କିଆରା ଆଡ଼ଭାନି ଷ୍ଟାରର୍‌ ଅପ୍‌କମିଙ୍ଗ ଫିଲ୍ମ ‘ଡନ୍‌-୩’ରେ ତାଙ୍କୁ କାଷ୍ଟ୍‌ କରାଯାଇଥିବା ଚର୍ଚ୍ଚା ହେଉଛି । ଫିଲ୍ମରେ ଏକ ଆଇଟମ୍‌ ନମ୍ବରରେ ଶୋଭିତା ନଜର ଆସିପାରନ୍ତି । ବହୁମୁଖୀ ପ୍ରତିଭା ଜରିଆରେ ଦର୍ଶକଙ୍କ ମନ ଜିଣିଥିବା ଶୋଭିତା ପୂର୍ବରୁ କେବେ କରିନଥିବା କାମ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ‘ଡନ୍‌-୩’ ସାଇନ୍‌ କରିଛନ୍ତି । 

ନିଜର ଗ୍ଲାମ୍‌ ଲୁକ୍‌ ଓ ହଟ୍‌କେ ଅନ୍ଦାଜ୍‌ ଜରିଆରେ ସେ ଫିଲ୍ମର ଅନ୍ୟତମ ମୁଖ୍ୟ ଆକର୍ଷଣ ହେବେ । ଫିଲ୍ମର ନିର୍ଦ୍ଦେଶକ ଫରହାନ ଅଖତର ଶୋଭିତାଙ୍କୁ ଆଇଟମ୍‌ ନମ୍ବର ପାଇଁ ଅନୁରୋଧ କରିଛନ୍ତି । ସେ ଭଲଭାବେ ଜାଣନ୍ତି ଯେ ଅନ୍ୟ ଅଭିନେତ୍ରୀଙ୍କ ତୁଳନାରେ ଶୋଭିତା ବେଶ ଭଲ ପ୍ରଦର୍ଶନ କରିବେ । ଏ ନେଇ ଶୋଭିତା-ଫରହାନଙ୍କ ମଧ୍ୟରେ ଅନେକ ଥର ସାକ୍ଷାତକାର ହୋଇଥିଲେ ହେଁ, ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ଖୁବ୍‌ଶୀଘ୍ର ଏ ନେଇ ଘୋଷଣା ହୋଇପାରେ । 

ରିତେଶ ସିଧୱାନିଙ୍କ ପ୍ରଯୋଜନାରେ ନିର୍ମାଣାଧୀନ ‘ଡନ୍‌-୩’ରେ ରଣବୀରଙ୍କୁ କାଷ୍ଟ୍‌ କରିବା ବିଷୟରେ ଫରହାନ ପୂର୍ବରୁ କହିଥିଲେ, ଫିଲ୍ମ ପାଇଁ ଜଣେ ଭିନ୍ନ ଧରଣର, ଆଗାମି ପିଢ଼ିର କଳାକାର ଆବଶ୍ୟକ ଥିଲା । ରଣବୀର ସେଥିପାଇଁ ଉପଯୁକ୍ତ ଚରିତ୍ର । ତାଙ୍କ ଏନର୍ଜି ଫିଲ୍ମ ପାଇଁ ଆବଶ୍ୟକ ।