General Election 2024: ୨୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା AAP

ଆମ୍ ଆଦମୀ ପାର୍ଟି ଆଜି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୨୨ଟି ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଦେଇଛି ।

General Election 2024: ୨୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା AAP

ବିଜେଡି, ବିଜେପି ଓ କଂଗ୍ରେସ ପରେ ଆମ୍ ଆଦମୀ ପାର୍ଟି ଆଜି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୨୨ଟି ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଦେଇଛି । ବରଗଡରୁ ଆଶିଷ ସତପଥୀ, ପଦ୍ମପୁରରୁ ବାଲ୍ମିକୀ ନାୟକ, ଢେଙ୍କାନାଳରୁ ଭାରତ କୁମାର ଦାସ, ଅନୁଗୁଳରୁ ଦୀପ୍ତିମୟୀ ଦାସ, ବଲାଙ୍ଗୀରରୁ ଆଶିଷ ପାଣ୍ଡେ, ଭବାନୀପାଟଣାରୁ ରମେଶ ନାୟକ, ଚୌଦ୍ବାର କଟକରୁ ବିଜୟଲକ୍ଷ୍ମୀ ମହାପାତ୍ର, ମହାକାଳପଡାରୁ ବୈବମନୁ ବେଉରା, ପାଟକୁରାରୁ ଅଶୋକ କୁମାର ତ୍ରିପାଠୀ, ମାହାଙ୍ଗାରୁ ସାରଦା ପ୍ରସାଦ ଦାସ, ଆଠଗଡରୁ ଦେବୀ ପ୍ରସାଦ ମହାପାତ୍ର, ବୌଦ୍ଧରୁ ସ୍ମୃତି ସାସ୍ବତୀ ମିଶ୍ରଙ୍କୁ ଦଳ ଟିକେଟ୍ ଦେଇଛି । 

ସେହିପରି ଜି. ଉଦୟଗିରିରୁ ଯୌବନ ମଲ୍ଲିକ, ନର୍ଲାରୁ ପୃଥ୍ବୀରାଜ ଛତ୍ରିଆ, ବଡଚଣାରୁ ବିଜୟ ଦାସ, ମୋରଡାରୁ ଶଙ୍କର୍ଷଣ ମିଶ୍ର, ଉଦଳାରୁ ରାଜକିଶୋର ମାରାଣ୍ଡି, ରେଙ୍ଗାଲିରୁ ସୀତାକାନ୍ତ ରୋହିଦାସ, ବଣାଇରୁ କୁନି ମୁଣ୍ଡା, ଅତାବିରାରୁ ଜୟକୃଷ୍ଣ ଛୁରିଆ, ଭଟଲିରୁ ଶାହରୁଖ ଲୋଧିଆ ଏବଂ ବ୍ରଜରାଜନଗରରୁ କୁମୁଦ ରଞ୍ଜନ ପ୍ରସାଦଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି। 

ସେମିତି ବିଜେଡ଼ି ଆଜି ଘୋଷଣା କରିଛି ବିଧାନସଭା ପ୍ରାର୍ଥୀ ତାଲିକା । କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଓ ରେଢ଼ାଖୋଲରେ ବଦଳିଛନ୍ତି ପ୍ରାର୍ଥୀ । ସମ୍ବଲପୁର ବଦଳରେ ରେଢ଼ାଖୋଲରୁ ପ୍ରାର୍ଥୀ ହେବେ ପ୍ରସନ୍ନ ଆଚାର୍ଯ୍ୟ । ରୋହିତ ପୂଜାରୀଙ୍କୁ ମିଳିଲା ସମ୍ବଲପୁର ଟିକେଟ । ଚିତ୍ରକୋଣ୍ତାରୁ ଲଢ଼ିବେ ଲକ୍ଷ୍ମୀପ୍ରିୟା ନାୟକ । ସେହିପରି ପଦ୍ମପୁରରୁ ଲଢ଼ିବେ ବର୍ଷା ସିଂ ବରିହା ।

ସେହିପରି କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିଆ, ଦେବଗଡ଼ରୁ ଅରୁନ୍ଧତୀ ଦେବୀ, ଅନୁଗୁଳରୁ ସଂଯୁକ୍ତା ସିଂହ, ନିମାପଡ଼ାରୁ ଦିଲୀପ ନାୟକ, ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଜୟପୁରରୁ ଇନ୍ଦିରା ନନ୍ଦଙ୍କୁ ମିଳିଲା ଟିକେଟ । ନବୀନ ପୁଣି ଖେଳିଛନ୍ତି ପଶ୍ଚିମ ଓଡ଼ିଶା କାର୍ଡ । କଣ୍ଟାବାଞ୍ଜି ବିଧାନସଭା ଆସନରୁ ବି ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।