Honda Gold Wing Tour ର 50th Anniversary Edition ଲଞ୍ଚ, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ
ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ନିଜର ସବୁଠାରୁ ଲଗଜରୀ ଏବଂ ପାୱାରଫୁଲ୍ ଟୁରର ମୋଟରସାଇକେଲ Gold Wing Tourର ୨୦୨୫ ଏଡିସନ୍ ଭାରତରେ ଲଞ୍ଚ କରିଛି । କମ୍ପାନୀ ଏହାକୁ ‘‘50th Anniversary Edition’’ ନାମରେ ଉପସ୍ଥାପନ କରିଛି । ଡିଜାଇନ୍ ଏବଂ ଷ୍ଟାଇଲ୍ : Honda Gold Wing Tour ର 50th Anniversary Edition ଖାସ୍ ଭାବରେ ବୋର୍ଡୋ ରେଡ୍ ମେଟାଲିକ୍ କଲରରେ ଉପସ୍ଥାପନ କରାଯାଇଛି, ଯାହା ଏହାକୁ ଏକ ଏସକ୍ଲୟୁସିଭ୍ ଲୁକ୍ […] The post Honda Gold Wing Tour ର 50th Anniversary Edition ଲଞ୍ଚ, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ appeared first on KNews Odisha.

ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ନିଜର ସବୁଠାରୁ ଲଗଜରୀ ଏବଂ ପାୱାରଫୁଲ୍ ଟୁରର ମୋଟରସାଇକେଲ Gold Wing Tourର ୨୦୨୫ ଏଡିସନ୍ ଭାରତରେ ଲଞ୍ଚ କରିଛି । କମ୍ପାନୀ ଏହାକୁ ‘‘50th Anniversary Edition’’ ନାମରେ ଉପସ୍ଥାପନ କରିଛି ।
ଡିଜାଇନ୍ ଏବଂ ଷ୍ଟାଇଲ୍ :
Honda Gold Wing Tour ର 50th Anniversary Edition ଖାସ୍ ଭାବରେ ବୋର୍ଡୋ ରେଡ୍ ମେଟାଲିକ୍ କଲରରେ ଉପସ୍ଥାପନ କରାଯାଇଛି, ଯାହା ଏହାକୁ ଏକ ଏସକ୍ଲୟୁସିଭ୍ ଲୁକ୍ ପ୍ରଦାନ କରେ । ଏହି ଲିମିଟେଡ୍ ଏଡିସନ୍ ମଡେଲରେ 50th Anniversary ଏବଂ ୧୯୭୫ ମସିହାରୁ ଟ୍ୟାଗଲାଇନ୍ ସହିତ ଏକ ଖାସ୍ ଗୋଲ୍ଡ ୱିଙ୍ଗ ବ୍ୟାଜ୍ ରହିଛି । ଆପଣ ବାଇକ୍ ଷ୍ଟାର୍ଟ କରିବା ମାତ୍ରେ, ଏକ ନୂଆ ୱେଲକମ୍ ସ୍କ୍ରିନ୍ ଦେଖାଯାଏ । ଏହାର ସାର୍ପ ବଡ଼ି ଲାଇନ୍ସ ଏବଂ ବୋଲ୍ଡ ରୋଡ୍ ପ୍ରେଜେନ୍ସ ଏହାକୁ ଏକ ପ୍ରିମିୟମ୍ ଟୁରରର ପରିଚୟ ଦିଏ ।
ଫିଚର୍ସ :
ହୋଣ୍ଡା, ଗୋଲ୍ଡ ୱିଙ୍ଗ ଟୁରରେ ବହୁତ ଭଲ ଫିଚର୍ସ ରଖିଛି । ଯେପରିକି ଏକ ୭-ଇଞ୍ଚ ଫୁଲ୍-କଲର TFT ଡିସପ୍ଲେ ଯାହା ରାଇଡିଂ ଡାଟା, ନାଭିଗେସନ୍ ଏବଂ ଅଡିଓ ଇନଫରମେସନ୍ ଦର୍ଶାଏ । ଏହି ସେଗମେଣ୍ଟରେ ପ୍ରଥମ ଥର ପାଇଁ ୱାୟାରଲେସ୍ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ୍ କାରପ୍ଲେ ସୁବିଧା ଯୋଗାଇ ଦିଆଯାଇଛି । ଏଥି ସହ ଅପଗ୍ରେଡ୍ ହୋଇଥିବା ଅଡିଓ ସିଷ୍ଟମ୍ ହାଇ ସ୍ପିଡରେ ମଧ୍ୟ କ୍ଲିୟର ସାଉଣ୍ଡ ପ୍ରଦାନ କରେ । ଏହା ବ୍ୟତୀତ, ବାଇକ୍ରେ ଇଲେକ୍ଟ୍ରେିକାଲି ଆଡଜଷ୍ଟେବଲ୍ ୱିଣ୍ଡସ୍କ୍ରିନ୍, ବ୍ଲୁଟୁଥ୍ କନେକ୍ଟିଭିଟି, ଦୁଇଟି USB ଟାଇପ୍-ସି ପୋର୍ଟ, TPMS (ଟାୟାର ପ୍ରେସର୍ ମନିଟରିଂ ସିଷ୍ଟମ୍), ଏବଂ ଅଲ୍- LED ଲାଇଟିଂ ଭଳି ଫିଚର୍ସ ସାମିଲ୍ ରହିଛି ।
ପରଫରମାନ୍ସ ଏବଂ ଇଞ୍ଜନ୍ :
ଏହି ବାଇକ୍ଟି ୧,୮୩୩ ସିସି ୬-ସିଲିଣ୍ଡର ଇଞ୍ଜିନ୍ ସହିତ ଲେସ୍, ଯାହା ୭-ସ୍ପିଡ୍ DCT ଅର୍ଥାତ୍ ଡୁଆଲ୍ କ୍ଲଚ୍ ଟ୍ରାନ୍ସମିସନ୍ ସହିତ ଆସିଥାଏ । ଏହି ଇଞ୍ଜିନ କେବଳ ସ୍ମୁଥ୍ ଏବଂ ରିଫାଇଣ୍ଡ ଆଉଟପୁଟ୍ ଦିଏ ନାହିଁ ବରଂ ଲଙ୍ଗ ଟୁରିଂ ରାଇଡର୍ସ ପାଇଁ ମଧ୍ୟ ପରଫକ୍ଟେ ହୋଇଛି । ଏହା ସହିତ, ଏଥିରେ କ୍ରୁଜ୍ କଣ୍ଟ୍ରୋଲ୍, ହିଟେଡ୍ ଗ୍ରୀପ୍ସ ଏବଂ ହିଲ୍ ଷ୍ଟାର୍ଟ ଆସିଷ୍ଟ ଭଳି ଫିଚର୍ସଗୁଡ଼ିକ ମଧ୍ୟ ରହିଛି, ଯାହା ଏହାକୁ ଏକ ପରଫେକ୍ଟ ଟୁରିଂ ମୋଟରସାଇକେଲ୍ କରିଥାଏ ।
ପ୍ରାଇସ୍ ଏବଂ ବୁକିଂ :
ହୋଣ୍ଡା ଗୋଲ୍ଡ ୱିଙ୍ଗ ଟୁର୍ 50th Anniversary Editionର ଏକ୍ସ-ସୋରୁମ୍ ପ୍ରାଇସ୍ ୩୯.୫୦ ଲକ୍ଷ ଟଙ୍କା ରଖାଯାଇଛି । ଏହି ବାଇକ୍ର ବୁକିଂ ଭାରତରେ କିଛି BigWing Topline ଡିଲରସିପ୍ରେ ଆରମ୍ଭ ହୋଇଛି ଏବଂ ଏହାର ଡେଲିଭରି ଜୁନ୍ ୨୦୨୫ ରୁ ଆରମ୍ଭ ହେବ । ଏଥି ସହ ଏହି ବାଇକ୍ ସେହି ରାଇଡର୍ସଙ୍କ ପାଇଁ ପରଫେକ୍ଟ ଅପ୍ସନ ହେବ ଯେଉଁମାନେ ଟୁରିଂ ଏକ୍ସେପେରିୟନ୍ସକୁ ପସନ୍ଦ କରନ୍ତି । ଯଦି ଆପଣ ଏକ ପାୱାରଫୁଲ୍ ବାଇକ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ବାଇକ୍ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।
Also read : ସରକାର ଆରମ୍ଭ କରିଛନ୍ତି ନୂଆ ସ୍କିମ୍, ଟପ୍-ଅପ୍ ଏବଂ PPF ଭଳି ପାଇବେ ଲାଭ
The post Honda Gold Wing Tour ର 50th Anniversary Edition ଲଞ୍ଚ, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ appeared first on KNews Odisha.