Organizational Change in BJD: ଦଳକୁ ହାଇଜାକ୍ କରିବାକୁ ଦିଆନଯାଉ, ନବୀନଙ୍କୁ ଚିଠି ଲେଖି କହିଲେ ରଣେନ୍ଦ୍ର
ଆମେ ଭୁଲିଯିବା ଉଚିତ ନୁହେଁ ଯେ, ବିଜୁ ବାବୁଙ୍କ ରାଜନୀତିର ଆଧାର ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟ ଓ ଆଞ୍ଚଳିକ ଅସ୍ମିତା ଥିଲା । ସମାଜରେ ଅବହେଳିତ ଲୋକମାନଙ୍କୁ ସମ୍ମାନର ସହ ସଶକ୍ତ କରାଇବା, ପ୍ରତିନିଧିତ୍ୱ ଦେବା ଓ ସୁଯୋଗ ଦେବା ପାଇଁ ବିଜୁ ବାବୁ ସ୍ୱପ୍ନ ଦେଖିଥିଲେ । ଏହା ଆପଣଙ୍କ ନେତୃତ୍ୱରେ ପ୍ରତିଫଳିତ ହୋଇଥିଲା । ଏହା ଉପରେ ସ୍ପଷ୍ଟତା ଆଣିବା ପାଇଁ ପରିସ୍ଥିତି ଆହ୍ୱାନ ଦେଇଥିବା କହିଛନ୍ତି ରଣେନ୍ଦ୍ର । ଦଳର ଆଦର୍ଶ ଓ ନୀତିରେ ସାମାଜିକ ନ୍ୟାୟ ଆଗରେ ରହୁ ବୋଲି ରଣେନ୍ଦ୍ର ସଭାପତିଙ୍କୁ ଜଣାଇଛନ୍ତି ।