Urvashi Rautela Fees: ଗୋଟିଏ ମିନିଟ୍‌ର ଡ୍ୟାନ୍ସ ପାଇଁ ଏତିକି ଟଙ୍କା ଚାର୍ଜ କଲେ ଉର୍ବଶୀ ରାଉତେଲା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅଭିନେତ୍ରୀ ଉର୍ବଶୀ ରାଉତେଲା ଆଜିକାଲି ସାଉଥ୍‌ ସିନେମାର ବରିଷ୍ଠ ଅଭିନେତା ନନ୍ଦମୁରୀ ବାଳକ୍ରିଷ୍ଣଙ୍କ ଫିଲ୍ମ ‘ଡାକୁ ମହାରାଜ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଗୀତ ‘ଦାବିଡି ଡିବିଡି’ରେ ଉର୍ବଶୀଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ତାଙ୍କର ୩ ମିନିଟର ଭୂମିକା ଅଛି, ଏଥିପାଇଁ ସେ ୩ କୋଟି ଟଙ୍କା ଚାର୍ଜ କରିଛନ୍ତି, ଯାହାକୁ ନେଇ ବେଶ୍‌ ଆଲୋଚନା ହେଉଛି। ଆଜି ‘ଡାକୁ ମହାରାଜ’ OTT ପ୍ଲାଟଫର୍ମ Netflixରେ ରିଲିଜ ହୋଇଛି। ଯଦିଓ ଉର୍ବଶୀ ଅଭିନୟରେ […] The post Urvashi Rautela Fees: ଗୋଟିଏ ମିନିଟ୍‌ର ଡ୍ୟାନ୍ସ ପାଇଁ ଏତିକି ଟଙ୍କା ଚାର୍ଜ କଲେ ଉର୍ବଶୀ ରାଉତେଲା: ଜାଣିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.

Urvashi Rautela Fees: ଗୋଟିଏ ମିନିଟ୍‌ର ଡ୍ୟାନ୍ସ ପାଇଁ ଏତିକି ଟଙ୍କା ଚାର୍ଜ କଲେ ଉର୍ବଶୀ ରାଉତେଲା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅଭିନେତ୍ରୀ ଉର୍ବଶୀ ରାଉତେଲା ଆଜିକାଲି ସାଉଥ୍‌ ସିନେମାର ବରିଷ୍ଠ ଅଭିନେତା ନନ୍ଦମୁରୀ ବାଳକ୍ରିଷ୍ଣଙ୍କ ଫିଲ୍ମ ‘ଡାକୁ ମହାରାଜ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଗୀତ ‘ଦାବିଡି ଡିବିଡି’ରେ ଉର୍ବଶୀଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ତାଙ୍କର ୩ ମିନିଟର ଭୂମିକା ଅଛି, ଏଥିପାଇଁ ସେ ୩ କୋଟି ଟଙ୍କା ଚାର୍ଜ କରିଛନ୍ତି, ଯାହାକୁ ନେଇ ବେଶ୍‌ ଆଲୋଚନା ହେଉଛି। ଆଜି ‘ଡାକୁ ମହାରାଜ’ OTT ପ୍ଲାଟଫର୍ମ Netflixରେ ରିଲିଜ ହୋଇଛି।
ଯଦିଓ ଉର୍ବଶୀ ଅଭିନୟରେ ତାଙ୍କର ପ୍ରତିଭା ଦେଖାଇ ପାରି ନାହାନ୍ତି। ଏହି ସୁନ୍ଦରୀ ସୋସିଆଲ ମିଡିଆରେ ବେଶ୍‌ ଲୋକପ୍ରିୟ ଏବଂ ଅନେକ ଶୋ କରନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୭୩ ନିୟୁତ ଫଲୋଅର୍ସ ଅଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୨୩୬ କୋଟି ଟଙ୍କା ବୋଲି କୁହାଯାଉଛି।
‘ଡାକୁ ମହାରାଜ’ରେ ନନ୍ଦମୁରୀ ବାଳକ୍ରିଷ୍ଣ ଏକ ଶକ୍ତିଶାଳୀ ଭୂମିକାରେ ନଜର ଆସିଛନ୍ତି। ଏଥିରେ ସେ ଜଣେ ଅଧିକାରୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି, ଯିଏ ତାଙ୍କ ସ୍ତ୍ରୀଙ୍କ ସହିତ ମିଶି ଅନ୍ୟାୟ ବିରୋଧରେ ଠିଆ ହୁଅନ୍ତି।
‘ଡାକୁ ମହାରାଜ’ ଫିଲ୍ମଟି ଜାନୁଆରୀ ୧୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ବହୁତ ଆୟ କରିଛି। ଏବେ ପ୍ରଶଂସକମାନେ ଓଟିଟିରେ ମଧ୍ୟ ଏହି ଫିଲ୍ମକୁ ପସନ୍ଦ କରିବେ ନିର୍ମାତା ଆଶା ରଖିଛନ୍ତି।

The post Urvashi Rautela Fees: ଗୋଟିଏ ମିନିଟ୍‌ର ଡ୍ୟାନ୍ସ ପାଇଁ ଏତିକି ଟଙ୍କା ଚାର୍ଜ କଲେ ଉର୍ବଶୀ ରାଉତେଲା: ଜାଣିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.