Video: ଶହେ ଥର ଯିବ ଗଙ୍ଗା ଥରେ ଯିବ ଚନ୍ଦ୍ରଭାଗା

ପୁରୀ,୧୬।୨: ଶୁକ୍ରବାର ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏହି ଅବସରରେ ଚନ୍ଦ୍ରଭାଗାରେ ଆରମ୍ଭ ହୋଇଛି ଶ୍ରଦ୍ଧାଳୁଙ୍କ ବୁଡ। ସୂର୍ଯ୍ୟ ପୂଜାକୁ ଆଧାର କରି ଚନ୍ଦ୍ରଭାଗା ତୀର୍ଥରେ ଏହି ବୁଡ ଅନୁଷ୍ଟିତ ହେଉଛି। ପୈରାଣୀକ ମତାନୁସାରେ ଏହି ପବିତ୍ର ଦିନଟି ହେଉଛି ସୂର୍ଯ୍ୟ ଭଗବାନ ବା ମିତ୍ରାଦିତ୍ୟଙ୍କ ଜନ୍ମ ଦିନ। ସେହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତ ହୋଇଥିଲେ। […] The post Video: ଶହେ ଥର ଯିବ ଗଙ୍ଗା ଥରେ ଯିବ ଚନ୍ଦ୍ରଭାଗା appeared first on Dharitri Odia News.

Video: ଶହେ ଥର ଯିବ ଗଙ୍ଗା ଥରେ ଯିବ ଚନ୍ଦ୍ରଭାଗା

ପୁରୀ,୧୬।୨: ଶୁକ୍ରବାର ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏହି ଅବସରରେ ଚନ୍ଦ୍ରଭାଗାରେ ଆରମ୍ଭ ହୋଇଛି ଶ୍ରଦ୍ଧାଳୁଙ୍କ ବୁଡ। ସୂର୍ଯ୍ୟ ପୂଜାକୁ ଆଧାର କରି ଚନ୍ଦ୍ରଭାଗା ତୀର୍ଥରେ ଏହି ବୁଡ ଅନୁଷ୍ଟିତ ହେଉଛି।

ପୈରାଣୀକ ମତାନୁସାରେ ଏହି ପବିତ୍ର ଦିନଟି ହେଉଛି ସୂର୍ଯ୍ୟ ଭଗବାନ ବା ମିତ୍ରାଦିତ୍ୟଙ୍କ ଜନ୍ମ ଦିନ। ସେହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତ ହୋଇଥିଲେ। ଏହି ଦିନରେ ଲାଙ୍ଗୁଳା ନରସିଂହଦେବ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ। ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାଲମ୍ବୀମାନେ ଏହି ପବିତ୍ର ଦିନରେ ଏହି ତୀର୍ଥରେ ବୁଡ ପକାଇ ସୂର୍ଯ୍ୟଦୋୟ ଦର୍ଶନ କରିଥାନ୍ତି।

The post Video: ଶହେ ଥର ଯିବ ଗଙ୍ଗା ଥରେ ଯିବ ଚନ୍ଦ୍ରଭାଗା appeared first on Dharitri Odia News.