ଅଚାନକ ଇସ୍ତଫା ଦେଲେ ୨ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିବା ED ଅଫିସର କପିଲ ରାଜ, ଆଉ ୧୫ ବର୍ଷ ଥିଲା ଚାକିରୀ
ନୂଆଦିଲ୍ଲୀ ୧୯।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାକିରୀ କାଳରେ ୨ ମୁଖ୍ୟମନ୍ତ୍ରୀଙ୍କ ଗିରଫ ଦେଖରେଖ କରିଥିବା ଭାରତୀୟ ରାଜସ୍ୱ ସେବା (ଆଇଆରଏସ୍) ଅଧିକାରୀ କପିଲ ରାଜ ଅଚାନକ ଇସ୍ତଫା ଦେଇଛନ୍ତି। ମାତ୍ର ୧୬ ବର୍ଷର ଚାକିରୀରେ ରାଜ ପଦବୀରୁ ଇସ୍ତଫା ଦେବା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଅର୍ଥମନ୍ତ୍ରାଳୟ ଦ୍ୱାରା ଗୁରୁବାର ଜାରି ଆଦେଶରେ ରାଷ୍ଟ୍ରପତି ରାଜଙ୍କ ଇସ୍ତଫା ସ୍ୱୀକାର କରିଥିବା କୁହାଯାଇଛି, ଯାହା ଜୁଲାଇ ୧୭ରୁ ପ୍ରଭାବୀ ହୋଇଛି । କପିଲ ରାଜ ୨୦୦୯ ବ୍ୟାଚ୍ ଆଇଆରଏସ୍ ଅଧିକାରୀ ଓ ଏବେ ତାଙ୍କ ବୟସ ମାତ୍ର ୪୫ ବର୍ଷ। ଅଧିକାରୀଙ୍କ ସମ୍ପର୍କିତ ସୂତ୍ର ଅନୁସାରେ ସେ ବ୍ୟକ୍ତିଗତ କାରଣ ଲାଗି ଚାକିରୀରୁ ଇସ୍ତଫା ଦେଇଛନ୍ତି। ସରକାରୀ ଚାକିରୀରେ ସେବା ନିବୃତ୍ତି ବୟସ ୬୦ ବର୍ଷ ହୋଇଥିବା ବେଳେ ସେ ଆଉ ୧୫ ବର୍ଷ ଚାକିରୀ କରିଥାନ୍ତେ। ତେବେ ସେ ଇସ୍ତଫା ଦେଇ ଚାକିରୀ ଛାଡି ଦେଇଛନ୍ତି। ୧୬ ବର୍ଷର ଚାକିରୀ କାଳରେ ରାଜ ୮ ବର୍ଷ କେବଳ ଇଡିରେ ସେବା ଦେଇଛନ୍ତି। ନିକଟରେ ତାଙ୍କର କେନ୍ଦ୍ରୀୟ ଡେପୁଟେସନ ସମାପ୍ତ ହେବା ପରେ ତାଙ୍କୁ ଦିଲ୍ଲୀ ଜିଏସଟି ଇଣ୍ଟେଲିଜେନ୍ସ ୱିଙ୍ଗରେ ଆଡିସନାଲ କମିଶନର ପଦରେ ଅବସ୍ଥାପିତ ଥିଲେ। ଇଡି ଚାକିରୀ କାଳରେ ଜାନୁୟାରୀ ୨୦୨୪ରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜମି ଅନିୟମିତତା ମାମଲାରେ ଗିରଫଦାରୀ ରାଜଙ୍କ ଦେଖରେଖରେ ହୋଇଥିଲା। ଏହାର କିଛି ମାସ ପରେ ମାର୍ଚ୍ଚ ୨୦୨୪ର
ନୂଆଦିଲ୍ଲୀ ୧୯।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାକିରୀ କାଳରେ ୨ ମୁଖ୍ୟମନ୍ତ୍ରୀଙ୍କ ଗିରଫ ଦେଖରେଖ କରିଥିବା ଭାରତୀୟ ରାଜସ୍ୱ ସେବା (ଆଇଆରଏସ୍) ଅଧିକାରୀ କପିଲ ରାଜ ଅଚାନକ ଇସ୍ତଫା ଦେଇଛନ୍ତି। ମାତ୍ର ୧୬ ବର୍ଷର ଚାକିରୀରେ ରାଜ ପଦବୀରୁ ଇସ୍ତଫା ଦେବା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଅର୍ଥମନ୍ତ୍ରାଳୟ ଦ୍ୱାରା ଗୁରୁବାର ଜାରି ଆଦେଶରେ ରାଷ୍ଟ୍ରପତି ରାଜଙ୍କ ଇସ୍ତଫା ସ୍ୱୀକାର କରିଥିବା କୁହାଯାଇଛି, ଯାହା ଜୁଲାଇ ୧୭ରୁ ପ୍ରଭାବୀ ହୋଇଛି ।
କପିଲ ରାଜ ୨୦୦୯ ବ୍ୟାଚ୍ ଆଇଆରଏସ୍ ଅଧିକାରୀ ଓ ଏବେ ତାଙ୍କ ବୟସ ମାତ୍ର ୪୫ ବର୍ଷ। ଅଧିକାରୀଙ୍କ ସମ୍ପର୍କିତ ସୂତ୍ର ଅନୁସାରେ ସେ ବ୍ୟକ୍ତିଗତ କାରଣ ଲାଗି ଚାକିରୀରୁ ଇସ୍ତଫା ଦେଇଛନ୍ତି। ସରକାରୀ ଚାକିରୀରେ ସେବା ନିବୃତ୍ତି ବୟସ ୬୦ ବର୍ଷ ହୋଇଥିବା ବେଳେ ସେ ଆଉ ୧୫ ବର୍ଷ ଚାକିରୀ କରିଥାନ୍ତେ। ତେବେ ସେ ଇସ୍ତଫା ଦେଇ ଚାକିରୀ ଛାଡି ଦେଇଛନ୍ତି। ୧୬ ବର୍ଷର ଚାକିରୀ କାଳରେ ରାଜ ୮ ବର୍ଷ କେବଳ ଇଡିରେ ସେବା ଦେଇଛନ୍ତି।
ନିକଟରେ ତାଙ୍କର କେନ୍ଦ୍ରୀୟ ଡେପୁଟେସନ ସମାପ୍ତ ହେବା ପରେ ତାଙ୍କୁ ଦିଲ୍ଲୀ ଜିଏସଟି ଇଣ୍ଟେଲିଜେନ୍ସ ୱିଙ୍ଗରେ ଆଡିସନାଲ କମିଶନର ପଦରେ ଅବସ୍ଥାପିତ ଥିଲେ। ଇଡି ଚାକିରୀ କାଳରେ ଜାନୁୟାରୀ ୨୦୨୪ରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜମି ଅନିୟମିତତା ମାମଲାରେ ଗିରଫଦାରୀ ରାଜଙ୍କ ଦେଖରେଖରେ ହୋଇଥିଲା। ଏହାର କିଛି ମାସ ପରେ ମାର୍ଚ୍ଚ ୨୦୨୪ରେ ଦିଲ୍ଲୀର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସରକାରୀ କ୍ୱାର୍ଟରରେ ଇଡିର ତଲାସୀ ଅଭିଯାନ ପରେ ଗିରଫଦାରୀ ମଧ୍ୟ ରାଜଙ୍କ ଦେଖରେଖରେ ପୁରା ହୋଇଥିଲା।
ଇଡିର ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ରାଜ ଏହି ଉଚ୍ଚସ୍ତରୀୟ ରାଜନୈତିକ ବ୍ୟକ୍ତିଙ୍କ ଗିରଫ ନିମନ୍ତେ ପଚରା ଉଚରା ପ୍ରଶ୍ନାବଳୀ ପ୍ରସ୍ତୁତ କରୁଥିଲେ ଓ ଏହାକୁ ଚୂଡ଼ାନ୍ତ ରୂପ ଦେଉଥିଲେ। ଅନେକ ସମୟରେ ତଲାସୀ ଅଭିଯାନ କାଳରେ ସେ ଘଟଣାସ୍ଥଳକୁ ପହଞ୍ଚୁଥିଲେ, ଯାହା ଦ୍ୱାରା ସେ ତଲାସୀର ଦେଖରେଖ କରିବା ସହିତ ସାଥୀ କର୍ମଚାରୀଙ୍କ ମନବଳ ବଢାଉଥିଲେ। ରାଜ ଇଡିର ରାଞ୍ଚୀ ଜୋନରେ ଯୁଗ୍ମ ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରିଥିଲେ।
ସେ ଏଜେନ୍ସୀର ମୁଖ୍ୟାଳୟ ଯାଞ୍ଚ ୟୁନିଟି (ଏଚଆଇୟୁ) ଦ୍ୱାରା କରାଯାଉଥିବା ରାଜନୈତିକ ରୂପେ ସମ୍ବେଦନଶୀଳ ଓ ଜଟିଳ ମାମଲାର ଦେଖରେଖ କରିଛନ୍ତି। ସେହିପରି ମୁମ୍ବାଇରେ ଇଡି ଡେପୁଟି ଡାଇରେକ୍ଟର ଅବସ୍ଥାପିତ ଥିବା କାଳରେ ସେ ନୀରବ ମୋଦି, ମେହୁଲ ଚୌକସୀ, ଡିଏଚଏଫଏଲ ଓ ଇକବାଲ ମିର୍ଚ୍ଚି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାର ଯାଞ୍ଚ ମଧ୍ୟ କରିଥିଲେ। ଜନୈକ ଅଧିକାରୀଙ୍କ ଅନୁସାରେ ରାଜ ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲାର ଏକ ମଧ୍ୟମବର୍ଗୀୟ ପରିବାରର ଥିଲେ।