ଅଧିକ ପ୍ରଖର ହେବ ଗ୍ରୀଷ୍ମଲହର:ସତର୍କ କଲେ ଆଇଏମ୍ଡି ଡିଜି
ନୂଆଦିଲ୍ଲୀ,୧୧ା୬:ଜଳବାୟୁରେ ପରିବର୍ତ୍ତନ ଯୋଗୁ ଭାରତରେ ଗ୍ରୀଷ୍ମଲହର ଅଧିକ ପ୍ରଖର ହେବା ସହ ଦୀର୍ଘଦିନ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଜନସାଧାରଣ ଆଗାମୀ ଦିନରେ ଅଧିକ ଯନ୍ତ୍ରଣାଦାୟକ ତାପମାତ୍ରାର ସମ୍ମୁଖୀନ ହେବେ ବୋଲି ସେ ସତର୍କ କରାଇଦେଇଛନ୍ତି। ମେ’ ମାସ ମଧ୍ୟଭାଗରୁ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ତାପମାତ୍ର ୪୫ ଡିଗ୍ରୀ ସେଲ୍ସିୟସ୍ରୁ ଅଧିକ ରହିଛି। ପ୍ରାୟ ୨୪ ଦିନ ହେଲା ଏଭଳି ଗ୍ରୀଷ୍ମଲହର ଜାରି ରହିଛି, […] The post ଅଧିକ ପ୍ରଖର ହେବ ଗ୍ରୀଷ୍ମଲହର:ସତର୍କ କଲେ ଆଇଏମ୍ଡି ଡିଜି appeared first on Dharitri Odia News.
ନୂଆଦିଲ୍ଲୀ,୧୧ା୬:ଜଳବାୟୁରେ ପରିବର୍ତ୍ତନ ଯୋଗୁ ଭାରତରେ ଗ୍ରୀଷ୍ମଲହର ଅଧିକ ପ୍ରଖର ହେବା ସହ ଦୀର୍ଘଦିନ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଜନସାଧାରଣ ଆଗାମୀ ଦିନରେ ଅଧିକ ଯନ୍ତ୍ରଣାଦାୟକ ତାପମାତ୍ରାର ସମ୍ମୁଖୀନ ହେବେ ବୋଲି ସେ ସତର୍କ କରାଇଦେଇଛନ୍ତି। ମେ’ ମାସ ମଧ୍ୟଭାଗରୁ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ତାପମାତ୍ର ୪୫ ଡିଗ୍ରୀ ସେଲ୍ସିୟସ୍ରୁ ଅଧିକ ରହିଛି। ପ୍ରାୟ ୨୪ ଦିନ ହେଲା ଏଭଳି ଗ୍ରୀଷ୍ମଲହର ଜାରି ରହିଛି, ଯାହା କି ସର୍ବାଧିକ। ଚଳିତ ମାସରେ ଉତ୍ତର ଭାରତରେ ମୌସୁମୀ ବର୍ଷା ହେଲେ ତାପମାତ୍ରା କମିବା ଆଶା କରାଯାଉଛି। ତେବେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରା ନ ଗଲେ ହିଟ୍ଓ୍ବେଭ୍ ବାରମ୍ବାର ଏବଂ ଅଧିକ ଅବଧି ପର୍ଯ୍ୟନ୍ତ ଜାରି ରହିବ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ବାୟୁମଣ୍ଡଳକୁ ସବୁଜ ଗୃହ ବାଷ୍ପ ନିର୍ଗତ କରିବାରେ ଭାରତ ବିଶ୍ୱର ତୃତୀୟ ବୃହତ୍ ଦେଶ। ୨୦୭୦ ସୁଦ୍ଧା ସବୁଜ ଗୃହ ବାଷ୍ପ ନିର୍ଗମନକୁ ଶୂନରେ ପହଞ୍ଚାଇବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ରହିଛି। ବିଦ୍ୟୁତ୍ ଉତ୍ପାଦନ ପାଇଁ କୋଇଲା ଉପରେ ଅତ୍ୟଧିକ ନିର୍ଭରଶୀଳତା ସବୁଠୁ ଚିନ୍ତାଜନକ। ମାନବୀୟ କାର୍ଯ୍ୟକଳାପ, ଲୋକସଂଖ୍ୟା ବୃଦ୍ଧି, ଦ୍ରୁତ ଶିଳ୍ପାୟନ ଏବଂ ପରିବହନ ବ୍ୟବସ୍ଥା ବାୟୁମଣ୍ଡଳରେ କାର୍ବନ ମନୋକ୍ସାଇଡ୍, ମିଥେନ୍ ଓ କ୍ଲୋରୋକାର୍ବନ ବୃଦ୍ଧିର ମୁଖ୍ୟ କାରଣ। ଆମେ କେବଳ ଆମକୁ ବିପଦରେ ପକାଉଛୁ, ତାହା ନୁହେଁ, ଭବିଷ୍ୟତ ପିଢ଼ିକୁ ମଧ୍ୟ ବିପଦ ମଧ୍ୟକୁ ଠେଲିଦେଉଛୁ ବୋଲି ଆଇଏମ୍ଡି ଡିଜି କହିଛନ୍ତି।
The post ଅଧିକ ପ୍ରଖର ହେବ ଗ୍ରୀଷ୍ମଲହର:ସତର୍କ କଲେ ଆଇଏମ୍ଡି ଡିଜି appeared first on Dharitri Odia News.