ଅନାସ୍ଥା ଭୋଟରେ ହାରିଗଲେ ତାଲପାଲି ସରପଞ୍ଚ

ଗାଇସିଲେଟ,୧୯।୧୧(ଦୁର୍ଗାପ୍ରସାଦ ତ୍ରିବେଦୀ): ବରଗଡ ଜ଼ିଲା ଗାଇସିଲେଟ ବ୍ଲକ ତାଲପାଲି ପଞ୍ଚାୟତର ସରପଞ୍ଚ ଉର୍ମିଲା ସେଠଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ନେଇ ମଙ୍ଗଳବାର ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ଭୋଟ ଗ୍ରହଣ ହୋଇଥିଲା। ତେବେ ୧୬ ୱାର୍ଡ ବିଶିଷ୍ଟ ଏହି ପଞ୍ଚାୟତର ଜଣେ ଓ୍ବାର୍ଡସଭ୍ୟଙ୍କ ଇତିମଧ୍ୟରେ ଦେହାନ୍ତ ହୋଇ ଥିବାବେଳେ ଅନ୍ୟ ୧୫ ୱାର୍ଡସଭ୍ୟ ସରପଞ୍ଚ ସେଠଙ୍କ ବିରୋଧରେ ଭୋଟ୍‌ ଦେଇଥିଲେ। ଗାଇସିଲେଟ ତହସିଲଦାର ଟିଟସ ମହାନନ୍ଦିଆ ଅନାସ୍ଥା ଭୋଟ ଗ୍ରହଣ ପରିଚାଳନା କରିଥିବାବେଳେ ସ୍ଥାନୀୟ ଥାନା ଅଧିକାରୀ […] The post ଅନାସ୍ଥା ଭୋଟରେ ହାରିଗଲେ ତାଲପାଲି ସରପଞ୍ଚ appeared first on Dharitri Odia News.

ଅନାସ୍ଥା ଭୋଟରେ ହାରିଗଲେ ତାଲପାଲି ସରପଞ୍ଚ

ଗାଇସିଲେଟ,୧୯।୧୧(ଦୁର୍ଗାପ୍ରସାଦ ତ୍ରିବେଦୀ): ବରଗଡ ଜ଼ିଲା ଗାଇସିଲେଟ ବ୍ଲକ ତାଲପାଲି ପଞ୍ଚାୟତର ସରପଞ୍ଚ ଉର୍ମିଲା ସେଠଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ନେଇ ମଙ୍ଗଳବାର ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ଭୋଟ ଗ୍ରହଣ ହୋଇଥିଲା। ତେବେ ୧୬ ୱାର୍ଡ ବିଶିଷ୍ଟ ଏହି ପଞ୍ଚାୟତର ଜଣେ ଓ୍ବାର୍ଡସଭ୍ୟଙ୍କ ଇତିମଧ୍ୟରେ ଦେହାନ୍ତ ହୋଇ ଥିବାବେଳେ ଅନ୍ୟ ୧୫ ୱାର୍ଡସଭ୍ୟ ସରପଞ୍ଚ ସେଠଙ୍କ ବିରୋଧରେ ଭୋଟ୍‌ ଦେଇଥିଲେ। ଗାଇସିଲେଟ ତହସିଲଦାର ଟିଟସ ମହାନନ୍ଦିଆ ଅନାସ୍ଥା ଭୋଟ ଗ୍ରହଣ ପରିଚାଳନା କରିଥିବାବେଳେ ସ୍ଥାନୀୟ ଥାନା ଅଧିକାରୀ ପ୍ରଶାନ୍ତ ସାମଲ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଉପସ୍ଥିତ ଥିଲେ ।

ପ୍ରକାଶ ଥାଉକି, ଗତ ସେପ୍ଟେମ୍ବର ୨୩ତାରିଖରେ ଉକ୍ତ ପଞ୍ଚାୟତର ୧୫ ୱାର୍ଡସଭ୍ୟ ସରପଞ୍ଚ ସେଠଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ଆଗତ କରିଥିଲେ। ସରପଞ୍ଚ ସେଠଙ୍କ ସ୍ବାମୀ ପଞ୍ଚାୟତ କାର୍ଯ୍ୟରେ ହସ୍ତକ୍ଷେପ କରିବା ସହିତ ୱାର୍ଡସଭ୍ୟମାନଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ନେଇ ୱାର୍ଡସଭ୍ୟମାନଙ୍କୁ ସରପଞ୍ଚ ସେଠଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ତେବେ ଗତ ୧୨ତାରିଖ ଅନାସ୍ଥା ଭୋଟ କରିବା ପାଇଁ ନିଷ୍ପତ୍ତି ନିଆଯାଇ ଥିବାବେଳେ ଗତ ୧୦ତାରିଖ ସରପଞ୍ଚ ସେଠ ତାଲପାଲି ଗ୍ରାମକୁ ଆସି କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମସାର୍‌, ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଏହାପରେ ଅନାସ୍ଥା ଭୋଟକୁ ସ୍ଥଗିତ ରଖାଯାଇଥିଲା। ତେବେ ମଙ୍ଗଳବାର ଅନୁଷ୍ଠିତ ଅନାସ୍ଥା ଭୋଟରେ ସରପଞ୍ଚ ସେଠ ଅନୁପସ୍ଥିତ ଥିଲେ।

The post ଅନାସ୍ଥା ଭୋଟରେ ହାରିଗଲେ ତାଲପାଲି ସରପଞ୍ଚ appeared first on Dharitri Odia News.