ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ଘରେ ପଶି ଯୁବକଙ୍କୁ ଖଣ୍ଡାରେ ସଙ୍ଘବଦ୍ଧ ଆକ୍ରମଣ

କାମାକ୍ଷାନଗର : କାମାକ୍ଷାନଗର ଥାନା ମଠକରଗୋଳା ଗ୍ରାମରେ ଅଭାବନୀୟ ଘଟଣା  l ଅନୈତିକ ସମ୍ପର୍କକୁ ବିରୋଧ କରି ଘରେ ପଶି ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ l ଯୁବକ ଜଣଙ୍କର ବେକ ଓ ପିଠିରେ ଗଭୀର ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି  l ଗୁରୁତର ଯୁବକ ଜଣକ ମଠକରଗୋଳା ଗ୍ରାମର ମାନସ ଖୁଣ୍ଟିଆ  l ସୂଚନା ଅନୁସାରେ ଆଜିକୁ ଚାରିଦିନ ତଳେ ମାନସଙ୍କ ଜାଗା ଉପରେ ଜନୈକ ଯୁବକ ମଠକରଗୋଳା ଗ୍ରାମର […] The post ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ଘରେ ପଶି ଯୁବକଙ୍କୁ ଖଣ୍ଡାରେ ସଙ୍ଘବଦ୍ଧ ଆକ୍ରମଣ appeared first on KNews Odisha.

ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ଘରେ ପଶି ଯୁବକଙ୍କୁ ଖଣ୍ଡାରେ ସଙ୍ଘବଦ୍ଧ ଆକ୍ରମଣ
ps4

କାମାକ୍ଷାନଗର : କାମାକ୍ଷାନଗର ଥାନା ମଠକରଗୋଳା ଗ୍ରାମରେ ଅଭାବନୀୟ ଘଟଣା  l ଅନୈତିକ ସମ୍ପର୍କକୁ ବିରୋଧ କରି ଘରେ ପଶି ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ l ଯୁବକ ଜଣଙ୍କର ବେକ ଓ ପିଠିରେ ଗଭୀର ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି  l ଗୁରୁତର ଯୁବକ ଜଣକ ମଠକରଗୋଳା ଗ୍ରାମର ମାନସ ଖୁଣ୍ଟିଆ  l

ସୂଚନା ଅନୁସାରେ ଆଜିକୁ ଚାରିଦିନ ତଳେ ମାନସଙ୍କ ଜାଗା ଉପରେ ଜନୈକ ଯୁବକ ମଠକରଗୋଳା ଗ୍ରାମର ଜଣେ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ବେଳେ ମାନସ ଏହା ଦେଖି ଉକ୍ତ ଯୁବକଙ୍କୁ ବିରୋଧ କରିଥିଲେ  l ଏହାକୁ ନେଇ ସେହିଦିନ ମାନସ ଓ ଉକ୍ତ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା l

ଉକ୍ତ ଯୁବକ ଜଣକ ମାନସଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ  l ମାତ୍ର ଆଜି ସନ୍ଧ୍ୟା ବେଳେ ମାନସ ନିଜ ଘରେ ଥିବା ସମୟରେ ଉକ୍ତ ଯୁବକ ଓ କିଛି ସାଥୀ ମାନସଙ୍କୁ ଘରେ ପଶି ଖଣ୍ଡାରେ ଆକ୍ରମଣ କରିଥିଲେ  l ଫଳରେ ମାନସଙ୍କ ବେକ ଓ ପିଠିରେରେ ଗଭୀର ଆଘାତ ଲାଗିଥିଲା ବେଳେ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି  l ଏ ସମ୍ପର୍କରେ ମାନସଙ୍କ ଭାଇ କାମାକ୍ଷାନଗର ଥାନାରେ ଜଣାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି  l

The post ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ଘରେ ପଶି ଯୁବକଙ୍କୁ ଖଣ୍ଡାରେ ସଙ୍ଘବଦ୍ଧ ଆକ୍ରମଣ appeared first on KNews Odisha.