ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍ରୁ ଅବସର ନେଲେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ,୩୦ା୬: ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ ପ୍ରଶଂସକମାନଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେଉଛନ୍ତି ଭାରତୀୟ ଖେଳାଳି ଗତ କାଲି ମ୍ୟାଚ୍ ସାରିବା ପରେ ପରେ ପ୍ରଥମେ ବିରାଟ କୋହଲି ଏବଂ ପରେ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ। ଏବେ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଅବସର ଘୋଷଣା କରିଛନ୍ତି। ଜାଡେଜା ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଜାଡେଜା ୨୦୦୯ରେ ଅନ୍ତର୍ଜାତୀୟ ଟି୨୦ ରେ ପ୍ରବେଶ କରିଥିଲେ। […] The post ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍ରୁ ଅବସର ନେଲେ ରବୀନ୍ଦ୍ର ଜାଡେଜା appeared first on Dharitri Odia News.

ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍ରୁ ଅବସର ନେଲେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ,୩୦ା୬: ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ ପ୍ରଶଂସକମାନଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେଉଛନ୍ତି ଭାରତୀୟ ଖେଳାଳି ଗତ କାଲି ମ୍ୟାଚ୍ ସାରିବା ପରେ ପରେ ପ୍ରଥମେ ବିରାଟ କୋହଲି ଏବଂ ପରେ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ। ଏବେ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଅବସର ଘୋଷଣା କରିଛନ୍ତି। ଜାଡେଜା ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।

ଜାଡେଜା ୨୦୦୯ରେ ଅନ୍ତର୍ଜାତୀୟ ଟି୨୦ ରେ ପ୍ରବେଶ କରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ସେ ତାଙ୍କର ପ୍ରଥମ ମୁକାବିଲା ଖେଳିଥିଲେ। ପ୍ରଥମ ମ୍ୟାଚରେ ସେ ୪ ଓଭର ବୋଲିଂ କରି ୨୯ ରନ ବ୍ୟୟ କରିଥିବା ବେଳେ କୌଣସି ୱିକେଟ୍ ପାଇ ନଥିଲେ। ସେହିପରି ବ୍ୟାଟିଂ କରି ୭ ବଲରେ ୫ ରନ୍ ସ୍କୋର କରିଥିଲେ।

ଶନିବାର ଟି୨୦ ବିଶ୍ୱକପ ଫାଇନାଲ ମୁକାବିଲାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ବ୍ୟାଟିଂ କରି ଜାଡେଜା ଦୁଇ ରନ୍ ସ୍କୋର କରିଥିବା ବେଳେ ଗୋଟିଏ ଓଭର ବୋଲିଂ କରି ୧୨ ବ୍ୟୟରେ କୌଣସି ୱିକେଟ୍ ପାଇନଥିଲେ। ଜାଡେଜା ଭାରତ ପାଇଁ ୭୪ଟି ଟି-ଟ୍ୱେଣ୍ଟି ଖେଳି ୫୧୫ ରନ୍ ସଂଗ୍ରହ, ନେଇଛନ୍ତି ୫୪ ୱିକେଟ୍ ପାଇଛନ୍ତି।

The post ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍ରୁ ଅବସର ନେଲେ ରବୀନ୍ଦ୍ର ଜାଡେଜା appeared first on Dharitri Odia News.