ଅନ୍ତିମ ଟେଷ୍ଟରେ ଶ୍ରୀଲଙ୍କା ୪୭୬ ରନ୍‌ରେ ଅଗ୍ରଣୀ

ଚଟ୍ଟୋଗ୍ରାମ,୩୧ା୩: ସ୍ଥାନୀୟ ଜହୁର ଅହମଦ ଚୌଧୁରୀ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ଶ୍ରୀଲଙ୍କା ପ୍ରଥମ ଇନିଂସ୍‌ରେ ୫୩୧ ରନ୍‌ ସଂଗ୍ରହ କରିଛି। ଜବାବରେ ରବିବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୧ ଉଇକେଟ ବିନିମୟରେ ୫୫ ରନ୍‌ କରିଛି। ଘରୋଇ ଦଳ ଶ୍ରୀଲଙ୍କାର ପ୍ରଥମ ଇନିଂସ୍‌ ସ୍କୋରଠାରୁ ଆହୁରି ୪୭୬ ରନ୍‌ ପଛରେ ରହିଛି। କୌତୁହଳର ବିଷୟ, ଶ୍ରୀଲଙ୍କାର ୬ଜଣ ବ୍ୟାଟର ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଜଣେ ହେଲେ […] The post ଅନ୍ତିମ ଟେଷ୍ଟରେ ଶ୍ରୀଲଙ୍କା ୪୭୬ ରନ୍‌ରେ ଅଗ୍ରଣୀ appeared first on Dharitri Odia News.

ଅନ୍ତିମ ଟେଷ୍ଟରେ ଶ୍ରୀଲଙ୍କା ୪୭୬ ରନ୍‌ରେ ଅଗ୍ରଣୀ

ଚଟ୍ଟୋଗ୍ରାମ,୩୧ା୩: ସ୍ଥାନୀୟ ଜହୁର ଅହମଦ ଚୌଧୁରୀ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ଶ୍ରୀଲଙ୍କା ପ୍ରଥମ ଇନିଂସ୍‌ରେ ୫୩୧ ରନ୍‌ ସଂଗ୍ରହ କରିଛି। ଜବାବରେ ରବିବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୧ ଉଇକେଟ ବିନିମୟରେ ୫୫ ରନ୍‌ କରିଛି। ଘରୋଇ ଦଳ ଶ୍ରୀଲଙ୍କାର ପ୍ରଥମ ଇନିଂସ୍‌ ସ୍କୋରଠାରୁ ଆହୁରି ୪୭୬ ରନ୍‌ ପଛରେ ରହିଛି।

କୌତୁହଳର ବିଷୟ, ଶ୍ରୀଲଙ୍କାର ୬ଜଣ ବ୍ୟାଟର ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଜଣେ ହେଲେ ୩ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ସମର୍ଥ ହୋଇପାରି ନାହାନ୍ତି। ଭ୍ରମଣକାରୀ ଦଳର ଇନିଂସ୍‌ରେ ଲଗାତର ଉଇକେଟ ପତନ ଘଟି ନ ଥିବା ବେଳେ କେବଳ ଜଣେ ବ୍ୟାଟର ବିଶ୍ୱ ଫର୍ନାଣ୍ଡୋ (୧୧) ରନ୍‌ଆଉଟ ହୋଇଛନ୍ତି। ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କା ୩୨୮ ରନ୍‌ରେ ବିଜୟ ଲାଭ କରିଥିଲା।

ଏହି ମ୍ୟାଚ୍‌ର ଦୁଇଟି ଇନିଂସ୍‌ରେ ଶତକ ହାସଲ କରିଥିବା କାମିନ୍ଦୁ ମେଣ୍ଡିିସ ୯୨ ରନ୍‌ କରି ଅପରାଜିତ ରହିଛନ୍ତି। ଦଳ ପକ୍ଷରୁ କୁଶାଲ ମେଣ୍ଡିସ ସର୍ବାଧିକ ୯୩ ରନ୍‌ କରିଥିବା ବେଳେ ଦିମୁଥ କରୁଣାରନେତ୍ ୮୬ ରନ୍‌ କରିଥିଲେ। ପ୍ରଥମ ଟେଷ୍ଟର ଉଭୟ ଇନିଂସ୍‌ରେ ଶତକ ହାସଲ କରି ଥିବା ଅଧିନାୟକ ଧନଞ୍ଜୟ ଡି’ ସିଲ୍‌ଭା ୭୦ ରନ୍‌ କରିଥିଲେ। ସେହିପରି ଦିନେଶ ଚାଣ୍ଡିମଲ ୫୯ ଏବଂ ଓପ୍‌ନର ନିଶାନ ମଦୁସ୍କାଙ୍କର ୫୭ ରନ୍‌ର ଅବଦାନ ରହିଥିଲା।

The post ଅନ୍ତିମ ଟେଷ୍ଟରେ ଶ୍ରୀଲଙ୍କା ୪୭୬ ରନ୍‌ରେ ଅଗ୍ରଣୀ appeared first on Dharitri Odia News.