ଅବକାରୀ ବିଭାଗ ଚଢାଉ, ବିପୁଳ ପରିମାଣର ଦେଶୀ ମଦ ଜବତ
ଆଠଗଡ଼ ୧୨।୦୫ : ଘରେ ଚାଲିଛି ଚୋରା ଦେଶୀ ମଦ କରାବାର। କାଠ ତଳେ ରଖାଯାଇଛି ପୁଳାପୁଳା ଦେଶୀ ମଦ । ଯେତେ ଖୋଜିଲେ ସେତେ ବାହାରୁଛି। କଟକ ଜିଲ୍ଲା ତିଗିରିଆ ଥାନା ଭିରୁଡ଼ା ଓ ପଣସପାଟଣା ଗ୍ରାମରେ ଅବାଧରେ ଚାଲିଛି ଦେଶୀ ମଦ କାରବାର। ଖବର ପାଇ ଆଠଗଡ଼ ଓ କଟକ ଅବକାରୀ ବିଭାଗ ମିଳିତ ଚଢାଉ କରିଛି। ୨୨୪୦ ଲିଟର ଚୋରା ଦେଶୀ ମଦ ସହ ୧୪୧୦୫ ଲିଟର ପୋଚ ଜବତ କରି ନଷ୍ଟ କରାଯାଇଛି। ଏହି ଚଢ଼ାଉରେ ୬ରୁ ଅଧିକ ବିଭାଗୀୟ ଅଧିକାରୀ ସାମିଲ ଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ଆଠଗଡ଼ ତିଗିରିଆ ଥାନା ଭିରୁଡ଼ା ଓ ପଣସପାଟଣା ଗାଁରେ ଏବେ ଦେଶୀ ମଦର କୁଟୀରେ ଶିଳ୍ପ ପାଲଟିଛି। ଏଠି ଘରେ ଘରେ ମଦ ତିଆରି ହେଉଛି। ଏଠାରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଛି। ଅବକାରୀ ବିଭାଗ ଚଢାଉ କରୁଥିଲେ ମଧ୍ୟ ମାଫିଆଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନି। ଆଜିର ଏହି ଚଢ଼ାଉରେ କୌଣସି ମଦ ମାଫିଆକୁ ଧରିବାରେ ସଫଳ ହୋଇନି ଆଠଗଡ଼ ଅବକାରୀ ବିଭାଗ।
ଆଠଗଡ଼ ୧୨।୦୫ : ଘରେ ଚାଲିଛି ଚୋରା ଦେଶୀ ମଦ କରାବାର। କାଠ ତଳେ ରଖାଯାଇଛି ପୁଳାପୁଳା ଦେଶୀ ମଦ । ଯେତେ ଖୋଜିଲେ ସେତେ ବାହାରୁଛି। କଟକ ଜିଲ୍ଲା ତିଗିରିଆ ଥାନା ଭିରୁଡ଼ା ଓ ପଣସପାଟଣା ଗ୍ରାମରେ ଅବାଧରେ ଚାଲିଛି ଦେଶୀ ମଦ କାରବାର। ଖବର ପାଇ ଆଠଗଡ଼ ଓ କଟକ ଅବକାରୀ ବିଭାଗ ମିଳିତ ଚଢାଉ କରିଛି। ୨୨୪୦ ଲିଟର ଚୋରା ଦେଶୀ ମଦ ସହ ୧୪୧୦୫ ଲିଟର ପୋଚ ଜବତ କରି ନଷ୍ଟ କରାଯାଇଛି। ଏହି ଚଢ଼ାଉରେ ୬ରୁ ଅଧିକ ବିଭାଗୀୟ ଅଧିକାରୀ ସାମିଲ ଥିବା ସୂଚନା ମିଳିଛି।

ଖବର ଅନୁଯାୟୀ, ଆଠଗଡ଼ ତିଗିରିଆ ଥାନା ଭିରୁଡ଼ା ଓ ପଣସପାଟଣା ଗାଁରେ ଏବେ ଦେଶୀ ମଦର କୁଟୀରେ ଶିଳ୍ପ ପାଲଟିଛି। ଏଠି ଘରେ ଘରେ ମଦ ତିଆରି ହେଉଛି। ଏଠାରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଛି। ଅବକାରୀ ବିଭାଗ ଚଢାଉ କରୁଥିଲେ ମଧ୍ୟ ମାଫିଆଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନି। ଆଜିର ଏହି ଚଢ଼ାଉରେ କୌଣସି ମଦ ମାଫିଆକୁ ଧରିବାରେ ସଫଳ ହୋଇନି ଆଠଗଡ଼ ଅବକାରୀ ବିଭାଗ।