ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର କରେ ଆମ ଖାଦ୍ୟ ଉପରେ। ହେଲେ ଖାଦ୍ୟପେୟରେ ଦୀର୍ଘକାଳୀନ ଅନିୟମିତା କେତେକ ରୋଗକୁ ପରୋକ୍ଷରେ ଡାକି ଆଣିଥାଏ। ଜର୍ମାନୀର ପୁଷ୍ଟିବିଜ୍ଞାନୀମାନେ ଏକ ସଦ୍ୟତମ ଗବେଷଣାରୁ ଏକ ରୋଚକ କଥା ଜାଣିବାକୁ ପାଇଛନ୍ତି। ଆମେ ଦୈନନ୍ଦିନ ଖାଉଥିବା ଖାଦ୍ୟପେୟରେ ଆହୁରି କି କି ଉପକାରୀ ଗୁଣ ରହିଛି, ତାହାକୁ ସେମାନେ ତନ୍ନ […] The post ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ appeared first on Dharitri Odia News.

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର କରେ ଆମ ଖାଦ୍ୟ ଉପରେ। ହେଲେ ଖାଦ୍ୟପେୟରେ ଦୀର୍ଘକାଳୀନ ଅନିୟମିତା କେତେକ ରୋଗକୁ ପରୋକ୍ଷରେ ଡାକି ଆଣିଥାଏ। ଜର୍ମାନୀର ପୁଷ୍ଟିବିଜ୍ଞାନୀମାନେ ଏକ ସଦ୍ୟତମ ଗବେଷଣାରୁ ଏକ ରୋଚକ କଥା ଜାଣିବାକୁ ପାଇଛନ୍ତି। ଆମେ ଦୈନନ୍ଦିନ ଖାଉଥିବା ଖାଦ୍ୟପେୟରେ ଆହୁରି କି କି ଉପକାରୀ ଗୁଣ ରହିଛି, ତାହାକୁ ସେମାନେ ତନ୍ନ ତନ୍ନ କରି ତର୍ଜମା କରିଥିଲେ। ଏଥିରୁ ସେମାନେ ଜାଣିପାରିଛନ୍ତି ସେ ସନ୍ତୁଳିତ ଖାଦ୍ୟ ଆମକୁ ଏକ ସମସ୍ୟାରୁ ଅନେକାଂଶରେ ରକ୍ଷା କରିଥାଏ। ତାହା ହେଲା ଅବସାଦ। ଅର୍ଥାତ୍‌, ଜଣେ ବ୍ୟକ୍ତି ଯଦି ନିଜର ଖାଦ୍ୟପେୟ ପ୍ରତି ସତର୍କ ରୁହନ୍ତି, ତେବେ ସେ ନିଜକୁ ଅନେକାଂଶରେ ଅବସାଦଠାରୁ ଦୂରେଇ ରଖିପାରିବେ। ବେଳେବେଳେ ସେମାନେ ଅବସାଦରେ ରହିବା ଯୋଗୁ ଅଧିକ ଖାଦ୍ୟ ଖାଇଥାନ୍ତି, ଫଳରେ ପରବର୍ତ୍ତୀ ସମୟରେ ସେମାନେ ମେଦ ବହୁଳତାର ଶିକାର ହୋଇଥାନ୍ତି। ତେଣୁ ଆମେ ଖାଉଥିବା ଖାଦ୍ୟର ମାତ୍ରା ପ୍ରତି ନଜର ଦେବା ନିହାତି ଦରକାର। ତା’ସହ ସବୁବେଳେ ସନ୍ତୁଳିତ ଖାଦ୍ୟ ଆମକୁ ସୁସ୍ଥ ରଖିଥାଏ। ଗାଜର, ମୂଳା, କଖାରୁ, ପାଳଙ୍ଗ ଶାଗ, ଚିନାବାଦାମ, ଟମାଟୋ, କମଳା ଆଦି ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏଭଳି ଖାଦ୍ୟ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ।

The post ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ appeared first on Dharitri Odia News.