ଅମୃତ ଭାରତ ଷ୍ଟେଶନ ଯୋଜନାରେ ପାନପୋଷ ସାମିଲ
ରାଉରକେଲା,୨୫।୨(ସଙ୍ଗୀତା ଜେନା): ରେଳବାଇକୁ ଅଧିକ ବିକଶିତ ଓ ଯାତ୍ରୀ ସୁରକ୍ଷା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେଶନ ଯୋଜନା ଜରିଆରେ ୫୫୪ଟି ଷ୍ଟେଶନର ରୂପରେଖ ବଦଳିବ। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆଭାସୀ ଜରିଆରେ ଏହି ଯୋଜନା ଅଧୀନ ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ। ଏହାଦ୍ୱାରା ଚକ୍ରଧରପୁର ରେଲଓ୍ବେ ମଣ୍ଡଳ ଅଧୀନରେ ଥିବା ରାଉରକେଲା ଓ ଝାରସୁଗୁଡ଼ା ବିଶେଷ ଉପକୃତ ହେବ। ମୁଖ୍ୟତଃ ବମ୍ବେ- ହାୱଡ଼ା ମେନ୍ ରୁଟ୍ରେ ପାନପୋଷ, ରାଜଗାଙ୍ଗପୁର, ଚକ୍ରଧରପୁର, ଝାଡ଼ଖଣ୍ଡର […] The post ଅମୃତ ଭାରତ ଷ୍ଟେଶନ ଯୋଜନାରେ ପାନପୋଷ ସାମିଲ appeared first on Dharitri Odia News.
ରାଉରକେଲା,୨୫।୨(ସଙ୍ଗୀତା ଜେନା): ରେଳବାଇକୁ ଅଧିକ ବିକଶିତ ଓ ଯାତ୍ରୀ ସୁରକ୍ଷା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେଶନ ଯୋଜନା ଜରିଆରେ ୫୫୪ଟି ଷ୍ଟେଶନର ରୂପରେଖ ବଦଳିବ। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆଭାସୀ ଜରିଆରେ ଏହି ଯୋଜନା ଅଧୀନ ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ। ଏହାଦ୍ୱାରା ଚକ୍ରଧରପୁର ରେଲଓ୍ବେ ମଣ୍ଡଳ ଅଧୀନରେ ଥିବା ରାଉରକେଲା ଓ ଝାରସୁଗୁଡ଼ା ବିଶେଷ ଉପକୃତ ହେବ। ମୁଖ୍ୟତଃ ବମ୍ବେ- ହାୱଡ଼ା ମେନ୍ ରୁଟ୍ରେ ପାନପୋଷ, ରାଜଗାଙ୍ଗପୁର, ଚକ୍ରଧରପୁର, ଝାଡ଼ଖଣ୍ଡର ସିନି, ଟାଟା ସମେତ ଅନ୍ୟ ଷ୍ଟେଶନଗୁଡ଼ିକର ନବକଳେବର କରାଯିବ। ଏହା ସହିତ ଖଣିଖାଦାନ ପରିପୂର୍ଣ୍ଣ ଝାଡ଼ଖଣ୍ଡର ଚାଇଁବାସା, ଡଙ୍ଗାପୋଷି, ଓଡ଼ିଶା ବିମଳାଗଡ଼ ସମେତ ଅନ୍ୟ ଷ୍ଟେଶନଗୁଡ଼ିକର ନବୀକରଣ କରାଯିବ। ପାନପୋଷ ଷ୍ଟେଶନର ଉନ୍ନତି ପାଇଁ ୨୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି। ଗୋଟିଏ ଅଣ୍ଡରପାସ୍ ନିର୍ମାଣ ପାଇଁ ୧୨ କୋଟି ଟଙ୍କା ଓ ଷ୍ଟେଶନ ନିର୍ମାଣ କାର୍ଯ୍ୟ ପାଇଁ ୧୦ କୋଟି ଟଙ୍କାବ୍ୟୟ କରାଯିବ। ଷ୍ଟେଶନ ବିଲ୍ଡିଂ, ଯାତ୍ରୀ ପ୍ରତୀକ୍ଷାଳୟ, ଦିବ୍ୟାଙ୍ଗଙ୍କ ପାଇଁ ର଼୍ୟାମ୍ପ, ଯାତ୍ରୀଙ୍କ ଚାଲିବା ପାଇଁ ପ୍ଲାଟଫର୍ମ, ଷ୍ଟେଶନ ସୌନ୍ଦର୍ଯ୍ୟକରଣ, ଗ୍ରୀନ ପ୍ୟାଚ, ଅତ୍ୟାଧୁନିକ ପାର୍କିଂ ଆଦି ନିର୍ମାଣ କରାଯିବ ବୋଲି ଅମୃତ ଭାରତ ଷ୍ଟେଶନ ଯୋଜନା କାର୍ଯ୍ୟକ୍ରମର ପରିଚାଳକ ତଥା ବନ୍ଧମୁଣ୍ଡା ସିନିୟର ଡିଏମ୍ଇ ପଞ୍ଚାନନ ବେହେରା ସୂଚନା ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଚକ୍ରଧରପୁର ରେଳମଣ୍ଡଳର ୪୦ଟି ଷ୍ଟେଶନକୁ ଉକ୍ତ ପ୍ରକଳ୍ପରେ ସାମିଲ କରାଯାଇଛି। ଉକ୍ତ ରେଳମଣ୍ଡଳର ୧୩ଟି ଏଲଏଚ୍ଏସ୍ , ୬ଟି ରୋଡ୍ ଓଭରବ୍ରିଜ, ୪ଟି ରୋଡ୍ ଅଣ୍ଡର ବ୍ରିଜ୍, ୬ଟି ସବୱେ, ୧୧ଟି ଷ୍ଟେଶନର ପୁନର୍ବିକାଶ ପାଇଁ ଚୂଡ଼ାନ୍ତ କରାଯାଇଥିଲା।
The post ଅମୃତ ଭାରତ ଷ୍ଟେଶନ ଯୋଜନାରେ ପାନପୋଷ ସାମିଲ appeared first on Dharitri Odia News.