ଅଲିମ୍ପିକ୍ସ ତୀରନ୍ଦାଜି କ୍ବାର୍ଟରଫାଇନାଲ୍ରେ ଭାରତୀୟ ପୁରୁଷ ଓ ମହିଳା ଦଳ
ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସ ଉଦ୍ଘାଟନୀ ଉତ୍ସବ ପୂର୍ବରୁ ଆରମ୍ଭ ହୋଇଥିବା ତୀରନ୍ଦାଜିର ରୢାଙ୍କିଙ୍ଗ୍ ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ବଡ଼ ସଫଳତା ପାଇଛି। ରୢାଙ୍କିଙ୍ଗ୍ ପର୍ଯ୍ୟାୟରେ ଶ୍ରେଷ୍ଠ ଚାରି ଦଳ ମଧ୍ୟରେ ରହି ଭାରତୀୟ ଦଳ ସିଧାସଳଖ କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛି। ଅଙ୍କିତା ଭକତ, ଦୀପିକା କୁମାରୀ, ଭଜନ କୌରଙ୍କୁ ନେଇ ଗଠିତ ଭାରତୀୟ ଦଳ ୧୯୮୩ ପଏଣ୍ଟ୍ ପାଇ ଚତୁର୍ଥ ସ୍ଥାନରେ ରହିଥିଲା। ୨୦୪୬ ପଏଣ୍ଟ ସହ ଦକ୍ଷିଣ କୋରିଆ ପ୍ରଥମ ସ୍ଥାନ ଅଧିକାର […]

ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସ ଉଦ୍ଘାଟନୀ ଉତ୍ସବ ପୂର୍ବରୁ ଆରମ୍ଭ ହୋଇଥିବା ତୀରନ୍ଦାଜିର ରୢାଙ୍କିଙ୍ଗ୍ ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ବଡ଼ ସଫଳତା ପାଇଛି। ରୢାଙ୍କିଙ୍ଗ୍ ପର୍ଯ୍ୟାୟରେ ଶ୍ରେଷ୍ଠ ଚାରି ଦଳ ମଧ୍ୟରେ ରହି ଭାରତୀୟ ଦଳ ସିଧାସଳଖ କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛି। ଅଙ୍କିତା ଭକତ, ଦୀପିକା କୁମାରୀ, ଭଜନ କୌରଙ୍କୁ ନେଇ ଗଠିତ ଭାରତୀୟ ଦଳ ୧୯୮୩ ପଏଣ୍ଟ୍ ପାଇ ଚତୁର୍ଥ ସ୍ଥାନରେ ରହିଥିଲା। ୨୦୪୬ ପଏଣ୍ଟ ସହ ଦକ୍ଷିଣ କୋରିଆ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ଚୀନ ଦ୍ବିତୀୟ ଓ ମେକ୍ସିକୋ ତୃତୀୟ ସ୍ଥାନ ଅଧିକାର କରିଥିଲା। ବ୍ୟକ୍ତିଗତ ରିକର୍ଭରେ ଅଙ୍କିତା ଶ୍ରେଷ୍ଠ ଭାରତୀୟ ଭାବେ ଏକାଦଶ ସ୍ଥାନରେ ରହି ରାଉଣ୍ଡ୍ ଅଫ୍-୧୬ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଚାରି ଥର ଅଲିମ୍ପିକ୍ସ ଖେଳିଥିବା ଦୀପିକା କୁମାରୀ ନୈରାଶ୍ୟଜନକ ପ୍ରଦର୍ଶନ କରି ୨୩ତମ ଏବଂ ଭଜନ କୌର ୨୨ତମ ସ୍ଥାନରେ ରହିଥିଲେ। ଏହି ପ୍ରଦର୍ଶନ ପରେ ଦୀପିକାଙ୍କ ପରିବର୍ତ୍ତେ ଅଙ୍କିତା ଭାରତୀୟ ମିକ୍ସଡ ଦଳର ପ୍ରତିନିଧିତ୍ବ କରିବା ସ୍ପଷ୍ଟ ହୋଇଛି। ସେହିଭଳି ଭାରତୀୟ ପୁରୁଷ ଦଳ ମଧ୍ୟ ତୃତୀୟ ସ୍ଥାନ ଅଧିକାର କରି କ୍ବାର୍ଟରରେ ପ୍ରବେଶ କରିଛନ୍ତି। ଭାରତୀୟ ମିଶ୍ରିତ ଦଳ ମଧ୍ୟ ରାଉଣ୍ଡ୍ ଅଫ୍ ୧୬ରେ ସ୍ଥାନ ସୁରକ୍ଷିତ କରି ନେଇଛି। ବ୍ୟକ୍ତିଗତ ବର୍ଗରେ ଧୀରଜ ବୋମାଦେବରା ମଧ୍ୟ ଚମତ୍କାର ପ୍ରଦର୍ଶନ କରି ଚତୁର୍ଥ ସ୍ଥାନ ଅଧିକାର କରି ପରବର୍ତ୍ତୀ ରାଉଣ୍ଡକୁ ଯାଇଛନ୍ତି।