ଅଷ୍ଟ୍ରେଲିଆ ପଥରେ ଇଣ୍ଡିଆ: ବାପାମାଙ୍କ ଅନୁମତି ବିନା ସୋସିଆଲ୍ ମିଡିଆ ଆକାଉଣ୍ଟ ଖୋଲିବା ମନା !
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ପଥରେ ଇଣ୍ଡିଆ। ଭାରତରେ ଛୋଟ ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟବହାରରେ ଲାଗିବ କଟକଣା। ୧୮ ବର୍ଷରୁ କମ ବୟସର ପିଲା ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିଲେ ବାପାମାଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ। ଶୁକ୍ରବାର କେନ୍ଦ୍ର ସରକାର ଜାରି କରି କରିଥିବା ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକସନ୍ ଆକ୍ଟରେ ଏଭଳି ନିୟମ କରିବାର ଯୋଜନା ରହିଛି।କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବ୍ୟକ୍ତିଗତ ଡିଜିଟାଲ ଡାଟା ସୁରକ୍ଷା ଆଇନ (DPDP) ନିୟମ ପାଇଁ ଏକ ଡ୍ରାଫ୍ଟ ନିୟମ ଜାରି କରିଛି। ଫେବୃଆରୀ ୧୮ ପର୍ଯ୍ୟନ୍ତ ଏହି ସମ୍ପର୍କରେ ସମସ୍ତ ହିତାଧିକାରୀଙ୍କୁ ନିଜର ଅଭିଯୋଗ ଓ ପରାମର୍ଶ ଦେବାକୁ ଆହ୍ୱାନ କରାଯାଇଛି। ମତ ଅନୁସାରେ ଏଥିରେ ପରିବର୍ତ୍ତନ କରାଯିବ। ନଚେତ୍ ସରକାର ଡ୍ରାପ୍ଟ ହୋଇଥିବା ନିୟମକୁ ଦେଶର ଲାଗୁ କରିବେ।କେନ୍ଦ୍ର ସରକାରଙ୍କର ଏହି ଯୋଜନା ବାବଦରେ ଲୋକେ MyGov.in ୱେବ୍ସାଇଟ୍ରେ ଯାଇ ଫେବ୍ରୁଆରୀ ୧୮ ମଧ୍ୟରେ ନିଜର ମତ ରଖିପାରିବେ। ଏହାପରେ ସରକାର ଲୋକଙ୍କ ମତକୁ ବିଚାରକୁ ନେବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ତେବେ ଏଥିରେ ଉଲ୍ଲଂଘନ ହେଲେ ଦଣ୍ଡବିଧାନ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ତେବେ କେନ୍ଦ୍ର ସରକାର ଜାରି କରିଥିବା ଡ୍ରାଫ୍ଟ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ବ୍ୟକ୍ତିଗତ ଡିଜିଟାଲ ଡାଟା ସୁରକ୍ଷା ଆଇନ -୨୦୨୩ ର ଧାରା ୪୦ ର ଉପ-ବିଭାଗ (୧) ଏବଂ (୨) ଅଧ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ପଥରେ ଇଣ୍ଡିଆ। ଭାରତରେ ଛୋଟ ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟବହାରରେ ଲାଗିବ କଟକଣା। ୧୮ ବର୍ଷରୁ କମ ବୟସର ପିଲା ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିଲେ ବାପାମାଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ। ଶୁକ୍ରବାର କେନ୍ଦ୍ର ସରକାର ଜାରି କରି କରିଥିବା ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକସନ୍ ଆକ୍ଟରେ ଏଭଳି ନିୟମ କରିବାର ଯୋଜନା ରହିଛି।
କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବ୍ୟକ୍ତିଗତ ଡିଜିଟାଲ ଡାଟା ସୁରକ୍ଷା ଆଇନ (DPDP) ନିୟମ ପାଇଁ ଏକ ଡ୍ରାଫ୍ଟ ନିୟମ ଜାରି କରିଛି। ଫେବୃଆରୀ ୧୮ ପର୍ଯ୍ୟନ୍ତ ଏହି ସମ୍ପର୍କରେ ସମସ୍ତ ହିତାଧିକାରୀଙ୍କୁ ନିଜର ଅଭିଯୋଗ ଓ ପରାମର୍ଶ ଦେବାକୁ ଆହ୍ୱାନ କରାଯାଇଛି। ମତ ଅନୁସାରେ ଏଥିରେ ପରିବର୍ତ୍ତନ କରାଯିବ। ନଚେତ୍ ସରକାର ଡ୍ରାପ୍ଟ ହୋଇଥିବା ନିୟମକୁ ଦେଶର ଲାଗୁ କରିବେ।

କେନ୍ଦ୍ର ସରକାରଙ୍କର ଏହି ଯୋଜନା ବାବଦରେ ଲୋକେ MyGov.in ୱେବ୍ସାଇଟ୍ରେ ଯାଇ ଫେବ୍ରୁଆରୀ ୧୮ ମଧ୍ୟରେ ନିଜର ମତ ରଖିପାରିବେ। ଏହାପରେ ସରକାର ଲୋକଙ୍କ ମତକୁ ବିଚାରକୁ ନେବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ତେବେ ଏଥିରେ ଉଲ୍ଲଂଘନ ହେଲେ ଦଣ୍ଡବିଧାନ ନେଇ କୌଣସି ସୂଚନା ଦିଆଯାଇ ନାହିଁ।
ତେବେ କେନ୍ଦ୍ର ସରକାର ଜାରି କରିଥିବା ଡ୍ରାଫ୍ଟ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ବ୍ୟକ୍ତିଗତ ଡିଜିଟାଲ ଡାଟା ସୁରକ୍ଷା ଆଇନ -୨୦୨୩ ର ଧାରା ୪୦ ର ଉପ-ବିଭାଗ (୧) ଏବଂ (୨) ଅଧୀନରେ ଥିବା କ୍ଷମତାର ପ୍ରୟୋଗରେ କେନ୍ଦ୍ର ସରକାର ପ୍ରସ୍ତାବିତ ନିୟମର ଡ୍ରାଫ୍ଟ ପ୍ରକାଶ କରିଛନ୍ତି।