ଆଇ ଡ୍ରପ୍ ‘ପ୍ରେସଭ୍ୟୁ’ର ଲାଇସେନ୍ସ ବାତିଲ, କୋର୍ଟ ଯିବ କମ୍ପାନୀ

ଏହି ଆଇ ଡ୍ରପ ନିମନ୍ତେ ପ୍ରଥମେ ଡିସିଜିଆଇ ଅନୁମତି ଦେଇଥିବା ବେଳେ ଏବେ ତାହାକୁ ବାତିଲ କରିଦେଇଛି। ତେବେ ଡିସିଜିଆଇର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କଂପାନି କହିଛି।

ଆଇ ଡ୍ରପ୍ ‘ପ୍ରେସଭ୍ୟୁ’ର ଲାଇସେନ୍ସ ବାତିଲ, କୋର୍ଟ ଯିବ କମ୍ପାନୀ

ବାତିଲ ହେଲା ଆଇ ଡ୍ରପ୍ ‘ପ୍ରେସଭ୍ୟୁ’ର ଉତ୍ପାଦନ ଏବଂ ମାର୍କେଟିଂ ଲାଇସେନ୍ସ। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ଉତ୍ପାଦନ ଏବଂ ବିତରଣ ଲାଇସେନ୍ସକୁ ବାତିଲ କରିଛି ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ। ଏହି ଆଇ ଡ୍ରପ ନିମନ୍ତେ ପ୍ରଥମେ ଡିସିଜିଆଇ ଅନୁମତି ଦେଇଥିବା ବେଳେ ଏବେ ତାହାକୁ ବାତିଲ କରିଦେଇଛି। ତେବେ ଡିସିଜିଆଇର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କଂପାନି କହିଛି।

ମୁମ୍ବାଇସ୍ଥିତ ଫାର୍ମାସ୍ୟୁଟିକାଲ ସଂସ୍ଥା ENTOD ପକ୍ଷରୁ ଏହି ଆଇ ଡ୍ରପ୍ ପ୍ରସ୍ତୁତ କରାଯାଇଥିଲା। ଚାଳିଶିଆରେ ଆଉ ଚଷମା ନ ପିନ୍ଧି ଏହି ଡ୍ରପ୍ ବ୍ୟବହାର କରି ଦୃଷ୍ଟିଦୋଷ ଭଲ କରାଯାଇପାରିବ ବୋଲି ଦାବି କରାଯାଉଥିଲା। ଏହାର ନାଁ PresVu Eye Drops ରହିଛି। ୪୦ ବର୍ଷରୁ ଅଧିକ ବୟସ ହେଲେ ସାଧାରଣତଃ ପଢ଼ାପଢ଼ି ସମସ୍ୟା ଦେଖାଦେଇଥାଏ।  ସମଗ୍ର ବିଶ୍ୱରେ ୧୦୯ କୋଟିରୁ ୧୮୦ କୋଟି ଲୋକ ଏହି ସମସ୍ୟାରେ ପୀଡ଼ିତ।

ଏବେ ଏହି ସମସ୍ୟା ଦୂର ନିମନ୍ତେ ଚଷମା ବଦଳରେ ଏହି ଆଇ ଡ୍ରପକୁ ବ୍ୟବହାର କରାଯାଇ ପାରିବ ବୋଲି କୁହାଯାଉଥିଲା । ଏହାର ମୂଲ୍ୟ ୩୫୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ମାତ୍ର ସୁରକ୍ଷା ଦୃଷ୍ଟିରୁ ଡିସିଜିଆଇ ଏବେ ଏହାର ଉତ୍ପାଦନ ଏବଂ ମାର୍କେଟିଂ ଲାଇସେନ୍ସକୁ ବାତିଲ କରିଛି।

୪୦ ବର୍ଷ ପରେ ଆଖିରେ ଦେଖାଯାଉଥିବା ଦୃଷ୍ଟିଦୋଷ ପ୍ରେସବାୟୋପିଆ ବା ଚାଳିଶିଆ ପାଇଁ ଚଷମା ପିନ୍ଧିବାକୁ ଡାକ୍ତର ସାଧାରଣ ଭାବେ ପରାମର୍ଶ ଦେଇଥାନ୍ତି। ତେବେ ଏହି ଆଇ ଡ୍ରପ ବ୍ୟବହାର କଲେ ଆଉ ଚଷମା ପିନ୍ଧିବା ଆବଶ୍ୟକ ପଡିବ ନାହିଁ ବୋଲି ନୂଆ ଆଇ ଡ୍ରପ୍ ପ୍ରସ୍ତୁତକର୍ତ୍ତା ଦାବି କରିଥିଲେ। ପୂର୍ବରୁ DCGI ଏହାକୁ ଅନୁମୋଦନ କରିଥିବା ବେଳେ ଏବେ ସୁରକ୍ଷା ଦୃଷ୍ଟିରୁ ଏହାକୁ ବାତିଲ କରି ଦିଆଯାଇଛି।