ଆଇପିଏଲ୍ ଇତିହାସରେ ସର୍ବାଧିକ ରନ୍ ଚେଜ୍
କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ ୧୮.୪ ଓଭରରେ ମାତ୍ର ୨ ଉଇକେଟ ହରାଇ ରନ ଚେଜ୍ କଲା। ସୃଷ୍ଟି ହେଲା ନୂଆ ରେକର୍ଡ। ଆଇପିଏଲ୍ ଇତିହାସରେ ସର୍ବାଧିକ ରନ୍ ଚେଜ୍ର ଅଧିକାରୀ ହେଲା ପଞ୍ଜାବ କିଙ୍ଗ୍ସ। ୨୬୨ ରନ ପୁରୁଷ ଟି୨୦ କ୍ରିକେଟରେ ମଧ୍ୟ ସର୍ବାଧିକ ରନ୍ଚେଜ୍। ୨୦୨୩ରେ ସେଞ୍ଚୁରିଅନଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦକ୍ଷିଣ ଆଫ୍ରିକା […] The post ଆଇପିଏଲ୍ ଇତିହାସରେ ସର୍ବାଧିକ ରନ୍ ଚେଜ୍ appeared first on Dharitri Odia News.
କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ ୧୮.୪ ଓଭରରେ ମାତ୍ର ୨ ଉଇକେଟ ହରାଇ ରନ ଚେଜ୍ କଲା। ସୃଷ୍ଟି ହେଲା ନୂଆ ରେକର୍ଡ।
ଆଇପିଏଲ୍ ଇତିହାସରେ ସର୍ବାଧିକ ରନ୍ ଚେଜ୍ର ଅଧିକାରୀ ହେଲା ପଞ୍ଜାବ କିଙ୍ଗ୍ସ। ୨୬୨ ରନ ପୁରୁଷ ଟି୨୦ କ୍ରିକେଟରେ ମଧ୍ୟ ସର୍ବାଧିକ ରନ୍ଚେଜ୍। ୨୦୨୩ରେ ସେଞ୍ଚୁରିଅନଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୨୫୯ ରନକରି ରେକର୍ଡର ଅଧିକାରୀ ଥିଲା। ସେହିପରି ଆଇପିଏଲ୍ରେ ୨୦୨୦ରେ ଶାରଜାଠାରେ କିଙ୍ଗ୍ସ ଇଲେଭେନ ପଞ୍ଜାବ କରିଥିବା ୨୨୩ ରନକୁ ଚେଜ୍ କରି ରେକର୍ଡର ଅଧିକାରୀ ଥିଲା ରାଜସ୍ଥାନ ରୟାଲ୍ସ।
୪ ବର୍ଷ ବ୍ୟବଧାନରେ ଏହି ରେକର୍ଡ ଭାଙ୍ଗିଲା ପଞ୍ଜାବ କିଙ୍ଗ୍ସ। ମ୍ୟାଚରେ ମୋଟ ୪୨ଟି ଛକା ଦେଖିବାକୁ ମିଳିଲା। ଯାହାକି କୌଣସି ଟି୨୦ ମ୍ୟାଚରେ ସର୍ବାଧିକ। ପ୍ରଭସିମରନ ସିଂ ୨୦ ବଲ୍ରୁ ୫୪ (୪ ଚୌକା, ୫ ଛକା) ଓ ବେୟାରଷ୍ଟୋ ୪୮ ବଲରୁ ୧୦୮ (୮ ଚୌକା, ୯ ଛକା) ରନ କରି ଦଳକୁ ବିସ୍ଫୋରକ ଆରମ୍ଭ ଦେଇଥିବାବେଳେ ମଧ୍ୟ ଭାଗରେ ରିଲି ରୋସୋ ୧୬ ବଲ୍ରୁ ୨୬ (୧ ଚୌକା, ୨ ଛକା) ରନକରି ଇନିଂସକୁ ଆଗେଇ ନେଇଥିଲେ।
ଫର୍ମରେ ଥିବା ଶଶାଙ୍କ ସିଂ ମାତ୍ର ୨୮ ବଲ୍ରୁ ୬୮ (୨ ଚୌକା, ୮ ଛକା) ରନରେ ଅପରାଜିତ ରହି ପଞ୍ଜାବ ପାଇଁ ଚମତ୍କାର ଫିନିଶ୍ କରିଥିଲେ। କୋଲକାତା ପକ୍ଷରୁ କେବଳ ସୁନୀଲ ନାରିନ ଗୋଟିଏ ଉଇକେଟ ନେଇଥିଲେ।
ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କୋଲକାତା ଦୁଇ ଓପନର ଫିଲିପ ସଲ୍ଟ ଓ ସୁନୀଲ ନାରିନ ଧୂଆଁଧାର ବ୍ୟାଟିଂ କରି ଓପନିଂ ଯୋଡ଼ିରେ ୬୩ ବଲ୍ରୁ ୧୩୮ ରନ ସଂଗ୍ରହ କରି ଦଳର ବଡ଼ ସ୍କୋର ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ନାରିନ ୩୨ ବଲ୍ରୁ ୭୧ (୯ ଚୌକା, ୪ ଛକା) ଓ ସଲ୍ଟ ୩୭ଟି ବଲ୍ର ସମ୍ମୁଖୀନ ହୋଇ ୬ଟି ଲେଖାଏ ଚୌକା ଓ ଛକା ସହୟତାରେ ୭୫ ରନ ସ୍କୋର କରିଥିଲେ। ଟପ୍ ଅର୍ଡରରେ ଭେଙ୍କଟେଶ ଆୟାର ଓ ମିଡିଲ ଅର୍ଡରରେ ଆନ୍ଦ୍ରେ ରସେଲ ଓ ଅଧିନାୟକ ଶ୍ରେୟସ ଆୟର ମଧ୍ୟ ଦ୍ରୁତ ହାରରେ ରନ ସଂଗ୍ରହ କରି ଦଳର ସ୍କୋରକୁ ୨୬୧ରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ।
The post ଆଇପିଏଲ୍ ଇତିହାସରେ ସର୍ବାଧିକ ରନ୍ ଚେଜ୍ appeared first on Dharitri Odia News.