ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ ପତ୍ନୀ ପଙ୍ଖୁଡ଼ି ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନିଜର ଇନଷ୍ଟାଗ୍ରାମରେ କ୍ରିକେଟର ପତ୍ନୀଙ୍କ ସହ ପୁଅର ଫଟୋ ଶେୟାର କରିଛନ୍ତି। ଏପ୍ରିଲ ୨୧ରେ ସେ ବାପା ହୋଇଥିବା ବେଳେ ଶୁକ୍ରବାର ଏନେଇ ଜଣାଇଛନ୍ତି। କ୍ରୁଣାଳ ୨୦୧୭ରେ ବିବାହ କରିଥିଲେ। ୨୦୨୨ରେ ତାଙ୍କର ପ୍ରଥମ ପୁଅ କବିର ଜନ୍ମ ହୋଇଥିଲେ। ଏହା […] The post ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା ! appeared first on Dharitri Odia News.

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ ପତ୍ନୀ ପଙ୍ଖୁଡ଼ି ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନିଜର ଇନଷ୍ଟାଗ୍ରାମରେ କ୍ରିକେଟର ପତ୍ନୀଙ୍କ ସହ ପୁଅର ଫଟୋ ଶେୟାର କରିଛନ୍ତି। ଏପ୍ରିଲ ୨୧ରେ ସେ ବାପା ହୋଇଥିବା ବେଳେ ଶୁକ୍ରବାର ଏନେଇ ଜଣାଇଛନ୍ତି।

କ୍ରୁଣାଳ ୨୦୧୭ରେ ବିବାହ କରିଥିଲେ। ୨୦୨୨ରେ ତାଙ୍କର ପ୍ରଥମ ପୁଅ କବିର ଜନ୍ମ ହୋଇଥିଲେ। ଏହା ଉଭୟଙ୍କ ଦ୍ୱିତୀୟ ସନ୍ତାନ। ସାନ ପୁଅଙ୍କ ନାମ ସେ ‘ବାୟୁ କ୍ରୁଣାଳ ପାଣ୍ଡ୍ୟା’ ରଖିଛନ୍ତି। ତେବେ ସେ ଏବେ ଆଇପିଏଲ୍‌ରେ ବ୍ୟସ୍ତ ଅଛନ୍ତି।

The post ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା ! appeared first on Dharitri Odia News.