ଆଇପିଏଲ୍-୨୦୨୪, ସଂଧ୍ୟାରେ ହାଇଭୋଲଟେଜ୍ ଗେମ୍, ସନରାଇଜର୍ସ-ସୁପରକିଙ୍ଗ୍ସ ଟକ୍କର
ହାଇଦ୍ରାବାଦ,୦୫/୦୪: ଶୁକ୍ରବାର ଆଇପିଏଲ୍ର ୧୮ତମ ଲିଗ୍ ମ୍ୟାଚ୍ରେ ଖେଳାଯିବ । ସଂଧ୍ୟାରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗ୍ସ । ପୂର୍ବ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାଜିତ ହୋଇଥିବା ସିଏସକେ ପୁନର୍ବାର ବିଜୟଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି । ସେହିପରି ସନରାଇଜର୍ସ ଘରୋଇ ଗ୍ରାଉଣ୍ଡ୍ରେ ଦ୍ୱିତୀୟ ବିଜୟ ପାଇଁ ଆଶାବାଦୀ ରହିଛି । ପୂର୍ବ ରେକର୍ଡକୁ ଦେଖିଲେ ସୁପରକିଙ୍ଗ୍ସର ପଲା ଭାରି ରହିବ । ଉଭୟ ଦଳ ପରସ୍ପରକୁ ୧୯ଥର ଭେଟିଛନ୍ତି । ଏଥିରୁ ସୁପରକିଙ୍ଗ୍ସ ୧୪ଟି ମ୍ୟାଚ୍ ଜିତିଛି । ଗତ ସିଜନରେ ଉଭୟ ଦଳ ପରସ୍ପରକୁ ଥରେ ମାତ୍ର ଭେଟିଥିଲେ । ଚେନ୍ନାଇରେ ଉକ୍ତ ମ୍ୟାଚ୍ ଖେଳାଯାଇଥିଲା ଓ ସୁପରକିଙ୍ଗ୍ସ ୭ ୱିକେଟ୍ରେ ବିଜୟ ହାସଲ କରିଥିଲା । ଶୁକ୍ରବାର ସନରାଇଜର୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଏଥର ଦଳ ବେଶ୍ ଶକ୍ତିଶାଳୀ ରହିଛି । ବିଶେଷ କରି ବିଦେଶୀ ଖେଳାଳିମାନେ ଫର୍ମରେ ରହିଛନ୍ତି । ହେନରିକ କ୍ଲାସେନ୍ ବିସ୍ଫୋରକ ବ୍ୟାଟିଂ କରି ଆତଙ୍କ ଖେଳାଇଥିବାବେଳେ ଟ୍ରେଭିସ୍ ହେଡ୍ଙ୍କ ଦକ୍ଷତା ଅନ୍ୟ ଦଳଗୁଡ଼ିକ ପାଇଁ ଚିନ୍ତାର କାରଣ ପାଲଟିଛି । ସନରାଇଜର୍ସ ଘରୋଇ ଗ୍ରାଉଣ୍ଡରେ ଖେଳିଥିବା ଶେଷ ମ୍ୟାଚ୍ରେ ୨୭୭ ରନ୍ ସଂଗ୍ରହ କରିଥିଲା । ଶୁକ୍ରବାର ମଧ୍ୟ ସେଭଳି ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିବ । ସୁପରକିଙ୍ଗ୍ସ
ହାଇଦ୍ରାବାଦ,୦୫/୦୪: ଶୁକ୍ରବାର ଆଇପିଏଲ୍ର ୧୮ତମ ଲିଗ୍ ମ୍ୟାଚ୍ରେ ଖେଳାଯିବ । ସଂଧ୍ୟାରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗ୍ସ । ପୂର୍ବ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାଜିତ ହୋଇଥିବା ସିଏସକେ ପୁନର୍ବାର ବିଜୟଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି । ସେହିପରି ସନରାଇଜର୍ସ ଘରୋଇ ଗ୍ରାଉଣ୍ଡ୍ରେ ଦ୍ୱିତୀୟ ବିଜୟ ପାଇଁ ଆଶାବାଦୀ ରହିଛି ।
ପୂର୍ବ ରେକର୍ଡକୁ ଦେଖିଲେ ସୁପରକିଙ୍ଗ୍ସର ପଲା ଭାରି ରହିବ । ଉଭୟ ଦଳ ପରସ୍ପରକୁ ୧୯ଥର ଭେଟିଛନ୍ତି । ଏଥିରୁ ସୁପରକିଙ୍ଗ୍ସ ୧୪ଟି ମ୍ୟାଚ୍ ଜିତିଛି । ଗତ ସିଜନରେ ଉଭୟ ଦଳ ପରସ୍ପରକୁ ଥରେ ମାତ୍ର ଭେଟିଥିଲେ । ଚେନ୍ନାଇରେ ଉକ୍ତ ମ୍ୟାଚ୍ ଖେଳାଯାଇଥିଲା ଓ ସୁପରକିଙ୍ଗ୍ସ ୭ ୱିକେଟ୍ରେ ବିଜୟ ହାସଲ କରିଥିଲା ।
ଶୁକ୍ରବାର ସନରାଇଜର୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଏଥର ଦଳ ବେଶ୍ ଶକ୍ତିଶାଳୀ ରହିଛି । ବିଶେଷ କରି ବିଦେଶୀ ଖେଳାଳିମାନେ ଫର୍ମରେ ରହିଛନ୍ତି । ହେନରିକ କ୍ଲାସେନ୍ ବିସ୍ଫୋରକ ବ୍ୟାଟିଂ କରି ଆତଙ୍କ ଖେଳାଇଥିବାବେଳେ ଟ୍ରେଭିସ୍ ହେଡ୍ଙ୍କ ଦକ୍ଷତା ଅନ୍ୟ ଦଳଗୁଡ଼ିକ ପାଇଁ ଚିନ୍ତାର କାରଣ ପାଲଟିଛି । ସନରାଇଜର୍ସ ଘରୋଇ ଗ୍ରାଉଣ୍ଡରେ ଖେଳିଥିବା ଶେଷ ମ୍ୟାଚ୍ରେ ୨୭୭ ରନ୍ ସଂଗ୍ରହ କରିଥିଲା । ଶୁକ୍ରବାର ମଧ୍ୟ ସେଭଳି ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିବ ।
ସୁପରକିଙ୍ଗ୍ସ ପ୍ରଥମ ୨ଟି ମ୍ୟାଚ୍ରେ ସହଜ ବିଜୟ ହାସଲ କରିବା ପରେ ତୃତୀୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାଜିତ ହୋଇଥିଲା। ଶୁକ୍ରବାର ବିଜୟକୁ ଫେରିବାକୁ ହେଲେ ଦଳକୁ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରିବାକୁ ହେବ । ମୁସ୍ତାଫିଜୁର ରେହମାନଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିପାରେ ।
ମୁସ୍ତାଫିଜୁର ଓ ମଥିଶା ପତିରଣା ଯୋଡିଙ୍କ ପ୍ରଦର୍ଶନ ବଳରେ ସୁପରକିଙ୍ଗସର ବିଜୟ ସହଜ ହୋଇଥିଲା । ମୁସ୍ତାଫିଜୁରଙ୍କ ସ୍ଥାନରେ ଜଣେ ସ୍ପିନ ବୋଲିଂ ଅଲରାଉଣ୍ଡରଙ୍କୁ ଖେଳାଇବାକୁ ସୁପରକିଙ୍ଗ୍ସ ଚିନ୍ତା କରିବ। ମିଚେଲ ସାଣ୍ଟନର କିମ୍ବା ମୋଇନ ଅଲି ଖେଳିଲେ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ସନ୍ତୁଳନ ରହିପାରିବ ।
ସନରାଇଜର୍ସ ବିଦେଶୀ ଖେଳାଳିରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ହେଡ୍, ଆଡେନ ମାରକ୍ରମ, କ୍ଲାସେନ ଓ ଅଧିନାୟକ ପ୍ୟାଟ୍ କମିନ୍ସ ଖେଳିବା ନିଶ୍ଚିତ। ମାତ୍ର ବୋଲିଂ ବିଭାଗରେ ପରିବର୍ତ୍ତନ ହୋଇପାରେ । ଜୟଦେବ ଉନାକାତଙ୍କ ସ୍ଥାନରେ ଟି ନଟରାଜନ ଖେଳିବା ଆଶା କରାଯାଉଛି। ଉପଲ ଷ୍ଟାଡିୟମ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ ବୋଲି କୁହାଯାଉଛି ।