ଆଇପିଏଲ୍‌ର ଦ୍ବିତୀୟ କନ୍କସନ୍ ସବ୍‌ଷ୍ଟିଚ୍ୟୁଟ୍ ଖେଳାଳି ହେଲେ ଯୁଦ୍ଧବୀର ସିଂହ

ଲକ୍ଷ୍ନୌ: ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବୋଲର ଯୁଦ୍ଧବୀର ସିଂହ ଚରକ ଆଇପିଏଲ୍ ଇତିହାସରେ ଦ୍ବିତୀୟ କନ୍କସନ୍ ସବ୍‌ଷ୍ଟିଚ୍ୟୁଟ୍ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇଛନ୍ତି। ରବିବାର ସେ ଲକ୍ଷ୍ନୌ ଦ୍ରୁତ ବୋଲର ମୋହସିନ ଖାନ୍ଙ୍କ ବଦଳରେ କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିଥିଲେ। ଏହି ମ୍ୟାଚ୍ର ଦ୍ବାଦଶ ଓଭରରେ ଥାର୍ଡମ୍ୟାନ୍ ଅଞ୍ଚଳରେ ଫିଲ୍ଡିଂ କରୁଥିବା ବେଳେ ମୋହସିନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହାପରେ ସେ ଚିକିତ୍ସା ପାଇଁ ପଡ଼ିଆ ଛାଡ଼ିଥିଲେ। ସୁସ୍ଥ ନହେବାରୁ ତାଙ୍କ ସ୍ଥାନରେ ଯୁଦ୍ଧବୀର ଖେଳିବାକୁ […]

ଆଇପିଏଲ୍‌ର ଦ୍ବିତୀୟ କନ୍କସନ୍ ସବ୍‌ଷ୍ଟିଚ୍ୟୁଟ୍ ଖେଳାଳି ହେଲେ ଯୁଦ୍ଧବୀର ସିଂହ

ଲକ୍ଷ୍ନୌ: ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବୋଲର ଯୁଦ୍ଧବୀର ସିଂହ ଚରକ ଆଇପିଏଲ୍ ଇତିହାସରେ ଦ୍ବିତୀୟ କନ୍କସନ୍ ସବ୍‌ଷ୍ଟିଚ୍ୟୁଟ୍ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇଛନ୍ତି। ରବିବାର ସେ ଲକ୍ଷ୍ନୌ ଦ୍ରୁତ ବୋଲର ମୋହସିନ ଖାନ୍ଙ୍କ ବଦଳରେ କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିଥିଲେ। ଏହି ମ୍ୟାଚ୍ର ଦ୍ବାଦଶ ଓଭରରେ ଥାର୍ଡମ୍ୟାନ୍ ଅଞ୍ଚଳରେ ଫିଲ୍ଡିଂ କରୁଥିବା ବେଳେ ମୋହସିନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହାପରେ ସେ ଚିକିତ୍ସା ପାଇଁ ପଡ଼ିଆ ଛାଡ଼ିଥିଲେ। ସୁସ୍ଥ ନହେବାରୁ ତାଙ୍କ ସ୍ଥାନରେ ଯୁଦ୍ଧବୀର ଖେଳିବାକୁ ଆସିଥିଲେ। ୧୬ତମ ଓଭରରେ ସେ ବୋଲିଂ କରିବା ସୁଯୋଗ ପାଇଥିଲେ। ପ୍ରଥମ ବଲ୍ରେ ଅଙ୍ଗକ୍ରିସ୍ ରଘୁବଂଶୀଙ୍କୁ ଆଉଟ୍ କରି ଦେଇଥିଲେ। ଏହି ଓଭରରେ ଯୁଦ୍ଧବୀର ମାତ୍ର ୭ ରନ୍ ବ୍ୟୟ କରିଥିଲେ। ମୋଟ ଉପରେ ୨ ଓଭର ବୋଲିଂ କରିଥିଲା ବେଳେ ୨୪ ରନ୍ ଖର୍ଚ୍ଚ କରି ଗୋଟିଏ ସଫଳତା ପାଇଥିଲେ। ଯୁଦ୍ଧବୀରଙ୍କ ପୂର୍ବରୁ ଗତ ବର୍ଷ ଦ୍ବିତୀୟ କ୍ବାଲିଫାୟାରରେ ମୁମ୍ବାଇ ଇଣ୍ଡିଆନ୍ସର ଈଶାନ କିଶନଙ୍କ ବଦଳରେ ବିଷ୍ଣୁ ବିନୋଦ ପ୍ରଥମ କନ୍କସନ୍ ସବ୍‌ଷ୍ଟିଚ୍ୟୁଟ୍‌ ଖେଳାଳି ଭାବେ ସୁଯୋଗ ପାଇଥିଲେ।