ଆଜି ବିଧାନସଭାରେ ଆସିବ କାମଚଳା ବଜେଟ୍

ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅପରାହ୍ନ ୫ଟା ବେଳେ ଗୃହରେ ବଜେଟ୍ ଉପସ୍ଥାପନ କରିବେ।

ଆଜି ବିଧାନସଭାରେ ଆସିବ କାମଚଳା ବଜେଟ୍

ଆଜି ରାଜ୍ୟ ବଜେଟ୍। ଚଳିତ ବର୍ଷର କାମଚଳା ବଜେଟ୍ ବିଧାନସଭାରେ ହେବ ଆଗତ। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅପରାହ୍ନ ୫ଟା ବେଳେ ଗୃହରେ ବଜେଟ୍ ଉପସ୍ଥାପନ କରିବେ। ନିର୍ବାଚନ ବର୍ଷ ଥିବାରୁ ଏହି କାମଚଳା ବଜେଟ୍ ବେଶ୍ ଗୁରୁତ୍ୱବହନ କରୁଛି।

ଏଥର ବଜେଟରେ ସରକାର କିଛି ଘୋଷଣା କରିପାରନ୍ତି। ତେବେ ଗତ ଦୁଇ ଦିନ ଧରି ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ବଜେଟ୍ ଆଗତ ହେବାକୁ ଯାଉଛି। ତେଣୁ ଅନୁମାନ କରଯାଉଛି କି ଆଜି ବି ଗୃହ ସରଗରମ ରହିପାରେ।