ଆଜିଠୁ ମହିଳା ଟି୨୦ ବିଶ୍ୱକପ୍: ଅଷ୍ଟ୍ରେଲିଆର ଆଧିପତ୍ୟ ଶେଷ କରିବାକୁ ସୁଯୋଗ
ଦୁବାଇ,୩ା୧୦(ପି.ଟି.):ୟୁଏଇରେ ଗୁରୁବାର ମହିଳା ଟି୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି। ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଶାରଜା ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପରେ ଦୁଇ ଏସୀୟ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଓ ଶ୍ରୀଲଙ୍କା ପରବର୍ତ୍ତୀ ମ୍ୟାଚ୍ରେ ପରସ୍ପରକୁ ଭେଟିବେ। ପୂର୍ବରୁ ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଖେଳାଯିବାକୁ ଥିବାବେଳେ ରାଜନୈତିକ ହିଂସା କାରଣରୁ ଏହାକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା। ମହିଳା ଟି୨୦ରେ ଅଷ୍ଟ୍ରେଲିଆ ସବୁଠାରୁ ଶକ୍ତିଶାଳୀ ଦଳ ହୋଇଥିବା ବେଳେ ଏହାର ଆଧିପତ୍ୟ ଶେଷ […] The post ଆଜିଠୁ ମହିଳା ଟି୨୦ ବିଶ୍ୱକପ୍: ଅଷ୍ଟ୍ରେଲିଆର ଆଧିପତ୍ୟ ଶେଷ କରିବାକୁ ସୁଯୋଗ appeared first on Dharitri Odia News.
ଦୁବାଇ,୩ା୧୦(ପି.ଟି.):ୟୁଏଇରେ ଗୁରୁବାର ମହିଳା ଟି୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି। ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଶାରଜା ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପରେ ଦୁଇ ଏସୀୟ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଓ ଶ୍ରୀଲଙ୍କା ପରବର୍ତ୍ତୀ ମ୍ୟାଚ୍ରେ ପରସ୍ପରକୁ ଭେଟିବେ। ପୂର୍ବରୁ ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଖେଳାଯିବାକୁ ଥିବାବେଳେ ରାଜନୈତିକ ହିଂସା କାରଣରୁ ଏହାକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା।
ମହିଳା ଟି୨୦ରେ ଅଷ୍ଟ୍ରେଲିଆ ସବୁଠାରୁ ଶକ୍ତିଶାଳୀ ଦଳ ହୋଇଥିବା ବେଳେ ଏହାର ଆଧିପତ୍ୟ ଶେଷ କରିବା ପାଇଁ ଭାରତ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ପ୍ରୟାସ କରିବେ। ଅନ୍ତିମ ୩ ଟି୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆ ଜିତିଥିବା ବେଳେ ସମୁଦାୟ ୯ ସଂସ୍କରଣରେ ଏହା ୬ ଥର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଅତୀତରେ ଭାରତ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଅନେକ ଥର ଅଷ୍ଟ୍ରେଲିଆକୁ ହରାଇ ସାରିଛନ୍ତି। ତେବେ ବିଶ୍ୱକପ୍ରେ ଏହି ଦଳକୁ ହରାଇବା ସମସ୍ତଙ୍କ ପାଇଁ କାଠିକର ପାଠ ହୋଇଛି। ବିଶ୍ୱକପ୍ରେ ଏହି ଦଳ ଅପରାଜେୟ ରହିଥିବା ବେଳେ ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଅଷ୍ଟ୍ରେଲିଆ ଇତିହାସର ସବୁଠାରୁ ସଫଳତମ ଅଧିନାୟିକା ମେଗ୍ ଲାନିଙ୍ଗ ୧୮ ମାସ ତଳେ କ୍ରିକେଟରୁ ଅବସର ନେଇଥିବା ବେଳେ ଆଲିସା ହିଲିଙ୍କୁ ଦାୟିତ୍ୱ ମିଳିଥିଲା। ହିଲିଙ୍କ ବ୍ୟତୀତ ଏଲିସ୍ ପେରୀ, ଆସ୍ଲେ ଗାର୍ଡନର ଓ ଗ୍ରେସ୍ ହ୍ୟାରିସଙ୍କ ପରି ମ୍ୟାଚ୍ ବିଜେତା ଖେଳାଳି ଏହି ଦଳରେ ରହିଛନ୍ତି। ଏହି ଦଳରେ ଦୁଇ ଯୁବ ପେସ୍ ବୋଲର ଟାୟଲା ଭାଲେମିଙ୍କ ଓ ଡାର୍ସି ବ୍ରାଉନ୍ ମଧ୍ୟ ଚମତ୍କାର ଫର୍ମରେ ଅଛନ୍ତି। ଇଂଲଣ୍ଡ ଦଳ ୨୦୦୯ରେ ଅନୁଷ୍ଠିତ ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିଲା। ପରେ ୩ ଥର ଦଳ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି। ବିଶ୍ୱକପ୍ ୟୁଏଇରେ ଖେଳାଯାଉଥିବା କାରଣରୁ ସୋଫି ଏକେଲଷ୍ଟୋନଙ୍କ ବଡ ଭୂମିକା ରହିବ। ସେହିପରି ସାରା ଗ୍ଲେନ୍ ଓ ଚାର୍ଲି ଡିନ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି।
ଅଷ୍ଟ୍ରେଲିଆ ପାଇଁ ଆଉ ଏକ ବଡ ଚ୍ୟାଲେଞ୍ଜ ଭାବରେ ଉଭା ହୋଇପାରେ ହରମନ୍ପ୍ରୀତ କୌରଙ୍କ ଭାରତୀୟ ଦଳ। ୨୦୨୦ ଟି୨୦ ବିଶ୍ୱକପ୍ ଓ ୨୦୨୨ ରାଜ୍ୟ ଗୋଷ୍ଠୀ କ୍ରୀଡାର ଫାଇନାଲରେ ଭାରତ ପରାଜିତ ହୋଇଥିଲା। ଏପରି କି ଅପେକ୍ଷାକୃତ ଦୁର୍ବଳ ଶ୍ରୀଲଙ୍କା ନିକଟରୁ ଦଳ ଏସିଆ କପ୍ ଫାଇନାଲରେ ମଧ୍ୟ ହାରି ଯାଇଥିଲା। ତେବେ ଭାରତ ନିକଟରେ ଶେଫାଳି ବର୍ମା, ସ୍ମୃତି ମାନ୍ଧନା, ହରମନ୍ପ୍ରୀତ ଓ ରିଚା ଘୋଷଙ୍କ ପରି ଆକ୍ରମଣାତ୍ମକ ବ୍ୟାଟର ରହିଥିବା ବେଳେ ଏକାଧିକ ମ୍ୟାଚ୍ ବିଜେତା ସ୍ପିନ୍ ବୋଲର ରହିଛନ୍ତି। ଭାରତ ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବା ଆଶା କରାଯାଏ। ବିଗତ ସଂସ୍କରଣର ରନର୍ ଅପ୍ ରହିଥିବା ଦକ୍ଷିଣ ଆଫ୍ରିକା ମଧ୍ୟ କଡା ଚ୍ୟାଲେଞ୍ଜ ଦେବାର ସମ୍ଭାବନା ରହିଛି। ଲୌରା ଓଲ୍ଭଡର୍ଟଙ୍କ ନେତୃତ୍ୱାଧୀନ ଦଳ ଗତବର୍ଷ ଫାଇନାଲର ପ୍ରତିଶୋଧ ନେବାକୁ ପ୍ରୟାସ କରିବ।
The post ଆଜିଠୁ ମହିଳା ଟି୨୦ ବିଶ୍ୱକପ୍: ଅଷ୍ଟ୍ରେଲିଆର ଆଧିପତ୍ୟ ଶେଷ କରିବାକୁ ସୁଯୋଗ appeared first on Dharitri Odia News.