ଆତଙ୍କବାଦୀଙ୍କ ଗୁଳିରେ ୪ ଯବାନ ଶହୀଦ
ଶ୍ରୀନଗର,୧୬।୭: ଆତଙ୍କବାଦୀମାନେ ଲଗାତାର ଜମ୍ମୁ କଶ୍ମୀରରେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି। ସୋମବାର ଡୋଡା ଜିଲାର ଡୋସା ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳି ବିନିମୟରେ ଜଣେ ସେନା ଅଧିକାରୀଙ୍କ ସମେତ ୫ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଥିମଧ୍ୟରୁ ଜଣେ ଅଧିକାରୀଙ୍କ ସମେତ ଚାରିଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଛନ୍ତି। ଘଟଣାସ୍ଥଳକୁ ଅତିରିକ୍ତ […] The post ଆତଙ୍କବାଦୀଙ୍କ ଗୁଳିରେ ୪ ଯବାନ ଶହୀଦ appeared first on Dharitri Odia News.
ଶ୍ରୀନଗର,୧୬।୭: ଆତଙ୍କବାଦୀମାନେ ଲଗାତାର ଜମ୍ମୁ କଶ୍ମୀରରେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି। ସୋମବାର ଡୋଡା ଜିଲାର ଡୋସା ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳି ବିନିମୟରେ ଜଣେ ସେନା ଅଧିକାରୀଙ୍କ ସମେତ ୫ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଥିମଧ୍ୟରୁ ଜଣେ ଅଧିକାରୀଙ୍କ ସମେତ ଚାରିଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଛନ୍ତି। ଘଟଣାସ୍ଥଳକୁ ଅତିରିକ୍ତ ସୁରକ୍ଷା ବାହିନୀ ପଠାଯାଇଛି।
ଅଧିକାରୀ କହିଛନ୍ତି, ଜମ୍ମୁ କଶ୍ମୀର ପୋଲିସର ରାଷ୍ଟ୍ରିୟ ରାଇଫଲ୍ସ ଏବଂ ସ୍ପେଶାଲ ଅପରେଶନ ଗ୍ରୁପ କର୍ମଚାରୀମାନେ ସୋମବାର ସନ୍ଧ୍ୟା ୭.୪୫ ସମୟରେ ଡୋସା ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିବା ପରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା।
The post ଆତଙ୍କବାଦୀଙ୍କ ଗୁଳିରେ ୪ ଯବାନ ଶହୀଦ appeared first on Dharitri Odia News.