ଆପଣଙ୍କ ପିଲା ଘଣ୍ଟା ଘଣ୍ଟା ଧରି ମୋବାଇଲରେ ବିତାଉଛି କି? ଏହି ଉପାୟରେ ଦୂର କରନ୍ତୁ ମୋବାଇଲ୍ ନିଶା

ବର୍ତ୍ତମାନର ଲାଇଫ ଷ୍ଟାଇଲରେ ମୋବାଇଲ ସବୁଠାରୁ ଜରୁରୀ ଜିନିଷ ପାଲଟିଛି । ତେବେ ଆପଣମାନେ ତ ଜାଣିଥିବେ ଆଜିକାଲି ଲୋକମାନେ ମୋବାଇଲ ବିନା କୌଣସି ସ୍ଥାନକୁ ଯିବା ଅସମ୍ଭବ । କିନ୍ତୁ ବର୍ତ୍ତମାନର ବଡ଼ ସମସ୍ୟା ହେଉଛି ପିଲାମାନେ ସବୁଠାରୁ ଅଧିକ ଫୋନ୍ ବ୍ୟବହାର କରୁଛନ୍ତି । ଏପରିକି ଦୁଇ ବର୍ଷର ଶିଶୁ ମଧ୍ୟ ମୋବାଇଲ୍ ଫୋନ୍ ଧରିଥିବାର ନଜର ଆସିଥାନ୍ତି । ତେବେ ପିଲାମାନଙ୍କ ହାତରୁ ଫୋନ୍ ନେବା ମାତ୍ରେ ସେମାନେ କାନ୍ଦିବା ଆରମ୍ଭ କରନ୍ତି […] The post ଆପଣଙ୍କ ପିଲା ଘଣ୍ଟା ଘଣ୍ଟା ଧରି ମୋବାଇଲରେ ବିତାଉଛି କି? ଏହି ଉପାୟରେ ଦୂର କରନ୍ତୁ ମୋବାଇଲ୍ ନିଶା appeared first on KNews Odisha.

ଆପଣଙ୍କ ପିଲା ଘଣ୍ଟା ଘଣ୍ଟା ଧରି ମୋବାଇଲରେ ବିତାଉଛି କି? ଏହି ଉପାୟରେ ଦୂର କରନ୍ତୁ ମୋବାଇଲ୍ ନିଶା
mobile

ବର୍ତ୍ତମାନର ଲାଇଫ ଷ୍ଟାଇଲରେ ମୋବାଇଲ ସବୁଠାରୁ ଜରୁରୀ ଜିନିଷ ପାଲଟିଛି । ତେବେ ଆପଣମାନେ ତ ଜାଣିଥିବେ ଆଜିକାଲି ଲୋକମାନେ ମୋବାଇଲ ବିନା କୌଣସି ସ୍ଥାନକୁ ଯିବା ଅସମ୍ଭବ । କିନ୍ତୁ ବର୍ତ୍ତମାନର ବଡ଼ ସମସ୍ୟା ହେଉଛି ପିଲାମାନେ ସବୁଠାରୁ ଅଧିକ ଫୋନ୍ ବ୍ୟବହାର କରୁଛନ୍ତି । ଏପରିକି ଦୁଇ ବର୍ଷର ଶିଶୁ ମଧ୍ୟ ମୋବାଇଲ୍ ଫୋନ୍ ଧରିଥିବାର ନଜର ଆସିଥାନ୍ତି । ତେବେ ପିଲାମାନଙ୍କ ହାତରୁ ଫୋନ୍ ନେବା ମାତ୍ରେ ସେମାନେ କାନ୍ଦିବା ଆରମ୍ଭ କରନ୍ତି । ପିଲାମାନଙ୍କର ମୋବାଇଲ୍ ଫୋନ୍ ବ୍ୟବହାର କେବଳ ସେମାନଙ୍କ ଆଖିକୁ ପ୍ରଭାବିତ କରେ ନାହିଁ ବରଂ ସେମାନଙ୍କର ଚିନ୍ତା ଏବଂ ବୁଝିବା କ୍ଷମତାକୁ ମଧ୍ୟ ପ୍ରଭାବିତ କରେ । ବହୁତ ସମୟ ଫୋନ୍ ସ୍କ୍ରିନ ଦେଖିବା ହେତୁ, ସେମାନେ ଗୋଟିଏ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ରହିଥା’ନ୍ତି ଏବଂ ଏହି କାରଣରୁ, ସେମାନଙ୍କର ଶାରୀରିକ ଅଭିବୃଦ୍ଧି ମଧ୍ୟ ପ୍ରଭାବିତ ହୁଏ । ଆଜିକାଲି ପିଲାମାନେ ଅଳ୍ପ ବୟସରେ ମେଦବହୁଳତା, ଆଖି ସମସ୍ୟା, ଚିଡଚିଡା, ଷ୍ଟ୍ରେସ ଇତ୍ୟାଦି ସମସ୍ୟାର ଶିକାର ହେଉଛନ୍ତି । ଏହା ପଛରେ ଏକ ବଡ଼ କାରଣ ହେଉଛି ଲଙ୍ଗ ସ୍କ୍ରିନ୍ ଟାଇମିଂ । ତେବେ ମା ଓ ବାପାମାନେ ଫୋନ୍ ନିଶା ରୁ ମୁକ୍ତି ପାଇବା ପାଇଁ ଗାଳି ଦେବା ଠାରୁ ଆରମ୍ଭ କରି ପିଲାମାନଙ୍କୁ ଚାପୁଡ଼ା ମାରିବା ପର୍ଯ୍ୟନ୍ତ ସବୁକିଛି ଚେଷ୍ଟା କରନ୍ତି, କିନ୍ତୁ ଏହା ସଠିକ୍ ଉପାୟ ନୁହେଁ । କାରଣ ଏପରି କରିବା ଦ୍ବାରା ପିଲାମାନେ ବିଗିଡି ଯିବେ । ସେଥିପାଇଁ ଆମେ ଆଜି ଆପଣଙ୍କୁ କିଛି ଏପରି ଉପାୟ ଜଣାଇବୁ, ଯାହାକୁ ଫଲୋ କରି ଆପଣ ନିଜ ପିଲାଙ୍କ ଫୋନ୍ ଦେଖିବା ଅଭ୍ୟାସ ପରିବର୍ତ୍ତନ କରିପାରିବେ ।

ଆପଣମାନେ ତ ଜାଣିଥିବେ ଯଦି ପିଲାମାନେ କିଛି ଜିନିଷ ପାଇଁ ଜିଦ୍ କରନ୍ତି, ତେବେ ସେମାନଙ୍କ ଠାରୁ ସେହି ଜିନିଷ ଛାଡ଼ିବା ବହୁତ କଷ୍ଟକର ହୋଇଥାଏ । ଏହି କାରଣରୁ ସେ ଆହୁରି ଜିଦଖୋର ହୁଅନ୍ତି । ଯଦି କୌଣସି ପିଲାର ମୋବାଇଲରେ ନିଶା ରହିଛି, ତା’ହେଲେ ମାଡ ମାରିବା ଏବଂ ଗାଳି ଦେବା ପରିବର୍ତ୍ତେ, ଏଥିରୁ ମୁକ୍ତି ପାଇବା ପାଇଁ କିଛି ସରଳ ପଦ୍ଧତି ଗ୍ରହଣ କରାଯାଇପାରେ । ତେଣୁ ଆସନ୍ତୁ ଜାଣିବା କିପରି ପିଲାମାନଙ୍କୁ ମୋବାଇଲ୍ ନିଶାରୁ ମୁକ୍ତ କରାଯିବ ।

ଏପରିକି ଆଜିକାଲି ବୟସ୍କମାନେ ମୋବାଇଲ୍ ଫୋନରେ ଅଭ୍ୟସ୍ତ, ତେଣୁ ପରିବାର ସଦସ୍ୟ କିମ୍ବା ବାପା ଓ ମାଆ ମଧ୍ୟ ଏହି ସମସ୍ୟା ପାଇଁ ଦାୟୀ ହୋଇଥାନ୍ତି । ଯଦି ପିଲାମାନଙ୍କୁ ଏଥିରୁ ମୁକ୍ତି କରିବାକୁ ଚହୁଛନ୍ତି, ତେବେ ମାଆ ଓ ବାପାଙ୍କୁ ପ୍ରଥମେ ଘରେ ସେମାନଙ୍କର ସ୍କ୍ରିନ ଟାଇମ୍ କମ କରିବାକୁ ପଡିବ । ସେଥିପାଇଁ ଖାଇବା ସମୟରେ, ଶୋଇବା ସମୟରେ, ମୋବାଇଲକୁ ଆପଣଙ୍କଠାରୁ ଦୂରରେ ରଖନ୍ତୁ । ଏପରିକି ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ ଯେ ଯେତେବେଳେ ପିଲାଟି ଆପଣଙ୍କ ପାଖରେ ଅଛି, ଆପଣ ଫୋନରେ ବ୍ୟସ୍ତ ରୁହନ୍ତୁ ନାହିଁ, ବରଂ ସେମାନଙ୍କ ସହ କଥାବାର୍ତ୍ତା କରନ୍ତୁ, ସେମାନଙ୍କ ସହିତ ସମୟ ବିତାନ୍ତୁ, ଖେଳନ୍ତୁ । ତେବେ ଅନେକ ଥର ଏପରି ହୋଇଥାଏ ଯେ ଯେତେବେଳେ ପିଲାଟି କାନ୍ଦେ କିମ୍ବା ଖାଏନାହିଁ, ତେବେ ତାଙ୍କୁ ମୋବାଇଲ୍ ଫୋନ୍ ଦିଆଯାଏ । ଏପରି ଭାବେ ହିଁ ପିଲାଟିର ମୋବାଇଲ୍ ନିଶା ଆରମ୍ଭ ହୁଏ, ଯେପରି ଅତି କମରେ ଦୁଇରୁ ଅଢେଇ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ଠାରେ ଏହା ଅଧିକ ଦେଖା ଯାଏ ।

ସେଥିପାଇଁ ପିଲାଙ୍କ ପ୍ରତିଦିନ ରୁଟିନ୍ ସେଟ୍ କରନ୍ତୁ । ସର୍ବପ୍ରଥମେ, ନିଶ୍ଚିତ କରନ୍ତୁ ଯେ ପିଲାଟିର ଖାଇବା ଠାରୁ ଆରମ୍ଭ କରି ଶୋଇବା, ଉଠିବା, ପଢ଼ିବା ଏବଂ ବାହାରେ ଖେଳିବା ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରନ୍ତୁ । ଏହି ଉପାୟରେ, ତାଙ୍କୁ ସ୍କ୍ରିନ୍ ଟାଇମିଂ ପାଇଁ ଦିନରେ କେବଳ କିଛି ସମୟ ଦିଅନ୍ତୁ । ଯାହାଫଳରେ ସେ ଅନ୍ୟ ଜିନିଷ ଉପରେ ଭଲ ଧ୍ୟାନ ଦେଇ ପାରିବେ ଏବଂ ମୋବାଇଲ୍ ନିଶା କମିଯିବ । ଯେତେବେଳେ ପିଲାମାନେ ବାହାରେ ଖେଳିବାକୁ ଆରମ୍ଭ କରନ୍ତି, ସେତେବେଳେ ତାଙ୍କ ଫୋନ୍ ଦେଖିବା ନିଶା କମିବାକୁ ଆରମ୍ଭ କରିଥାଏ ।

ଏଥିସହ ପିଲାମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରନ୍ତୁ । ଆପଣଙ୍କ ପିଲାଙ୍କୁ ମୋବାଇଲ୍ ନିଶା ଠାରୁ ମୁକ୍ତ କରିବାକୁ, ଏହା ମଧ୍ଯ ବହୁତ ଜରୁରୀ ଯେ ଅଧ୍ୟୟନ ବ୍ୟତୀତ, ଆପଣ ତାଙ୍କୁ କିଛି ନୂଆ କାମରେ ଜଡିତ କରନ୍ତୁ । ଯେପରି ଗୀତ, ନାଚ ଓ ଚିତ୍ର ଅଙ୍କନ ଭଳି କାମ କରାନ୍ତୁ ।

ତେବେ ଫୋନକୁ ପିଲାମାନଙ୍କ ଦୃଷ୍ଟିରୁ ଦୂରରେ ରଖନ୍ତୁ । ଯଦି ଆପଣ ମୋବାଇଲ୍ ନିଶାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଫୋନକୁ ପିଲାମାନଙ୍କ ଦୃଷ୍ଟିରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ବିଶେଷକରି ଯେତେବେଳେ ସେ ଶୋଇବାକୁ ଯାଉଛନ୍ତି, ସେତେବେଳେ ତାଙ୍କ ଠାରୁ ଫୋନ୍ ଦୂରେଇ ରଖନ୍ତୁ । ଏପରି ଭାବେ ଆପଣ ନିଜ ପିଲାଙ୍କ ଫୋନ୍ ନିଶା ସହଜରେ ଦୂର କରିପାରିବେ ।

The post ଆପଣଙ୍କ ପିଲା ଘଣ୍ଟା ଘଣ୍ଟା ଧରି ମୋବାଇଲରେ ବିତାଉଛି କି? ଏହି ଉପାୟରେ ଦୂର କରନ୍ତୁ ମୋବାଇଲ୍ ନିଶା appeared first on KNews Odisha.