ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ଆସିଲା ନୂଆ ନିୟମ

ଭୁବନେଶ୍ୱର : ରାଜ୍ୟରେ ଆପାର୍ଟମେଂଟ ପଂଜିକରଣ ପାଇଁ ଫିଟିଲା ବାଟ । ମାଲିକାନାସତ୍ୱ ଓ ପରିଚାଳନା ନିୟମରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । ମାସକ ଭିତରେ ଦେଇପାରିବେ ଆପତ୍ତି ଅଭିଯୋଗ I ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ପକ୍ଷରୁ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଆପାର୍ଟମେଂଟ ମାଲିକଙ୍କ ଆସୋସିଏସନ ଗଠନ ଓ ପଂଜିକରଣ ନେଇ ସବିଶେଷ ନିୟମ ରହିଛି ।ଏଣିକି ଘର କିଣାବିକା ହୋଇପାରିବ ସହଜ I ସୂଚନାନୁସାରେ,ଆପାର୍ଟମେଣ୍ଟ କିଣାବିକାକୁ […]

ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ଆସିଲା ନୂଆ ନିୟମ
ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ଆସିଲା ନୂଆ ନିୟମ

ଭୁବନେଶ୍ୱର : ରାଜ୍ୟରେ ଆପାର୍ଟମେଂଟ ପଂଜିକରଣ ପାଇଁ ଫିଟିଲା ବାଟ । ମାଲିକାନାସତ୍ୱ ଓ ପରିଚାଳନା ନିୟମରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । ମାସକ ଭିତରେ ଦେଇପାରିବେ ଆପତ୍ତି ଅଭିଯୋଗ I ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ପକ୍ଷରୁ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଆପାର୍ଟମେଂଟ ମାଲିକଙ୍କ ଆସୋସିଏସନ ଗଠନ ଓ ପଂଜିକରଣ ନେଇ ସବିଶେଷ ନିୟମ ରହିଛି ।ଏଣିକି ଘର କିଣାବିକା ହୋଇପାରିବ ସହଜ I

ସୂଚନାନୁସାରେ,ଆପାର୍ଟମେଣ୍ଟ କିଣାବିକାକୁ ନେଇ ରାଜ୍ୟରେ ପୂର୍ବରୁ ବିବାଦ ରହି ଆସିଛି I ବିଶେଷକରି ଆପାର୍ଟମେଣ୍ଟର ସର୍ବସାଧାରଣ ସ୍ଥାନର ମାଲିକାନାକୁ ନେଇ ବିଲଡର ସଂସ୍ଥା ଏବଂ ଆପାର୍ଟମେଣ୍ଟ ସଂଘ ମଧ୍ୟରେ ବିବାଦ ଦେଖାଦେଇଥିଲା I ପରବର୍ତ୍ତୀ ସମୟରେ ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା I ଏହାପରେ ୨୦୨୩ ଅକ୍ଟୋବର ୧୩ରେ ଓଡିଶା ଆପାର୍ଟମେଂଟ ମାଲିକାନାସତ୍ୱ ଓ ପରିଚାଳନା ଚିଠା ନିୟମ ପ୍ରକାଶ ପାଇଥିଲା । ରେରା ଆଇନର ବ୍ୟବସ୍ଥା ଅନୁଯାୟୀ ଫ୍ଲାଟ ମାଲିକ ସଂଘ ସପକ୍ଷରେ କମନ ଏରିଆର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଏଥିରେ ପ୍ରମୋଟରଙ୍କ ଉତର ଦାୟିତ୍ୱ ମଧ୍ୟ ସ୍ପଷ୍ଟ ଭାବେ ଦର୍ଶାଯାଇଛି । ନିୟମରେ ଆପାର୍ଟମେଂଟ ମାଲିକ ଏବଂ ଫ୍ଲାଟ ମାଲିକର ଅଧିକାର ଏବଂ ଦାୟିତ୍ୱ ଉଲ୍ଲେଖ ରହିଛି । ୨୦୨୩ ଅକ୍ଟୋବରରେ ଏହି ଆଇନ ପ୍ରଣୟନ କରାଯାଇ ଡ୍ରାଫ୍ଟ ନିୟମ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏନେଇ ଗତବର୍ଷ ରାଜ୍ୟ ସରକାର ଏକ ଆଇନ ଆଣିବାକୁ ବିଚାର କରିବା ସହ ମାର୍ଚ୍ଚ ମାସରେ ଏହାକୁ ବିଧାନସଭାରେ ଆଗତ କରିଥିଲେ I