ଆମେରିକା-ସାଉଦି ପେଟ୍ରୋଡଲାର ଚୁକ୍ତିର ଅନ୍ତ
ରିୟାଧ,୧୫ା୬: ଡଲାର ବିନିମୟରେ ଅଶୋଧିତ ତୈଳ ବିକ୍ରି ପାଇଁ ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ଦୀର୍ଘ ୮୦ ବର୍ଷ ଧରି ଚାଲିଆସିଥିବା ପେଟ୍ରୋଡଲାର ଚୁକ୍ତିର ଅନ୍ତ ଘଟିଛି। ୧୯୭୪ ଜୁନ୍ ୮ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଚୁକ୍ତି ସମୟସୀମା ଜୁନ୍ ୯ରେ ଶେଷ ହେବା ପରେ ଏହାକୁ ନବୀକରଣ ନ କରିବା ପାଇଁ ସାଉଦି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଫଳରେ ଏହି ତୈଳସମୃଦ୍ଧ ଦେଶ ଏଣିକି କେବଳ ଡଲାର ପରିବର୍ତ୍ତେ ଚାଇନାର ଆର୍ଏମ୍ବି, ୟୁରୋ, […] The post ଆମେରିକା-ସାଉଦି ପେଟ୍ରୋଡଲାର ଚୁକ୍ତିର ଅନ୍ତ appeared first on Dharitri Odia News.
ରିୟାଧ,୧୫ା୬: ଡଲାର ବିନିମୟରେ ଅଶୋଧିତ ତୈଳ ବିକ୍ରି ପାଇଁ ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ଦୀର୍ଘ ୮୦ ବର୍ଷ ଧରି ଚାଲିଆସିଥିବା ପେଟ୍ରୋଡଲାର ଚୁକ୍ତିର ଅନ୍ତ ଘଟିଛି। ୧୯୭୪ ଜୁନ୍ ୮ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଚୁକ୍ତି ସମୟସୀମା ଜୁନ୍ ୯ରେ ଶେଷ ହେବା ପରେ ଏହାକୁ ନବୀକରଣ ନ କରିବା ପାଇଁ ସାଉଦି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଫଳରେ ଏହି ତୈଳସମୃଦ୍ଧ ଦେଶ ଏଣିକି କେବଳ ଡଲାର ପରିବର୍ତ୍ତେ ଚାଇନାର ଆର୍ଏମ୍ବି, ୟୁରୋ, ୟେନ୍, ୟୁଆନ୍ ଆଦି ବିଭିନ୍ନ ମୁଦ୍ରାରେ ତୈଳ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରିପାରିବ। ଏଥିସହିତ ବିଟ୍କଏନ୍ ଭଳି ଡିଜିଟାଲ କରେନ୍ସିର ସମ୍ଭାବ୍ୟ ବ୍ୟବହାର ଉପରେ ମଧ୍ୟ ବିଚାର କରାଯାଇପାରେ ବୋଲି କୁହାଯାଇଛି। ଫଳରେ ବୈଶ୍ୱିକ ଅର୍ଥନୀତିର ଢାଞ୍ଚାରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି।
ପେଟ୍ରୋଡଲାର ହେଉଛି ଅଶୋଧିତ ତୈଳ ବିକ୍ରିରୁ ଡଲାରରେ ହେଉଥିବା ଉପାର୍ଜନ। ସାମରିକ ସହାୟତା ପାଇଁ ଡଲାର ବିନିମୟରେ ତୈଳ ବିକ୍ରି ନିମନ୍ତେ ୧୯୭୪ରେ ଆମେରିକା ଓ ସାଉଦି କର୍ତ୍ତୃପକ୍ଷଙ୍କ ମଧ୍ୟରେ ପେଟ୍ରୋଡଲାର ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ବିଶ୍ୱ ଅର୍ଥନୀତିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଥିଲା ଏବଂ ବୈଶ୍ୱିକ ଅର୍ଥନୀତିରେ ଡଲାରର ପ୍ରାଧାନ୍ୟ ବଢ଼ିଥିଲା। ଚୁକ୍ତିନାମା ଅନୁଯାୟୀ ସାଉଦି ଆରବ ସହ ଅର୍ଥନୈତିକ ସହଯୋଗ ଏବଂ ଏହି ଦେଶର ସାମରିକ ଆବଶ୍ୟକତା ଆଧାରରେ ଦୁଇଟି ଯୁଗ୍ମ କମିଶନ ଗଢ଼ାଯାଇଥିଲା। ଏହି ଡିଲ୍ ଦ୍ୱାରା ସାଉଦି ଏହାର ତୈଳ ଉତ୍ପାଦନ ବଢ଼ାଇବା ପାଇଁ ପ୍ରୋତ୍ସାହିତ ହେବ ବୋଲି ଆମେରିକା କର୍ତ୍ତୃପକ୍ଷ ସେତେବେଳେ ଆଶା ରଖିଥିଲେ। ଓ୍ବାଶିଂଟନ ଏବଂ ଅନ୍ୟ ଆରବ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆର୍ଥତ୍କ ସହଯୋଗ ବଢ଼ାଇବାରେ ଏହା ଏକ ବ୍ଲୁପ୍ରିଣ୍ଟ ହେବ ବୋଲି ସେମାନେ କଳ୍ପନା କରିଥିଲେ।
ସାଉଦି ଆରବ ପ୍ରୋଜେକ୍ଟ ଏମ୍ବ୍ରିଜ୍ରେ ସାମିଲ ହେବା ନେଇ ନିକଟରେ ଘୋଷଣା କରିଥିଲା। ପ୍ରୋଜେକ୍ଟ ଏମ୍ବ୍ରିଜ୍ ହେଉଛି ମଲ୍ଟି-ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନି୍ସ (ସିବିଡିସି) ପ୍ଲାଟ୍ଫର୍ମ, ଯାହା ଅଂଶଗ୍ରହଣକାରୀ କେନ୍ଦ୍ରୀୟ ବ୍ୟାଙ୍କ ଏବଂ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଶେୟାର ହୋଇଛି। ସୀମାପାର ପେମେଣ୍ଟର ତ୍ୱରିତ୍ ସମାଧାନ ଏବଂ ବିଦେଶୀ ବିନିମୟ କାରବାର ପାଇଁ ଆବଣ୍ଟିତ ଲେଜର ଟେକ୍ନୋଲୋଜି(ଡିଏଲ୍ଟି) ଆଧାରରେ ଏହା ପ୍ରସ୍ତୁତ ହୋଇଛି। ପ୍ରୋଜେକ୍ଟ ଏମ୍ବ୍ରିଜ୍ରେ ୨୬ରୁ ଊର୍ଦ୍ଧ୍ୱ ରିଜର୍ଭ ବ୍ୟାଙ୍କ ସଦସ୍ୟ ରହିଛନ୍ତି।
The post ଆମେରିକା-ସାଉଦି ପେଟ୍ରୋଡଲାର ଚୁକ୍ତିର ଅନ୍ତ appeared first on Dharitri Odia News.