ଆମେରିକାର ୟୁଟର୍ଣ୍ଣ, ଏବେ ଇସ୍ରାଏଲକୁ ଏକ ବିଲିୟନ ଡଲାରର ହତିଆର ଦେବ; କିଛି ଦିନ ତଳେ ଲଗାଇଥିଲା ରୋକ୍

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲକୁ ଏକ ବିଲିୟନ ଡଲାର ହତିଆର ଦିଆଯିବ ବୋଲି ସଂସଦରେ ଘୋଷଣା କରିଛନ୍ତି । ଆମେରିକାର ଏହି ନିଷ୍ପତ୍ତି ତାର ସେହି ଘୋଷଣାର ବିପରୀତ ଯେଉଁଥିରେ ଇସ୍ରାଏଲକୁ ବୋମା ଯୋଗାଣ ବନ୍ଦ କରାଯିବ ବୋଲି କହିଥିଲା । ଇସ୍ରାଏଲକୁ ବୋମା ସପ୍ଲାଇ ଉପରେ ଆମେରିକା ନିଜ ପୂର୍ବ ଆଦେଶରେ ରୋକ ଲଗାଇଥିଲା । ଆମେରିକା ପୂର୍ବରୁ କହିଥିଲା ଯେ ବୋମା ଯୋଗାଣ ଉପରେ ରୋକ୍ ଏଥିପାଇଁ ଲଗାଯାଉଛି, ଫଳରେ ଇସ୍ରାଏଲ୍ ଏହାକୁ ଗାଜା ପଟ୍ଟିର ସହର ରାଫା ଉପରେ ପ୍ରୟୋଗ କରିବ ନାହିଁ । ଅନ୍ୟପଟେ କିନ୍ତୁ ଏବେ ବାଇଡେନ ଇସ୍ରାଏଲକୁ ଏକ ବିଲିୟନ ଡଲାର ହତିଆର ଦେବ ବୋଲି ଘୋଷଣା କରିଛନ୍ତି ।ଏହି ସୂଚନା ଆମେରିକୀୟ ସଂସଦର ତିନି ଜଣ କର୍ମଚାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ହତିଆରର ରପ୍ତାନୀ କେବେଠାରୁ ଆରମ୍ଭ ହେବ ତାହା ଏବେ ସ୍ପଷ୍ଟ ହୋଇ ନାହିଁ । ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଥମ ଥର ପାଇଁ ସାର୍ବଜାନୀନ ରୂପେ ଇସ୍ରାଏଲକୁ ଚେତାବନୀ ଦେଇଥିଲେ ଯେ ଯଦି ଇସ୍ରାଏଲୀ ସେନା ଦକ୍ଷିଣ ଗାଜାର ରାଫା ସହର ଉପରେ ଆକ୍ରମଣ କରେ, ତେବେ ଆମେରିକା ହତିଆର ଯୋଗାଣ ବନ୍ଦ କରିବ ।ବାଇଡେନ୍ ସ୍ୱୀକାର କରିଥିଲେ ଯେ ଇସ୍ରାଏଲ ଦ୍ୱାରା ଗାଜାରେ ନାଗାରିକଙ୍କୁ ମାରିବା ପାଇଁ ଆମେରିକୀୟ ହତିଆରକୁ ପ୍ରୟୋଗ କରାଯାଉଛି । କିଛି ଦିନ ତଳେ ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲା ଯେ ଇସ୍ରାଏଲ ଦ୍ୱାରା ଏବେ ସୁ

ଆମେରିକାର ୟୁଟର୍ଣ୍ଣ, ଏବେ ଇସ୍ରାଏଲକୁ ଏକ ବିଲିୟନ ଡଲାରର ହତିଆର ଦେବ; କିଛି ଦିନ ତଳେ ଲଗାଇଥିଲା ରୋକ୍

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲକୁ ଏକ ବିଲିୟନ ଡଲାର ହତିଆର ଦିଆଯିବ ବୋଲି ସଂସଦରେ ଘୋଷଣା କରିଛନ୍ତି । ଆମେରିକାର ଏହି ନିଷ୍ପତ୍ତି ତାର ସେହି ଘୋଷଣାର ବିପରୀତ ଯେଉଁଥିରେ ଇସ୍ରାଏଲକୁ ବୋମା ଯୋଗାଣ ବନ୍ଦ କରାଯିବ ବୋଲି କହିଥିଲା । ଇସ୍ରାଏଲକୁ ବୋମା ସପ୍ଲାଇ ଉପରେ ଆମେରିକା ନିଜ ପୂର୍ବ ଆଦେଶରେ ରୋକ ଲଗାଇଥିଲା । ଆମେରିକା ପୂର୍ବରୁ କହିଥିଲା ଯେ ବୋମା ଯୋଗାଣ ଉପରେ ରୋକ୍ ଏଥିପାଇଁ ଲଗାଯାଉଛି, ଫଳରେ ଇସ୍ରାଏଲ୍ ଏହାକୁ ଗାଜା ପଟ୍ଟିର ସହର ରାଫା ଉପରେ ପ୍ରୟୋଗ କରିବ ନାହିଁ । ଅନ୍ୟପଟେ କିନ୍ତୁ ଏବେ ବାଇଡେନ ଇସ୍ରାଏଲକୁ ଏକ ବିଲିୟନ ଡଲାର ହତିଆର ଦେବ ବୋଲି ଘୋଷଣା କରିଛନ୍ତି ।

ଏହି ସୂଚନା ଆମେରିକୀୟ ସଂସଦର ତିନି ଜଣ କର୍ମଚାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ହତିଆରର ରପ୍ତାନୀ କେବେଠାରୁ ଆରମ୍ଭ ହେବ ତାହା ଏବେ ସ୍ପଷ୍ଟ ହୋଇ ନାହିଁ । ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଥମ ଥର ପାଇଁ ସାର୍ବଜାନୀନ ରୂପେ ଇସ୍ରାଏଲକୁ ଚେତାବନୀ ଦେଇଥିଲେ ଯେ ଯଦି ଇସ୍ରାଏଲୀ ସେନା ଦକ୍ଷିଣ ଗାଜାର ରାଫା ସହର ଉପରେ ଆକ୍ରମଣ କରେ, ତେବେ ଆମେରିକା ହତିଆର ଯୋଗାଣ ବନ୍ଦ କରିବ ।

ବାଇଡେନ୍ ସ୍ୱୀକାର କରିଥିଲେ ଯେ ଇସ୍ରାଏଲ ଦ୍ୱାରା ଗାଜାରେ ନାଗାରିକଙ୍କୁ ମାରିବା ପାଇଁ ଆମେରିକୀୟ ହତିଆରକୁ ପ୍ରୟୋଗ କରାଯାଉଛି । କିଛି ଦିନ ତଳେ ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲା ଯେ ଇସ୍ରାଏଲ ଦ୍ୱାରା ଏବେ ସୁଦ୍ଧା ୩୪,୭୮୯ ଫିଲିସ୍ତୀନୀଙ୍କ ହତ୍ୟା କରାଯାଇଛି, ଯେଉଁଥିରୁ ଅଧିକାଂଶ ନିରୀହ ନାଗରିକ । ଇସ୍ରାଏଲ୍ ଚଳିତ ସପ୍ତାହରେ ରାଫା ଉପରେ ଆକ୍ରମଣ କରିଥିଲା, ଯେଉଁଠି ୧୦ ଲକ୍ଷରୁ ଅଧିକ ଫିଲିସ୍ତୀନୀ ଶରଣ ନେଇଛନ୍ତି ।