ଆମେରିକାରେ ରହି ଦରମା ନେଉଛନ୍ତି ଗୁଜରାଟ ସ୍କୁଲ୍‌ ଶିକ୍ଷୟିତ୍ରୀ

ଅହମଦାବାଦ, ୧୩।୮: ଗୁଜରାଟ ବନାସକାଣ୍ଠା ଜିଲା ଅମ୍ବାଜୀସ୍ଥିତ ପଞ୍ଚା ସରକାରୀ ସ୍କୁଲର ଭାବନା ପଟେଲ ନାମ୍ନୀ ଜଣେ ଶିକ୍ଷୟିତ୍ରୀ ୮ ବର୍ଷ ଧରି ଆମେରିକାର ଶିକାଗୋରେ ବସବାସ କରୁଛନ୍ତି। ଏହାସତ୍ତ୍ୱେ ବିନା ଡ୍ୟୁଟି କରି ସ୍କୁଲର ଶିକ୍ଷୟିତ୍ରୀ ଭାବେ ସେ ଦରମା ନେଉଥିବା ନେଇ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅଭିଭାବକ ଅଭିଯୋଗ କରିଛନ୍ତି। ଭାବନା ୨୦୧୬ରୁ ଆମେରିକାର ଶିକୋଗୋରେ ସ୍ଥାୟୀ ବାସିନ୍ଦା ଭାବେ ରହିଆସୁଛନ୍ତି ବୋଲି ପଞ୍ଚା ସରକାରୀ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାରୁଲ ମେହେଟ୍ଟା ଦାବି […] The post ଆମେରିକାରେ ରହି ଦରମା ନେଉଛନ୍ତି ଗୁଜରାଟ ସ୍କୁଲ୍‌ ଶିକ୍ଷୟିତ୍ରୀ appeared first on Dharitri Odia News.

ଆମେରିକାରେ ରହି ଦରମା ନେଉଛନ୍ତି ଗୁଜରାଟ ସ୍କୁଲ୍‌ ଶିକ୍ଷୟିତ୍ରୀ

ଅହମଦାବାଦ, ୧୩।୮: ଗୁଜରାଟ ବନାସକାଣ୍ଠା ଜିଲା ଅମ୍ବାଜୀସ୍ଥିତ ପଞ୍ଚା ସରକାରୀ ସ୍କୁଲର ଭାବନା ପଟେଲ ନାମ୍ନୀ ଜଣେ ଶିକ୍ଷୟିତ୍ରୀ ୮ ବର୍ଷ ଧରି ଆମେରିକାର ଶିକାଗୋରେ ବସବାସ କରୁଛନ୍ତି। ଏହାସତ୍ତ୍ୱେ ବିନା ଡ୍ୟୁଟି କରି ସ୍କୁଲର ଶିକ୍ଷୟିତ୍ରୀ ଭାବେ ସେ ଦରମା ନେଉଥିବା ନେଇ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅଭିଭାବକ ଅଭିଯୋଗ କରିଛନ୍ତି। ଭାବନା ୨୦୧୬ରୁ ଆମେରିକାର ଶିକୋଗୋରେ ସ୍ଥାୟୀ ବାସିନ୍ଦା ଭାବେ ରହିଆସୁଛନ୍ତି ବୋଲି ପଞ୍ଚା ସରକାରୀ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାରୁଲ ମେହେଟ୍ଟା ଦାବି କରିଛନ୍ତି। ଭାବନା କେବଳ ଦୀପାବଳି ସମୟରେ ଗୋଟିଏ ମାସ ପାଇଁ ଗୁଜରାଟ ଆସିଥାନ୍ତି। ସେ ନିଜ ଚାକିରିକୁ ବଞ୍ଚାଇ ରଖିବା ପାଇଁ ବର୍ଷକୁ ଥରଟିଏ ଗୋଟିଏ ମାସ ପର୍ଯ୍ୟନ୍ତ ଶିକ୍ଷାଦାନ କରନ୍ତି। ବାକି ସମୟ ସେ ଅନିୟମିତ ଭାବେ ଛୁଟିରେ ରହି ଶିକାଗୋରେ ବସବାସ କରନ୍ତି ବୋଲି ପାରୁଲ କହିଛନ୍ତି। ବର୍ତ୍ତମାନ ମଧ୍ୟ ବିଦ୍ୟାଳୟର ଶିକ୍ଷକ ତାଲିକାରେ ଭାବନାଙ୍କ ନାମ ରହିଛି ଏବଂ ସେ ସରକାରଙ୍କ ପକ୍ଷରୁ ଦରମା ପାଉଛନ୍ତି। ତେଣୁ ଭାବନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପାରୁଲ ବନାସକାଣ୍ଠା ଜିଲା ଶିକ୍ଷା ଅଧିକାରୀ(ଡିଇଓ) ବିନୁଭାଇ ପଟେଲଙ୍କୁ ଚିଠି ଲେଖିଛନ୍ତି। ପାରୁଲ କହିଛନ୍ତି, ଭାବନା ଲମ୍ବା ସମୟ ଧରି ଅନୁପସ୍ଥିତ ରହିବା ଯୋଗୁ ଛାତ୍ରୀଛାତ୍ର ସମସ୍ୟାରେ ପଡ଼ୁଛନ୍ତି। ସେଥିପାଇଁ ସେ ଇସ୍ତଫା ଦିଅନ୍ତୁ ନଚେତ ଡ୍ୟୁଟିରେ ଯୋଗଦିଅନ୍ତୁ। ତେବେ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ, କୌଣସି ଶିକ୍ଷକ ବର୍ଷକରୁ ଅଧିକ ସମୟ ପାଇଁ ଅନୁପସ୍ଥିତ ରହିଲେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇପାରିବ ବୋଲି ବନାସକାଣ୍ଠା ଡିଇଓ କହିଛନ୍ତି।
ମାମଲାରେ ଭାବନାଙ୍କୁ ନୋଟିସ ଜାରି କରାଯିବ ଏବଂ ସନ୍ତୋଷଜନକ ଉତ୍ତର ନ ମିଳିଲେ ତାଙ୍କୁ ବରଖାସ୍ତ କରାଯିବ ବୋଲି ଡିଇଓ କହିଛନ୍ତି। ଘଟଣାକୁ ନେଇ ଗୁଜରାଟ ଶିକ୍ଷାମନ୍ତ୍ରୀ କୁବେର ଡିଣ୍ଡୋର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସେ ବନାସକାଣ୍ଠା ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ରିପୋର୍ଟ ମାଗିଛନ୍ତି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଭାବନା ନିୟମିତ ଅନ୍ତରାଳରେ ଛୁଟି ନେଉଥିବା ଜଣାପଡ଼ିଛି। ଯଦି ତଦନ୍ତରେ ଅନଧିକୃତ ଅନୁପସ୍ଥିତି ନେଇ ଭାବନା ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ କହିଛନ୍ତି।

The post ଆମେରିକାରେ ରହି ଦରମା ନେଉଛନ୍ତି ଗୁଜରାଟ ସ୍କୁଲ୍‌ ଶିକ୍ଷୟିତ୍ରୀ appeared first on Dharitri Odia News.