ଆରମ୍ଭ ହେଲା iPhone 16e ର ପ୍ରି-ଅର୍ଡର୍, ଡ଼ିସକାଉଣ୍ଟରେ କିଣିବାର ବଢ଼ିଆ ମୌକା

ଟେକ୍ ଜିଆଣ୍ଟ ଆପଲ୍ ଦୀର୍ଘ ସମୟର ଅପେକ୍ଷା ପରେ ଏହାର ସବୁଠାରୁ ଶସ୍ତା iPhone ଲଞ୍ଚ କରିଛି । କମ୍ପାନୀ ଫେବୃଆରୀ ୧୯ରେ iPhone 16e ଉପସ୍ଥାପନ କରିଥିଲା । ଯଦି ଆପଣ ଏହି ନୂଆ iPhone କିଣିବାକୁ ପ୍ଳାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । iPhone 16eର ପ୍ରି-ବୁକିଂ ଆରମ୍ଭ ହୋଇଯାଇଛି । ଏହାର ସେଲ୍ ୨୮ ଫେବୃଆରୀରୁ ଆରମ୍ଭ ହେବ । ଆପଲ୍ ଅତି ଶସ୍ତାରେ iPhone 16e କିଣିବା […] The post ଆରମ୍ଭ ହେଲା iPhone 16e ର ପ୍ରି-ଅର୍ଡର୍, ଡ଼ିସକାଉଣ୍ଟରେ କିଣିବାର ବଢ଼ିଆ ମୌକା appeared first on KNews Odisha.

ଆରମ୍ଭ ହେଲା iPhone 16e ର ପ୍ରି-ଅର୍ଡର୍, ଡ଼ିସକାଉଣ୍ଟରେ କିଣିବାର ବଢ଼ିଆ ମୌକା

ଟେକ୍ ଜିଆଣ୍ଟ ଆପଲ୍ ଦୀର୍ଘ ସମୟର ଅପେକ୍ଷା ପରେ ଏହାର ସବୁଠାରୁ ଶସ୍ତା iPhone ଲଞ୍ଚ କରିଛି । କମ୍ପାନୀ ଫେବୃଆରୀ ୧୯ରେ iPhone 16e ଉପସ୍ଥାପନ କରିଥିଲା । ଯଦି ଆପଣ ଏହି ନୂଆ iPhone କିଣିବାକୁ ପ୍ଳାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । iPhone 16eର ପ୍ରି-ବୁକିଂ ଆରମ୍ଭ ହୋଇଯାଇଛି । ଏହାର ସେଲ୍ ୨୮ ଫେବୃଆରୀରୁ ଆରମ୍ଭ ହେବ । ଆପଲ୍ ଅତି ଶସ୍ତାରେ iPhone 16e କିଣିବା ପାଇଁ ଏକ ବଢ଼ିଆ ସୁଯୋଗ ଦେଉଛି ।

ଯଦି ଆପଣ ବର୍ତ୍ତମାନ ଏହି ଫୋନ୍ ପ୍ରି-ଅର୍ଡର କରନ୍ତି, ତେବେ ଆପଣ ବହୁତ ଟଙ୍କା ସଞ୍ଚୟ କରିପାରିବେ । ଆପଲ୍ ୟୁଜରମାନଙ୍କୁ EMI ରେ iPhone 16e କିଣିବାର ଅପ୍ସନ ମଧ୍ୟ ଦେଉଛି । ଆପଣ ଏହାକୁ ମାତ୍ର ୨ ରୁ ୩ ହଜାର ଟଙ୍କାର EMI ରେ କିଣିପାରିବେ । EMI ୨୪ ମାସ ପାଇଁ ରହିବ । କମ୍ପାନୀ ଆପଣଙ୍କୁ ୨୪ ମାସର EMI ଉପରେ ୪୦୦୦ ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ମଧ୍ୟ ଦେଉଛି । କମ୍ପାନୀ iPhone 16e କିଣିବା ଉପରେ ୟୁଜର୍ସଙ୍କୁ ବଢ଼ିଆ ଅଫର ପ୍ରଦାନ କରୁଛି ।

ଏଥିରେ ଆପଣ ତିନି ମାସ ପାଇଁ Apple Music, Apple TV+, Apple Arcade, Apple Fitness+ ଏବଂ Apple News+ ର ଫ୍ରି ସବସ୍କ୍ରିପସନ୍ ପାଇବେ । ଆପଣ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଏବଂ ଥାର୍ଡ଼ ପାର୍ଟି ରିଟେଲର୍ସଙ୍କଠାରୁ ଏହି ନୂଆ iPhone କିଣିପାରିବେ ।

iPhone 16e କଲର୍ ଅପ୍ସନ୍:

କମ୍ପାନୀ ବ୍ଲାକ୍ ଏବଂ ହ୍ୱାଇଟ୍ ୨ଟି ଦମଦାର ମ୍ୟାଟ୍ ଫିନିଶ୍ କଲର୍ ଅପ୍ସନ୍ ସହିତ Apple iPhone 16e ଲଞ୍ଚ କରିଛି । ଏହି ଫୋନ୍ ପାଇଁ କମ୍ପାନୀ ୫ଟି କଲର୍ ଅପ୍ସନ୍ ୱିଣ୍ଟର ବ୍ଲୁ, Fuchsia, ଲେକ୍ ଗ୍ରୀନ୍, ବ୍ଲାକ୍ ଏବଂ ହ୍ୱାଇଟ୍ ସହିତ ସିଲିକନ୍ କେସ୍ ମଧ୍ୟ ଲଞ୍ଚ କରିଛି । ଭାରତୀୟ ବଜାରରେ ଏଗୁଡ଼ିକର ମୂଲ୍ୟ ପ୍ରାୟ ୩୩୦୦ ଟଙ୍କା ହେବ ।

iPhone 16e ଭ୍ୟାରିଏଣ୍ଟ ଏବଂ ଦାମ୍:

iPhone 16e ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟ ସହିତ ଲଞ୍ଚ କରାଯାଇଛି ଯେଉଁଥିରେ ୮GB RAM ଏବଂ ୧୨୮GB ଷ୍ଟୋରେଜ୍, ୨୫୬GB ଷ୍ଟୋରେଜ୍ ଏବଂ ୫୧୨GB ପର୍ଯ୍ୟନ୍ତ ଷ୍ଟୋରେଜ୍ ଅପ୍ସନ ରହିଛି। ୧୨୮GB ଭାରିଆଣ୍ଟର ମୂଲ୍ୟ ୫୯,୯୯୦ ଟଙ୍କା, ୨୫୬GB ମଡେଲର ମୂଲ୍ୟ ୬୯,୯୦୦ ଟଙ୍କା ଏବଂ ୫୧୨GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୮୯,୯୦୦ ଟଙ୍କା ।

iPhone 16e ର ସ୍ପେସିଫିକେସନ୍ସ:

-iPhone 16e କୁ ଏକ ଆଲୁମିନିୟମ ଫ୍ରେମ୍ ଦିଆଯାଇଛି । ଏହା ସହିତ, ଏହାକୁ IP68 ରେଟିଂ ମଧ୍ୟ ମିଳିଥାଏ ।

-ଏଥିରେ କମ୍ପାନୀ ଏକ ୬.୧ଇଞ୍ଚର ସୁପର ରେଟିନା ଡିସପ୍ଲେ ଦେଇଛି ଯାହା ୧୨୦୦ ନିଟ୍ସ ପର୍ଯ୍ୟନ୍ତ ବ୍ରାଇଟନେସ ପ୍ରଦାନ କରେ ।

-ଏହି ସ୍ମାର୍ଟଫୋନ୍‌ଟି Apple A18 ବାୟୋନିକ୍ ଚିପସେଟ୍ ସହିତ ଆସିଥାଏ । iPhone 16e ରେ ୮GB ପର୍ଯ୍ୟନ୍ତ RAM ଏବଂ ୫୧୨GB ପର୍ଯ୍ୟନ୍ତ ଷ୍ଟୋରେଜ୍ ରହିଛି ।

-ଫଟୋଗ୍ରାଫି ପାଇଁ, ଏହି ସ୍ମାର୍ଟଫୋନରେ ଏକ ପାୱାରଫୁଲ୍ ୪୮-ମେଗାପିକ୍ସେଲ ସିଙ୍ଗଲ୍ କ୍ୟାମେରା ସେଟଅପ୍ ଅଛି ।

-ଏଥିରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ୧୨ ମେଗାପିକ୍ସେଲ କ୍ୟାମେରା ଅଛି ।

The post ଆରମ୍ଭ ହେଲା iPhone 16e ର ପ୍ରି-ଅର୍ଡର୍, ଡ଼ିସକାଉଣ୍ଟରେ କିଣିବାର ବଢ଼ିଆ ମୌକା appeared first on KNews Odisha.