ଆଳୁ ପରେ ବଢ଼ିଲାଣି ପିଆଜ ଦର, କେତେବେଳେ ୫୦-୫୦ ତ କେତେବେଳେ ୪୦-୫୦
ଭୁବନେଶ୍ଵର: ମାର୍କେଟ୍ରେ ଏବେ ଆଳୁ ପିଆଜ ଭିତରେ ଚାଲିଛି ପ୍ରତିଯୋଗିତା । ଆଳୁ ପରେ ବଢ଼ିଗଲାଣି ପିଆଜ ଦର । ଅବଶ୍ୟ ଉଭୟ ଆଳୁ ଆଉ ପିଆଜ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ପଶ୍ଚିମବଙ୍ଗରୁ ଆଳୁ ନଆସିଲେ ଯେଉଁ ଅବସ୍ଥା ନାସିକରୁ ପିଆଜ ନଆସିଲେ ମଧ୍ୟ ସେଇ ଅବସ୍ଥା । ଏବେ ବଜାରରେ ଆଳୁ କୋଉଠି ୪୦ ତ କୋଉଠି ୫୦ । ଠିକ୍ ସେମିତି ପିଆଜ ଦର ବି ହାଫ୍ ସେଞ୍ଚୁରୀ ମାରିଛି । ମାନେ କିଲୋ ପିଛା ୫୦ ଛୁଇଁଲାଣି । ବ୍ୟବସାୟୀ କହୁଛନ୍ତି ନାସିକରେ ଦର ବଢ଼ିଥିବାରୁ ଓଡ଼ିଶାରେ ମଧ୍ୟ ପିଆଜ ଦର ବଢ଼ିଛି । ଅଗଷ୍ଟ ଶେଷ ଯାଏଁ ଏମିତି ରେଟ୍ ରହିବ । ସେପଟେ ଯେତେ ହୋ-ହଲ୍ଲା ହେଲେ ବି ଆଳୁ ଦରରେ ଲାଗିନି ବ୍ରେକ୍ । ବଡ଼ ବଡ଼ିଆଙ୍କ ବୟାନବାଜି ଭିତରେ ପକେଟ ଖାଲି କରୁଛନ୍ତି ତ କେବଳ ଖାଉଟି । କେତେବେଳେ ୫୦-୫୦ ତ କେତେବେଳେ ୪୦-୫୦ । ବଜାରରେ ଆଳୁ ଓ ପିଆଜ ଭିତରେ ଯେମିତି ଚାଲିଛି କମ୍ପିଟେସନ । ଆଳୁ ଟେନସନ୍ ଥମିନି, ହାଫ୍ ସେଞ୍ଚୁରୀ ମାରିଲାଣି ପିଆଜ ଦର । ଭୁବନେଶ୍ବର ଆଇଗିଣିଆ ଗୋଦାମରେ ଏବେ ପିଆଜ କ୍ବିଣ୍ଟାଲ ୪୨୦୦ ଟଙ୍କା ରହିଛି । ତେଣୁ ଖୁଚୁରା ବଜାରରେ ପିଆଜ କିଲୋ ୫୦ଟଙ୍କା କରିଦେଲେଣି ବେପାରୀ । ବ୍ୟବସାୟୀ ସଂଘ ମହାସଚିବଙ୍କ କହିବା କଥା ନାସିକରେ ଏବେ ପିଆଜ ରେଟ୍ ବଢ଼ିଛି। ତେଣୁ ଓଡ଼ିଶାରେ ମଧ୍ୟ ପିଆଜ ଦର ଉଚ୍ଚା ରହିଛି । ଏଇ ସମୟରେ ପିଆଜ ରେଟ୍ ଟିକେ ଅଧିକ ଥାଏ । ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଏମିତି ରେଟ୍ ରହିବ । ପିଆଜ ଆମଦାନ
ଭୁବନେଶ୍ଵର: ମାର୍କେଟ୍ରେ ଏବେ ଆଳୁ ପିଆଜ ଭିତରେ ଚାଲିଛି ପ୍ରତିଯୋଗିତା । ଆଳୁ ପରେ ବଢ଼ିଗଲାଣି ପିଆଜ ଦର । ଅବଶ୍ୟ ଉଭୟ ଆଳୁ ଆଉ ପିଆଜ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ପଶ୍ଚିମବଙ୍ଗରୁ ଆଳୁ ନଆସିଲେ ଯେଉଁ ଅବସ୍ଥା ନାସିକରୁ ପିଆଜ ନଆସିଲେ ମଧ୍ୟ ସେଇ ଅବସ୍ଥା । ଏବେ ବଜାରରେ ଆଳୁ କୋଉଠି ୪୦ ତ କୋଉଠି ୫୦ । ଠିକ୍ ସେମିତି ପିଆଜ ଦର ବି ହାଫ୍ ସେଞ୍ଚୁରୀ ମାରିଛି । ମାନେ କିଲୋ ପିଛା ୫୦ ଛୁଇଁଲାଣି । ବ୍ୟବସାୟୀ କହୁଛନ୍ତି ନାସିକରେ ଦର ବଢ଼ିଥିବାରୁ ଓଡ଼ିଶାରେ ମଧ୍ୟ ପିଆଜ ଦର ବଢ଼ିଛି । ଅଗଷ୍ଟ ଶେଷ ଯାଏଁ ଏମିତି ରେଟ୍ ରହିବ । ସେପଟେ ଯେତେ ହୋ-ହଲ୍ଲା ହେଲେ ବି ଆଳୁ ଦରରେ ଲାଗିନି ବ୍ରେକ୍ । ବଡ଼ ବଡ଼ିଆଙ୍କ ବୟାନବାଜି ଭିତରେ ପକେଟ ଖାଲି କରୁଛନ୍ତି ତ କେବଳ ଖାଉଟି ।
କେତେବେଳେ ୫୦-୫୦ ତ କେତେବେଳେ ୪୦-୫୦ । ବଜାରରେ ଆଳୁ ଓ ପିଆଜ ଭିତରେ ଯେମିତି ଚାଲିଛି କମ୍ପିଟେସନ । ଆଳୁ ଟେନସନ୍ ଥମିନି, ହାଫ୍ ସେଞ୍ଚୁରୀ ମାରିଲାଣି ପିଆଜ ଦର । ଭୁବନେଶ୍ବର ଆଇଗିଣିଆ ଗୋଦାମରେ ଏବେ ପିଆଜ କ୍ବିଣ୍ଟାଲ ୪୨୦୦ ଟଙ୍କା ରହିଛି । ତେଣୁ ଖୁଚୁରା ବଜାରରେ ପିଆଜ କିଲୋ ୫୦ଟଙ୍କା କରିଦେଲେଣି ବେପାରୀ । ବ୍ୟବସାୟୀ ସଂଘ ମହାସଚିବଙ୍କ କହିବା କଥା ନାସିକରେ ଏବେ ପିଆଜ ରେଟ୍ ବଢ଼ିଛି। ତେଣୁ ଓଡ଼ିଶାରେ ମଧ୍ୟ ପିଆଜ ଦର ଉଚ୍ଚା ରହିଛି । ଏଇ ସମୟରେ ପିଆଜ ରେଟ୍ ଟିକେ ଅଧିକ ଥାଏ । ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଏମିତି ରେଟ୍ ରହିବ । ପିଆଜ ଆମଦାନୀ ଉପରେ ଓଡ଼ିଶା ନିର୍ଭରଶୀଳ । ତେଣୁ ବାହାର ରାଜ୍ୟରେ ପିଆଜ ରେଟ୍କୁ ନେଇ ଏଠି ବି ପ୍ରଭାବ ପଡ଼ିବ ।
ସେପଟେ ଆଳୁ କଥା ଯଦି ଆମେ ଦେଖିବା ତାହେଲେ ଏବେ ବି ଓଡ଼ିଶାରେ ସ୍ବାଭାବିକ ସ୍ଥିତିକୁ ଆସିପାରିନି ଆଳୁ ଦର । ଆଜି ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ବର ଆଇଗିଣିଆରେ ପହଞ୍ଚିଛି ୩୦ ଆଳୁ ଟ୍ରକ । ହେଲେ ଏସବୁ ଟ୍ରକ୍ ରାଞ୍ଚି ଦେଇ ଓଡ଼ିଶାରେ ପହଞ୍ଚିଛନ୍ତି । କାରଣ ଏବେ ବି ପଶ୍ଚିମବଙ୍ଗରୁ ସିଧାସଳଖ ଆସିପାରୁନି ଆଳୁ ଟ୍ରକ୍ । ପଶ୍ଚିମବଙ୍ଗ ସୀମାରେ ଯେଉଁଠି ନାକା ପଏଣ୍ଟ କରି ଚେକିଂ କରୁଛି ପଶ୍ଚିମବଙ୍ଗ ପୋଲିସ। କୌଣସି ଆଳୁ ଟ୍ରକ୍କୁ ଏଠାରେ ଛଡ଼ା ଯାଉନାହିଁ । ଆଜି ଜଳେଶ୍ବର ସହରକୁ ଗୋଟିଏ ମାତ୍ର ଆଳୁ ଟ୍ରକ୍ ଆସିଛି ତାହା ପୁଣି ଝାଡ଼ଖଣ୍ଡ ବାଟେ। ତେବେ ଭୁବନେଶ୍ବର ଗୋଦାମରେ ଆଳୁ କ୍ବିଣ୍ଟାଲ ୩ହଜାର ଟଙ୍କା ଥିବା ବେଳେ ଖୁଚୁରା ବଜାରରେ କୋଉଠି ୩୮ତ କୋଉଠି ୪୦ରେ ବିକ୍ରି ହେଉଛି ଆଳୁ। ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ସ୍ବାଭାବିକ ହେଲେ ଯାଇଁ ରେଟ୍ କମିବ ବୋଲି କହିଛନ୍ତି ବ୍ୟବସାୟୀ ।
ଓଡ଼ିଶାରେ ଘରେ ଘରେ ଆଳୁ ପିଆଜର ଚାହିଦା ରହିଛି । ହେଲେ ସବୁବେଳେ ଏହି ଆଳୁ ପିଆଜ ପାଇଁ ଆମକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼େ । ସେଠୁ ନଆସିଲେ ରେଟ୍ ବଢ଼େ । ତାକୁ ନେଇ ବେଶ୍ ହୋ-ହଲ୍ଲା ବି ହୁଏ । ବଡ଼ ବଡ଼ିଆଙ୍କ ବୟାନବାଜି ଭିତରେ ପକେଟ ଖାଲି କରନ୍ତି ତ କେବଳ ସାଧାରଣ ଲୋକେ।
ଆଉ କେତେ ଦିନ ଏମିତି ଚାଲିବ । ଘରେ ଘରେ ଅତ୍ୟାବଶ୍ୟକ ସାମଗ୍ରୀର ସ୍ଥାନ ନେଇଥିବା ଆଳୁ ପିଆଜ ପାଇଁ ଆମକୁ ଅନ୍ୟ ଆଗରେ ହାତ ପତାଇବାକୁ ପଡ଼ିବ । ୨୪ବର୍ଷ ଧରି ଗୋଟିଏ ସରକାରର ମିଶନକୁ ତ ଆମେ ଦେଖିଛେ, ଏବେ ନୂଆ ସରକାରଙ୍କ ମିଶନକୁ ଅପେକ୍ଷା ।