ଆସିବ ‘ଦାନା’ କ୍ଷୟକ୍ଷତି ରିପୋର୍ଟ, ଏସ୍ଆର୍ସିଙ୍କୁ ତଥ୍ୟ ଦେବେ ସବୁ ବିଭାଗ
ଭୁବନେଶ୍ୱର ୦୩।୧୧ : ଆଜି ଆସିବ ବାତ୍ୟା 'ଦାନା' କ୍ଷୟକ୍ଷତି ରିପୋର୍ଟ। ସବୁ ବିଭାଗ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ଏସଆରସିଙ୍କୁ ଦିଆଯିବ l ଏ ବାବଦରେ ରାଜସ୍ବ ମନ୍ତ୍ରୀ ମଧ୍ୟ ସୂଚନା ରଖି ସାରିଛନ୍ତି।ତେବେ ବାତ୍ୟାରେ ୧୪ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବାଲେଶ୍ୱର ଭଦ୍ରକ, କେନ୍ଦ୍ରାପଡ଼ା l ଏଥିରେ କେତେ ଫସଲ ନଷ୍ଟ ହୋଇଛି କେତେ ଘର ଭାଙ୍ଗିଛି ତାର ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବା ପରେ ଲୋକଙ୍କୁ ସହାୟତା ଦିଆଯିବ। କେନ୍ଦ୍ରୀୟ ଟିମ୍ ମଧ୍ୟ କ୍ଷୟକ୍ଷତି ର ଆକଳନ ପାଇଁ ଆସିବେ। କେନ୍ଦ୍ରୀୟ ଟିମ ଆକଳନ କଲେ କେନ୍ଦ୍ରରୁ କ୍ଷତି ପୂରଣ ଟଙ୍କା ଆସିବ l ତାଆଗରୁ ରାଜସ୍ବ ବିଭାଗରେ ଥିବା ଅର୍ଥ କ୍ଷତିଗ୍ରସ୍ତ ମାନଙ୍କୁ ପ୍ରଦାନ କରାଯିବ l ଓଡିଶା ମଧ୍ୟ କେନ୍ଦ୍ର ସରକାରଙ୍କୁ କ୍ଷୟ କ୍ଷତି ର ତଥ୍ୟ ପ୍ରଦାନ କରିବ l ଏହା ସହ ଅନ୍ୟ ଜିଲ୍ଲା ମାନଙ୍କୁ ହୋଇଥିବା କ୍ଷତି ମଧ୍ୟ ଆକଳନ କରି କ୍ଷତିପୂରଣ ଦିଆଯିବ l
ଭୁବନେଶ୍ୱର ୦୩।୧୧ : ଆଜି ଆସିବ ବାତ୍ୟା 'ଦାନା' କ୍ଷୟକ୍ଷତି ରିପୋର୍ଟ। ସବୁ ବିଭାଗ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ଏସଆରସିଙ୍କୁ ଦିଆଯିବ l ଏ ବାବଦରେ ରାଜସ୍ବ ମନ୍ତ୍ରୀ ମଧ୍ୟ ସୂଚନା ରଖି ସାରିଛନ୍ତି।
ତେବେ ବାତ୍ୟାରେ ୧୪ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବାଲେଶ୍ୱର ଭଦ୍ରକ, କେନ୍ଦ୍ରାପଡ଼ା l ଏଥିରେ କେତେ ଫସଲ ନଷ୍ଟ ହୋଇଛି କେତେ ଘର ଭାଙ୍ଗିଛି ତାର ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବା ପରେ ଲୋକଙ୍କୁ ସହାୟତା ଦିଆଯିବ। କେନ୍ଦ୍ରୀୟ ଟିମ୍ ମଧ୍ୟ କ୍ଷୟକ୍ଷତି ର ଆକଳନ ପାଇଁ ଆସିବେ। କେନ୍ଦ୍ରୀୟ ଟିମ ଆକଳନ କଲେ କେନ୍ଦ୍ରରୁ କ୍ଷତି ପୂରଣ ଟଙ୍କା ଆସିବ l ତାଆଗରୁ ରାଜସ୍ବ ବିଭାଗରେ ଥିବା ଅର୍ଥ କ୍ଷତିଗ୍ରସ୍ତ ମାନଙ୍କୁ ପ୍ରଦାନ କରାଯିବ l ଓଡିଶା ମଧ୍ୟ କେନ୍ଦ୍ର ସରକାରଙ୍କୁ କ୍ଷୟ କ୍ଷତି ର ତଥ୍ୟ ପ୍ରଦାନ କରିବ l ଏହା ସହ ଅନ୍ୟ ଜିଲ୍ଲା ମାନଙ୍କୁ ହୋଇଥିବା କ୍ଷତି ମଧ୍ୟ ଆକଳନ କରି କ୍ଷତିପୂରଣ ଦିଆଯିବ l