ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା : ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକଙ୍କୁ ୨ବର୍ଷ ଜେଲ୍‌

କଟକ : ଗଞ୍ଜାମ ଜିଲ୍ଲାର ପୂର୍ବତନ ତଥା ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକ ଅଶୋକ କୁମାର ଜେନାଙ୍କୁ ଆୟ ବହର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଆଜି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭିଜିଲାନ୍ସ ଅଦାଲତ ତାଙ୍କୁ ଦୁର୍ନୀତି ନିବାରଣ ଆଇନ ୧୯୮୮ ଧାରା୧୩(୨)/୧୩(୧)(ଇ) ଅନୁସାରେ ୨ବର୍ଷ ଜେଲଦଣ୍ଡ ଓ ୫୦ହଜାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ମାସ ଜେଲ ଦଣ୍ଡ ଭୋଗିବାକୁ ହେବ ବୋଲି ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି। […]

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା : ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକଙ୍କୁ ୨ବର୍ଷ ଜେଲ୍‌
Welfare Extension Officer Sentenced 4-Year RI By Odisha Vigilance Cour

କଟକ : ଗଞ୍ଜାମ ଜିଲ୍ଲାର ପୂର୍ବତନ ତଥା ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକ ଅଶୋକ କୁମାର ଜେନାଙ୍କୁ ଆୟ ବହର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଆଜି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭିଜିଲାନ୍ସ ଅଦାଲତ ତାଙ୍କୁ ଦୁର୍ନୀତି ନିବାରଣ ଆଇନ ୧୯୮୮ ଧାରା୧୩(୨)/୧୩(୧)(ଇ) ଅନୁସାରେ ୨ବର୍ଷ ଜେଲଦଣ୍ଡ ଓ ୫୦ହଜାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ମାସ ଜେଲ ଦଣ୍ଡ ଭୋଗିବାକୁ ହେବ ବୋଲି ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି।

ପ୍ରକାଶ ଯେ ଗତ ୨୦୧୭ରେ ଗଞ୍ଜାମ ଜିଲ୍ଲାର ଅବକାରୀ ଅଧିକ୍ଷକ ଥିବା ଶ୍ରୀ ଜେନାଙ୍କ ବିରୋଧରେ ଆୁ ବହର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢଉ କରି ବିପୁଳ ସମ୍ପତ୍ତି ଠାବ କରିଥିଲା। ତାଙ୍କ ବିରୋଧରେ ଭିଜିଲାନ୍ସ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଭିଜିଲାନ୍ସ ଚାର୍ଜସିଟ ମଧ୍ୟ ଦାଖଲ କରିଥିଲା। କଟକ ଭିଜିଲାନ୍ସ ସେଲର ପ୍ରାକ୍ତନ ଇନସ୍ପେକ୍ଟର ରାଧାମୋହନ ପାତ୍ର ଏହି ମାମଲାର ତଦନ୍ତ କରିଥିଲେ। ପ୍ରଜିକ୍ୟୁସନ ପକ୍ଷରୁ ଭିଜିଲାନ୍ସର ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ବିରେନ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ସମ୍ପୃକ୍ତ ଅବସରପ୍ରାପ୍ତ ଅଧିକାରୀଙ୍କ ପେନସନ ବନ୍ଦ ନିମନ୍ତେ ପାଇଁ ଭିଜିଲାନ୍ସ ପକ୍ଷରୁ ସରକାରଙ୍କୁ ଆବେଦନ କରାଯିବ ବୋଲି କୁହାଯାଇଛି।