ଇଟାଲିରେ ଡ୍ରିମି ୱେଡିଂ କଲେ ଅଭିନେତ୍ରୀ ଆମି ଜ୍ୟାକସନ, ଇନଷ୍ଟାରେ ସେୟାର କଲେ ଫଟୋ

ମୁମ୍ଵାଇ ୨୬।୦୮: ଅକ୍ଷୟ କୁମାରଙ୍କ 'ସିଂ ଇଜ୍‌ ବ୍ଲିଙ୍ଗ୍' ଏବଂ 'ଏକ ଦେୱାନା ଥା' ପରି ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରି ପ୍ରଶଂସକଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିଥିବା ଆମି ଜ୍ୟାକସନ। ଶେଷରେ ସେ ବିବାହ କରିଛନ୍ତି। ଅଭିନେତ୍ରୀ ତାଙ୍କର ଦୀର୍ଘ ଦିନର ପ୍ରେମିକ ତଥା 'ଗସିପ୍ ଗାର୍ଲ' ଅଭିନେତା ଇଡ ୱେଷ୍ଟୱିକ୍‌ଙ୍କ ସହ ଏକ ଡ୍ରିମି ୱେଡିଂ କରିଛନ୍ତି। ଯାହାର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁଠାରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।View this post on InstagramA post shared by Ed Westwick (@edwestwick)ଆମି ଜ୍ୟାକସନ ଏବଂ ଇଡ ୱେଷ୍ଟୱିକ୍ ଦୀର୍ଘ ଦିନ ହେବ ରିଲେଶନସିପ୍‌ ଥିଲେ । ନିକଟରେ ଇଡି ତାଙ୍କ ଇନଷ୍ଟାଗ୍ରାମରେ ଆମିଙ୍କ ସହ ତାଙ୍କ ବିବାହ ଘୋଷଣା କରିଥିଲେ। ବର୍ତ୍ତମାନ ଆମି ଏବଂ ଇଡି ସେମାନଙ୍କର ଇନଷ୍ଟାଗ୍ରାମରେ ସେମାନଙ୍କର ବିବାହ ଫଟୋ ପୋଷ୍ଟ କରିଛନ୍ତି। ଦୁହେଁ ସେମାନଙ୍କର ନୂତନ ଜୀବନର ଆରମ୍ଭ କରିବା ନେଇ ବେଶ୍‌ ଖୁସି ଅଛନ୍ତି। ଇଡ୍‌ କଳା ଏବଂ ଧଳା ସୁଟରେ ଚମତ୍କାର ଦେଖାଯାଉଥିବାବେଳେ ଆମି ମଧ୍ୟ ଏକ ଧଳା ଗାଉନରେ ସୁନ୍ଦର ଦେଖାଯାଉଥିଲେ ।View this post on InstagramA post shared by Pinkvilla USA (@pinkvillausa)ଏହି ବିଶେଷ ଅବସରରେ ଆମିକୁ ହାଲୁକା ମେକଅପ୍ ସହିତ ଏକ ହୀରା ସେଟ୍ ପିନ୍ଧିଥିବାର ନଜର ଆସିଥିଲେ। ତାଙ୍କ ବି

ଇଟାଲିରେ ଡ୍ରିମି ୱେଡିଂ କଲେ ଅଭିନେତ୍ରୀ ଆମି ଜ୍ୟାକସନ, ଇନଷ୍ଟାରେ ସେୟାର କଲେ ଫଟୋ

ମୁମ୍ଵାଇ ୨୬।୦୮: ଅକ୍ଷୟ କୁମାରଙ୍କ 'ସିଂ ଇଜ୍‌ ବ୍ଲିଙ୍ଗ୍' ଏବଂ 'ଏକ ଦେୱାନା ଥା' ପରି ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରି ପ୍ରଶଂସକଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିଥିବା ଆମି ଜ୍ୟାକସନ। ଶେଷରେ ସେ ବିବାହ କରିଛନ୍ତି। ଅଭିନେତ୍ରୀ ତାଙ୍କର ଦୀର୍ଘ ଦିନର ପ୍ରେମିକ ତଥା 'ଗସିପ୍ ଗାର୍ଲ' ଅଭିନେତା ଇଡ ୱେଷ୍ଟୱିକ୍‌ଙ୍କ ସହ ଏକ ଡ୍ରିମି ୱେଡିଂ କରିଛନ୍ତି। ଯାହାର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁଠାରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ଆମି ଜ୍ୟାକସନ ଏବଂ ଇଡ ୱେଷ୍ଟୱିକ୍ ଦୀର୍ଘ ଦିନ ହେବ ରିଲେଶନସିପ୍‌ ଥିଲେ । ନିକଟରେ ଇଡି ତାଙ୍କ ଇନଷ୍ଟାଗ୍ରାମରେ ଆମିଙ୍କ ସହ ତାଙ୍କ ବିବାହ ଘୋଷଣା କରିଥିଲେ। ବର୍ତ୍ତମାନ ଆମି ଏବଂ ଇଡି ସେମାନଙ୍କର ଇନଷ୍ଟାଗ୍ରାମରେ ସେମାନଙ୍କର ବିବାହ ଫଟୋ ପୋଷ୍ଟ କରିଛନ୍ତି। ଦୁହେଁ ସେମାନଙ୍କର ନୂତନ ଜୀବନର ଆରମ୍ଭ କରିବା ନେଇ ବେଶ୍‌ ଖୁସି ଅଛନ୍ତି। ଇଡ୍‌ କଳା ଏବଂ ଧଳା ସୁଟରେ ଚମତ୍କାର ଦେଖାଯାଉଥିବାବେଳେ ଆମି ମଧ୍ୟ ଏକ ଧଳା ଗାଉନରେ ସୁନ୍ଦର ଦେଖାଯାଉଥିଲେ ।

ଏହି ବିଶେଷ ଅବସରରେ ଆମିକୁ ହାଲୁକା ମେକଅପ୍ ସହିତ ଏକ ହୀରା ସେଟ୍ ପିନ୍ଧିଥିବାର ନଜର ଆସିଥିଲେ। ତାଙ୍କ ବିବାହର ସୁନ୍ଦର ଫଟୋ ସେୟାର କରିବାବେଳେ ସେ କ୍ୟାପସନରେ ଲେଖିଥିଲେ, 'ଏହି ଯାତ୍ରା ବର୍ତ୍ତମାନ ଆରମ୍ଭ ହୋଇଛି' । ଫଟୋ ସେୟାର ହେବା ମାତ୍ରେ ଉଭୟଙ୍କ ପ୍ରଶଂସକ ସେମାନଙ୍କ ବିବାହରେ ଅଭିନନ୍ଦନ ଜଣାଇବା ଆରମ୍ଭ କରିଥିଲେ । ଖବର ଅନୁଯାୟୀ, ୨୦୨୨ ମସିହାରେ ଏକ ମ୍ୟାଚ୍‌ ସମୟରେ ଇଡ ୱେଷ୍ଟୱିକ୍ ଏବଂ ଆମି ଜ୍ୟାକସନ ପ୍ରଥମେ ସାକ୍ଷାତ ହୋଇଥିଲେ ଏବଂ ସେହି ଦିନଠାରୁ ଉଭୟ ପରସ୍ପରକୁ ଡେଟ୍ କରୁଥିଲେ।